ଭୁବନେଶ୍ଵର, ୦୮/୦୫ : ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା। ସୀମା ଟପିଗଲା ବର୍ବରତା। ମରିଗଲା ମାନବିକତା। ସାମ୍ନାକୁ ଆସିଲା ଭିଡ଼ତନ୍ତ୍ରର ରକ୍ତ ଚରିତ୍ର। ଗଣମାଧ୍ୟମକୁ ଆସି ପ୍ରତିକ୍ରିୟା ଦେଲେ ଅଭିଯୋଗକାରିଣୀ। କହିଲେ ରାସ୍ତାରେ ଆମକୁ ଦୁଇ ଯୁବକ ଅସଦାଚରଣ କଲେ। ଗାଡିକୁ ପଛରୁ ଆସି ଧକ୍କା ଦେଲେ, ଆମେ ପଡିଗଲୁ। ରାସ୍ତା ଉପରେ ପଡିଥିବା ବେଳେ ଆମକୁ ମାଡ଼ ମାରିଲେ। ବେକକୁ ଚିପି ଦେବା ସହ ଡ୍ରେସ୍ ଚିରି ଦେଇଥିଲେ। ଆମକୁ ରୁମ୍ କୁ ନେଇଯିବାକୁ ଜଣେ ଯୁବକ କହୁଥିଲା। ଆମେ ପାଟି କରିବାରୁ ସ୍ଥାନୀୟ ଲୋକ ଆସିଥିଲେ। ଆମ ଘର ଲୋକ ନଥିଲେ, ସ୍ଥାନୀୟ ଲୋକଙ୍କ ପାଇଁ ବଞ୍ଚିଗଲୁ। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କୁ ଗିରଫ କରିବା ଭୁଲ୍। କେହି ହତ୍ୟା କରିନାହାଁନ୍ତି। ସେପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ପୀଡ଼ିତାଙ୍କ ଘରେ ପହଞ୍ଚିଛନ୍ତି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ... 

ସୂଚନା ଥାଉକି, ପୁଲିସ ଡିଜିପି ୱାଇ.ବି. ଖୁରାନିଆ ଓ ଡିସିପି ଜଗମୋହନ ମୀନା କ୍ରାଇମ ସ୍ପଟରେ ଯାଇ ତଦନ୍ତ କରିଛନ୍ତି। ଡିଜିପି ଓ ଡିସିପିଙ୍କ ସହ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୁଲିସ୍ ମଧ୍ୟ ତଦନ୍ତ କରିଛନ୍ତି। ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟି ପିଟି ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସିସିଟିଭି ଫୁଟେଜ୍ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ଭିଡିଓ ଗୁଡ଼ିକ ତଦନ୍ତ କରାଯାଇ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଥିବା ବେଳେ ବାଲିଅନ୍ତା ଥାନାରେ ଫୋର୍ସ ମୁତୟନ ହୋଇଛନ୍ତି। ବାଲିଅନ୍ତା ଥାନାରେ ଦୁଇଟି ପୃଥକ ପୃଥକ ଏତଲା କରାଯାଇଛି। ଗୋଟେ ଏତଲା ମୃତ ଯୁବକଙ୍କ ବାପା ଦେଇଥିବା ବେଳେ ଅନ୍ୟ ଏକ ଏତଲା ଅସଦାଚରଣ ଶିକାର ହୋଇଥିବା ଯୁବତୀଙ୍କ ପକ୍ଷରୁ କରାଯାଇଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ- ବାଲିଅନ୍ତାରେ ଯୁବକଙ୍କୁ ବିଭତ୍ସ ହତ୍ୟା ମାମଲା : କ୍ରାଇମ୍‌ ସ୍ପଟରେ ପୁଲିସ୍ ଡିଜିଙ୍କ ତନାଘନା