କଟକ ୨୧/୧୧: ଆକ୍ସନ୍ ମୋଡ଼ରେ ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍। ଖାଦ୍ୟ ଷ୍ଟଲ୍‌ରେ କଲେ ଅଚାନକ କଲେ ରେଡ୍। କଟକ ବାଲିଯାତ୍ରା ପଡିଆର ଉପର ଏବଂ ତଳ ପଡିଆରେ ‌ବିଭିନ୍ନ ଖାଦ୍ୟ ଦୋକାନରେ ଚଢ଼ଉ ବେଳେ ଜବତ ହେଲା ବାସି, ଅପମିଶ୍ରିତ ଖାଦ୍ୟ। ସମସ୍ତ ଖାଦ୍ୟକୁ ନଷ୍ଟ କରିବା ସହ ଦୋକାନୀକୁ ଫାଇନ କଲା ସିଏମ୍‌ସି ଟିମ୍। ଚଢ଼ଉରେ ୪ଟି ଟିମ୍ ନିୟୋଜିତ ହୋଇଥିବା ଜଣାପଡିଛି।


ସୂଚନା ଅନୁଯାଇ, ଆଜି ସକାଳେ  କଟକ ବାଲିଯାତ୍ରା ପଡ଼ିଆରେ କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଫୁଡ୍ ଷ୍ଟଲ୍ ମାନଙ୍କରେ ଚଢାଉ କରାଯାଇଛି । ବିଶେଷ କରି ବିଭିନ୍ନ ଷ୍ଟଲ୍ ଖରାପ ତେଲ ଓ ବାସୀ ଖାଦ୍ୟ ଗୁଡ଼ିକୁ ଜବତ କରାଯିବା ସହ ନଷ୍ଟ ମଧ୍ୟ କରାଯାଇଛି।