ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ନାରାୟଣ ନଗରରେ ତିନି ଠାକୁରଙ୍କ ବାସୀ ବାହୁଡା ଯାତ୍ରା

Published By : Suraj Kumar | July 6, 2025 8:32 PM

ଜହ୍ନlପଙ୍କ, ୬/୭: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ଲୋକକଳା ଗ୍ରାମ ନାରାୟଣ ନଗର ଗ୍ରାମରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦୁଇ ଦିନିଆ ବାହୁଡା଼ ଯାତ୍ରା ସମ୍ପନ୍ନ ହୋଇ ଯାଇଛି।  ଶନିବାର ମାଉସୀ ମା’  ମନ୍ଦିରରୁ ତିନି ଠାକୁରଙ୍କୁ ପୂଜକ ଅଜିତ ପାଣିଗ୍ରାହୀ ନୀତି କାନ୍ତି ଭାବେ ପୂଜାର୍ଚନା ପରେ ସେବାୟତମାନେ ପହଣ୍ଡିରେ ନେଇ ରଥାରୁଢ଼ କରିଥିଲେ। ଏହା ପରେ ରଥ ଟଣା ହୋଇ ସାହୁ ଗଳିରେ ରଥ ଅଟକିଥିଲା। ରାତି ସାରା ତିନି ଠାକୁର ରଥରେ ରହିଥିଲେ।

 ରବିବାର ପୂଜକ ଶ୍ରୀ ପାଣିଗ୍ରାହୀ ରଥରେ ତିନି ଠାକୁର ଙ୍କୁ ପୂଜାର୍ଚନା କରି ଭୋଗ ଲାଗି କରିଥିଲେ। ଅପରାହ୍ନରେ ରଥ ଟଣା ହୋଇ ଥିଲା। ଏହି ଅବସରରେ  ବିଭିନ୍ନ ସଂକୀର୍ତ୍ତନ ଓ କୃଷ୍ଣ ଗୁରୁ ଦଳ ଶ୍ରୀ ଜଗନ୍ନାଥଙ୍କ ଭଜନ କୀର୍ତ୍ତନ କରି ବାହୁଡା଼ ଯାତ୍ରା ରେ ସାମିଲ ହୋଇଥିଲେ ।ରଥ ବଡଦାଣ୍ଡରେ ଲାଗିଲା ପରେ ତିନି ଠାକୁରଙ୍କୁ ରଥରୁ ପହଣ୍ଡି କରି ମନ୍ଦିର ମଧ୍ୟରେ ପ୍ରବେଶ କରାଯାଇଥିଲା। 

ସୁରେଶ ପଣ୍ଡା, ଜିତେନ୍ଦ୍ର ହୋତା, ଶିବାନନ୍ଦ ମିଶ୍ର, ସନ୍ତୋଷ ହୋତା, ରିକୁ ପାଣିଗ୍ରାହୀ, ସାର୍ଥକ ପାଣିଗ୍ରାହୀ,ରିଷି ପଣ୍ଡା, ପଞ୍ଚାନନ ମିଶ୍ର, ବବୁନ ପାଣିଗ୍ରାହୀ, ପପୁନ ପାଣିଗ୍ରାହୀ, ବିଧୁଭୂଷଣ ପଣ୍ଡା,ଟୁକୁନା ପଣ୍ଡା, ଲିକୁନ ପୁରୋହିତ, ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଠାକୁରଙ୍କ ବାହୁଡା଼ ଯାତ୍ରାରେ ସହଯୋଗ କରିଥିଲେ।ଏହା ପରେ ଅଞ୍ଚଳର ପରମ୍ପରା ଅନୁଯାୟୀ ଛୋଟ ଛୁଆ ମାନଙ୍କୁ ରଥ ଛୁଆଁ ପର୍ବ ଆରମ୍ଭ ହୋଇଥିଲା। ଆଜି ଠାକୁର ମାନଙ୍କ  ବାହୁଡା଼ ଯାତ୍ରା ଦେଖିବା ପାଇଁ ବିଭିନ୍ନ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ନାରାୟଣ ନଗର ଗ୍ରାମବାସୀ, ଗଣେଶ ପୂଜା କମିଟି,ଗ୍ରାମ୍ୟ ଶାନ୍ତି କମିଟି, ଏବିଭିପିର ସ୍ବେଛାସେବୀମାନେ ଏଥିରେ ସହଯୋଗ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.