ଭୁବନେଶ୍ବର, ୦୩/୦୬: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ NHRC ଟିମ୍ ର ଛାନଭିନ୍। NHRC କ୍ୟାମ୍ପ କୋର୍ଟରେ ହାଜର ହେଲେ ଅଭିଯୋଗକାରୀ ଯୁବତୀ, ଆମ୍ବୁଲାନ୍ସ ଡ୍ରାଇଭର I ଏଥିସହିତ ସୌମ୍ୟଙ୍କ ଶବ ବ୍ୟବଛେଦ କରିଥିବା କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଏଲ୍ .ଡି ବେହେରା ମଧ୍ୟ ହାଜର ହୋଇଛନ୍ତି । ଏହାଛଡ଼ା ବାଲିଅନ୍ତାର ତତ୍କାଳୀନ ପୁଲିସ ଅଧିକାରୀ ଅନୀଲ ପରିଡ଼ା ଏବଂ ଜଣେ କନେଷ୍ଟବଳ ମଧ୍ୟ ହାଜର ହୋଇଛନ୍ତି ।
ସେଦିନ ଘଟଣାସ୍ଥଳରେ କ’ଣ ଘଟିଥିଲା ସେନେଇ ଏମାନଙ୍କୁ ପଚରାଉଚରା କରୁଛି ଟିମ୍ । ଘଟଣା ଦିନ ଘଟଣାସ୍ଥଳକୁ ଯାଇଥିବା ଅଡ଼ଶପୁର CHCର ଆମ୍ବୁଲାନ୍ସ ଡ୍ରାଇଭର ସୁଜ୍ଞାନ ମଲ୍ଲିକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି । ମଙ୍ଗଳବାର ଗୋଟିଏ ଦିନରେ ୪ ସ୍ଥାନରେ ଛାନଭିନ କରିଥିଲେ NHRC ଟିମ୍ । ପ୍ରଥମେ ବଲିଅନ୍ତା କ୍ରାଇମସ୍ପଟ, ଏହା ପରେ ଅଡଶପୁର ସ୍ଥିତ ଜିମ୍ ସେଣ୍ଟର, ସୌମ୍ୟଙ୍କ ଗାଁ ମଉଜପୁରକୁ ଯାଇ ତଦନ୍ତ କରିଛନ୍ତି । ଏହା ପୂର୍ବରୁ ଷ୍ଟେଟ୍ ଗେଷ୍ଟ ହାଉସରେ ADGଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ DSPଙ୍କ ସମେତ ୭ଜଣଙ୍କୁ ପଚରା ଉଚରା କରିଥିଲେ । ଏଥିସହିତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ଠାରୁ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି ।