ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମଶାଣି ମଣିଷ... ୨୫୦ରୁ ଉର୍ଦ୍ଧ୍ଵ ଶବଙ୍କୁ ଶେଷ ଠିକଣାରେ ପହଞ୍ଚାଇଲେଣି ବାଇଧର

Published By : Rasmita Pradhan | February 11, 2025 10:07 AM

ନୀଳଗିରି, ୧୧/୨(ବ୍ରଜକିଶୋର ପାଣି): ଘରେ ଯେତେବେଳେ କାହାରି ମୃତ୍ୟୁ ହୁଏ କାନ୍ଦ ବୋବାଳିରେ ଫାଟିପଡ଼େ ସାରାଅଞ୍ଚଳ। ଆତ୍ମୀୟଙ୍କୁ ହରାଇ ପରିବାରରେ ଖେଳିଯାଏ ବିଷାଦ । ଏଭଳି ଦୁଃଖଦ ସମୟରେ ମଣିଷ ଲୋଡ଼ିଥାଏ ଆଶ୍ୱାସନା । ଠିକ୍‌ ଏତିକି ବେଳେ ପହଞ୍ଚିଯାନ୍ତି ବାଇଧର । ମୃତକଙ୍କ ପରିବାରକୁ ଦିଅନ୍ତି ସାହସ। ଶବ ଉଠାଇବାଠାରୁ ଆରମ୍ଭ କରି ମଶାଣିରେ ପହଞ୍ଚାଇବା ଏବଂ ଅନ୍ତିମ ସଂସ୍କାର ଯାଏ ସବୁ କାର୍ଯ୍ୟ କରନ୍ତି । ଶହଶହ ମୃତଦେହକୁ ଶେଷ ଠିକଣାରେ ପହଞ୍ଚାଇ ଆଜି ବାଇଧର ପାଲଟି ଯାଇଛନ୍ତି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଶବଙ୍କ ସାଥୀ । 

ନୀଳଗିରି ବ୍ଲକ୍‌ ବଣସୀମା ଅଞ୍ଚଳ ଧରମପୁର ପଞ୍ଚାୟତ ବାଉଁଶପାଳ ଗ୍ରାମର ସ୍ୱର୍ଗତ ବୈରାଗୀ ସେଠୀ ଓ କ୍ଷୀରମଣିଙ୍କ ବଡ଼ପୁଅ ବାଇଧର । ବୟସ ୬୫ ଛୁଇଁଲାଣି । ତାଙ୍କର ଦୁଇ ପୁଅ । ଅଞ୍ଚଳର କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ବିନା ଡକରାରେ ପହଞ୍ଚି ଯାଆନ୍ତି ବାଇଧର । ସେଇଠୁ ଆରମ୍ଭ ହୁଏ କାମ । କୋକେଇ ବାନ୍ଧିବା, ପାଳ ଦଉଡ଼ି ବଳିବା, ଶବଦାହରେ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା, ମାଲ ଭାଇଙ୍କୁ ଏକାଠି କରି ମୃତଦେହକୁ ମଣାଣିରେ ପହଞ୍ଚାଇବା ଯାଏ ସବୁ କାମ କରନ୍ତି । ଶବ ଦାହ ପରେ ଘରକୁ ଫେରନ୍ତି । କେବଳ ଏତିକି ନୁହେଁ ଜୁଇ ପାଉଁଶରୁ ଅସ୍ଥି ସଂଗ୍ରହ କରି ଘରକୁ ପଠାଇବା ବ୍ୟବସ୍ଥା ମଧ୍ୟ କରନ୍ତି । 

ଏ ପର୍ଯ୍ୟନ୍ତ ସେ ବରମପୁର, ଧରମପୁର, ଅଁଳାପାଳ, ଡାଳିମ୍ବପାଳ, ନରଣପୁର, ଶାଳଡହର, ଆରବନ୍ଦ ସମେତ ଆଖପାଖ ଗାଁରେ ୨୫୦ରୁ ଊର୍ଦ୍ଧ୍ୱ ଶବଦାହ କରି ସାରିଲେଣି । ନିଜର ଏଭଳି ନିଆରା ସଉକ୍‌ ସମ୍ପର୍କରେ ବାଇଧର କୁହନ୍ତି, ଛୋଟ ବେଳେ ବାପାଙ୍କୁ ହରାଇଥିଲେ । ଶ୍ମଶାନରେ ଶବଦାହ ଦେଖିଥିଲେ । ସେବେଠାରୁ ଏହି କାର୍ଯ୍ୟ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହେଲା । ଯୁବବସ୍ଥାରୁ ସେ ଶବଦାହ କରି ଆସୁଛନ୍ତି । ପରିବାରରେ କେହି ଆପଣାର ଛାଡ଼ି ଚାଲିଗଲେ ସେ ସମୟର ଦୁଃଖ ଯିଏ ଦେଖଛି ସେ ଜାଣିଛି । ଏଭଳି ସମୟରେ ମୃତକଙ୍କ ପରିବାର ପାଖରେ ଛିଡ଼ା ହେବା ବଡ଼କଥା । ଯେ ପର୍ଯ୍ୟନ୍ତ ଈଶ୍ୱର ଚାଲିବା ପାଇଁ ଶକ୍ତି ଦେଇଥିବେ ସେ ଏଭଳି ମହତ କାର୍ଯ୍ୟ କରି ଚାଲିବେ ବୋଲି କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ପାନୀୟ ଜଳ ପାଇଁ ହନ୍ତସନ୍ତ ପୁଟୁକୁଳିଆ ବାସିନ୍ଦା,ଜାତୀୟ ରାଜପଥ ଦେଇ ଅଙ୍ଗନବାଡ଼ି କେନ୍ଦ୍ରରୁ ଆଣୁଛନ୍ତି ପାଣି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.