ନୀଳଗିରି,୮/୧୧ : ନରଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ନାୟବ ସରପଞ୍ଚ ସୁରେନ୍ଦ୍ର ସିଂଙ୍କ ସମେତ ୫ ଜଣ ୱାର୍ଡ ସଭ୍ୟ ଓ ସଭ୍ୟା ଅନ୍ୟ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଆଜି ନୀଳଗିରି ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ନିଜ ବାସଭବନରେ ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ସୁକାନ୍ତ ନାୟକବିଜେଡିର ବରିଷ୍ଠ ନେତା ଗଙ୍ଗାଧର ମିଶ୍ରମଦନ ମୋହନ ମାଝୀସିଆଡିମାଳ ସମିତି ସଭ୍ୟ ରାଜୀବ ଦାସ ବାବୁନରଣପୁର ପଞ୍ଚାୟତର ସମିତି ସଭ୍ୟା ବିଦ୍ୟୁତ ପ୍ରଭା ପାତ୍ରବରିଷ୍ଠ ବିଜେଡି ନେତା ବିଶ୍ବମ୍ବର ପରିଡାଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। 

ବିଜେପି ଦଳର ପକ୍ଷପାତିତା ନୀତି ଏବଂ କିଛି ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଚାପରେ ଜନତାଙ୍କ ସେବା କରିବାରେ ସକ୍ଷମ ନ ହେବା କାରଣରୁ ଦଳ ତ୍ୟାଗ କରିଥିବା ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସିଂ କହିଛନ୍ତି । ଅଣନିଶ୍ଵାସି ହୋଇ କାର୍ଯ୍ୟକରିବା ଅପେକ୍ଷା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାକୁ କିପରି ପୁନର୍ବାର ଲୋକଙ୍କ ପାଖରେ ପହଞ୍ଚାଇ ହେବ ଏ ନେଇ ଉଦ୍ୟମ କରାଯିବ ବୋଲି ପୂର୍ବତନ ସରପଞ୍ଚଙ୍କ ସମେତ ଉପସ୍ଥିତ ୱାର୍ଡସଭ୍ୟ/ସଭ୍ୟା ମାନେ ମତ ରଖିଥିଲେ। ଅନୁରୂପ ଭାବେ ନବୀନ ପଟ୍ଟନାୟକଙ୍କ ୨୪ବର୍ଷର ସୁଶାସନ ଏବଂ ସବୁବର୍ଗର ଲୋକଙ୍କ ହିତସାଧନ ନିମନ୍ତେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଆଜିବି ଜନତାଙ୍କ ମାନସପଟରେ ଉଜ୍ଜୀବିତ ହୋଇରହିଥିବା ବେଳେ ଆଜିର ଏହି ମିଶ୍ରଣପର୍ବ ସୁଚାଉଥିବା କହିଛନ୍ତି ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ। 

ଏହି ମିଶ୍ରଣରେ ପଞ୍ଚାୟତର ୧୦ନଂ ୱାର୍ଡସଭ୍ୟା ଦୁଲାରି ମାଝୀ୯ନଂ ୱାର୍ଡସଭ୍ୟ ଯଶୋବନ୍ତ ମାଝୀ୮ନଂ ସଭ୍ୟା ପାର୍ବତୀ ମାଝୀ୭ନଂ ସଭ୍ୟ ତଥା ବର୍ତ୍ତମାନର ନାୟବ ସରପଞ୍ଚ ସୁରେନ୍ଦ୍ର ସିଂ୧୨ନଂ ୱାର୍ଡ ସଭ୍ୟ ଶକ୍ତିଧର ବାଗ୬ନଂ ୱାର୍ଡସଭ୍ୟ ଗୋପିକୃଷ୍ଣ ମାଝୀଙ୍କ ପିତା କାଳୀଚରଣ ମାଝୀ ପ୍ରମୁଖ ବିଜେପି ଛାଡ଼ି ବିଜେଡିକୁ ଘରବାହୁଡ଼ା କରିଛନ୍ତି।