ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ହଂସିକାଙ୍କ ଜାମିନ୍‌ ଆବେଦନ ଖାରଜ,୨୧ରେ ପରବର୍ତ୍ତୀ ଶୁଣାଣି

Published By : Prameya | January 19, 2025 11:15 AM

ଭୁବନେଶ୍ୱର,୧୯/୦୧: ବିଷ୍ଣୁପ୍ରିୟା ଚାନ୍ଦ ଓରଫ୍‌ ହଂସିକା ଅଭିଲିପ୍ସାଙ୍କ ଅଡୁ଼ଆ ବଢ଼ିଛି । ତାଙ୍କ ଜାମିନ୍‌ ଆବେଦନକୁ ଅଦାଲତ ଖାରଜ କରିଛନ୍ତି। ଆସନ୍ତା ୨୧ରେ ଶୁଣାଣି ତାରିଖ ଧାର୍ଯ୍ୟ କରାଯାଇଛି ।   

ଶନିବାର ଏଡିଜେ-୨ରେ ହଂସିକାଙ୍କ ଜାମିନ୍‌ ଆବେଦନର ଶୁଣାଣି ଚାଲିଥିଲା । ସ୍ୱାମୀ ସରୋଜ ସାହୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ହଂସିକାଙ୍କ ଓକିଲ ଜାମିନ ଆବେଦନକୁ ଗ୍ରହଣ କରିବାକୁ ପକ୍ଷ ରଖିଥିଲେ । କିନ୍ତୁ କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌  ପକ୍ଷରୁ ମାମଲା ସମ୍ପର୍କିତ ଆହୁରି ଦସ୍ତାବିଜ୍‌ ଦାଖଲ କରାଯିବାକୁ ଥିବାରୁ ଜାମିନ୍‌ ନ ଦେବାକୁ ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ । ତେଣୁ ବିଚାରପତି ଜାମିନ ଆବେଦନକୁ ଖାରଜ କରି  ଦେଇଛନ୍ତି । 

ସୂଚନାଯୋଗ୍ୟ, ଗତ ୧୩  ତାରିଖରେ ଏହି ମାମଲାର ଜାମିନ ଶୁଣାଣି ଥିଲା। ତଦନ୍ତକାରୀ ଦଳ ଅଦାଲତରେ କେସ୍‌ ଡାଏରି ଦାଖଲ  କରି ନଥିବାରୁ ଜାମିନ ଶୁଣାଣି ତାରିଖ ଘୁଞ୍ଚିଥିଲା । ଜାଲ୍‌ ଦସ୍ତାବିଜ ମାମଲାରେ ହଂସିକା  ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଇନଫୋସିଟି ଥାନା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ୨୦୧୯ରେ ବିଷ୍ଣୁପ୍ରିୟା ଚାନ୍ଦ ନାଁରେ ସେ ପାସପୋର୍ଟ ପ୍ରସ୍ତୁତ ପାଇଁ ଆବେଦନ କରିଥିଲେ । ବିଭିନ୍ନ ଅପରାଧିକ ମାମଲା ଥିବାରୁ ପାସ୍‌ପୋର୍ଟ ଆବେଦନ ଖାରଜ ହୋଇଥିଲା । ପରେ ସେ କୋଲକତା ଯାଇ ନିଜର ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ପରିବର୍ତ୍ତନ କରି ନକଲି ଆଧାର କାର୍ଡ ପ୍ରସ୍ତୁତ କରିଥିଲେ । ବିଷ୍ଣୁପ୍ରିୟା ଚାନ୍ଦରୁ ବନିଥିଲେ ହଂସିକା ଅଭିଲିପ୍ସା । ପ୍ଲାଷ୍ଟିକ ସର୍ଜରୀ କରି ନିଜର ଚେହେରାକୁ ବଦଳାଇ ଦେଇଥିଲେ । ହଂସିକା ନାଁରେ କୌଣସି ଅପରାଧିକ ମାମଲା ନଥିବାରୁ ତାଙ୍କୁ ସହଜରେ ପାସ୍‌ପୋର୍ଟ ମିଳିଯାଇଥିଲା । ସେଥିରେ ସ୍ୱାମୀ ଅନୀଲ ମହାନ୍ତି ବୋଲି ଦର୍ଶାଇ ଥିଲେ । ନକଲି ଆଧାର କାର୍ଡ ଆସିବା ପରେ  ପାନ କାର୍ଡ ପ୍ରସ୍ତୁତ କରିଥିଲେ । ଜାଲ୍‌ ପରିଚୟପତ୍ର ହାତେଇବାରେ ସାମିଲ ଥିବା ସହଯୋଗୀମାନଙ୍କୁ ପୁଲିସ ଖୋଜୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.