ପ୍ରମୂଖ ଖବର
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ

Published By : Manoj | August 7, 2025 8:33 AM

ପୁରୀ୦୭/୦୮: ବଳଙ୍ଗା ପୀଡ଼ିତା ଓ ବାଲେଶ୍ୱର  ଏଫ୍‌ଏମ୍‌ କଲେଜ ପ୍ରସଙ୍ଗକୁ ନେଇ ପୁରୀ ଜିଲ୍ଲା ବିଜେଡି  ପକ୍ଷରୁ  ୬ ଘଣ୍ଟିଆ ହରତାଳ । ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ ଆନ୍ଦୋଳନ। ବିଜେଡିକର୍ମୀଙ୍କ ପକ୍ଷରୁ ବିଭିନ୍ନ ଛକରେ ପିକେଟିଂ କରିଛନ୍ତି। ବଡ଼ଦାଣ୍ଡରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି। ଦୋକାନ ବଜାର,କାର୍ଯ୍ୟାଳୟ, ଗାଡ଼ି ଚଳାଚଳ ବନ୍ଦ ରହିଛି। ପୀଡ଼ିତାଙ୍କ ନ୍ୟାୟ ଦାବିରେ ବିଜେଡ଼ି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି।

ବିଜେଡି ପକ୍ଷରୁ ଅଭିଯୋଗ  କରାଯାଇଥିଲା, ବାଲେଶ୍ୱରର ଏଫ୍‌ଏମ୍‌ କଲେଜ ଘଟଣା  ଭଳି, ବଳଙ୍ଗା ପୀଡ଼ିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ  କରି ବୟାନ ବଦଳାଇବା ପାଇଁ ବାଧ୍ୟ କରାଯାଇଛି । ପ୍ରଥମ  ଦିନରୁ ପୀଡ଼ିତା ଓ ତାଙ୍କ ମା’ ନିଜେ ଘଟଣା ସମ୍ପର୍କରେ  ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରି ଏତଲା ଦାୟର କରିଥିଲେ ।  ପରବର୍ତ୍ତୀ ପରିସ୍ଥତିରେ ଦୁର୍ବୃତ୍ତଙ୍କୁ ବଞ୍ଚାଇବା ପାଇଁ ଶାସକ  ଦଳର ଚାପରେ ପୁଲିସ ତଦନ୍ତର ମୋଡ଼ ବଦଳାଇ ଦେଇଥିଲେ। 

ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ୩ତାରିଖ ବିଳମ୍ବିତ ରାତିରେ ପୈତୃକ ଗାଁରେ ପାର୍ଥିବ ଶରୀର ପହଞ୍ଚିବା ପରେ କର୍ମ କରାଯାଇ ପରଦିନ କବର ଦିଆଯାଇଥିଲା। ତେବେ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ଓଡ଼ିଶା ପୁଲିସ ସେ ଯାଏ ହୋଇଥିବା ତଦନ୍ତରେ କାହାର ସମ୍ପୃକ୍ତି ନଥିବା ଏକ୍ସରେ ପୋଷ୍ଟ କରିଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.