ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ସାଜିବ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ, ସୀତାବିବାହରୁ ଆଗକୁ ୫୦ ବର୍ଷ...

Published By : Prameya | November 12, 2024 11:58 AM

କଟକ ୧୨/୧୧: ଚଳିତବର୍ଷ ବାଲିଯାତ୍ରାରେ ମୁଖ୍ୟ ଆକର୍ଷଣ ହେବ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ । କଟକ ଇନ୍‌ କଟକ ଭିତରେ ଓଡ଼ିଆ ଚଳଚ୍ଚିତ୍ରର କ୍ରମବିକାଶକୁ ନେଇ ପ୍ରସ୍ତୁତ ହେଉଛି ଏକ ସୁନ୍ଦର ପରିବେଶ । ପୁରୁଣା କ୍ଲାସିକ୍‌ ଓଡ଼ିଆ  ଚଳଚ୍ଚିତ୍ରର କିଛି ସ୍ମୃତିକୁ ନେଇ କଟକ ଇନ୍‌ କଟକକୁ ନୂଆ ରୂପ ଦିଆଯାଉଛି । 

ପ୍ରଥମ  ଓଡ଼ିଆ ଚଳଚ୍ଚିତ୍ର ‘ସୀତାବିବାହ’ରୁ ଆଗକୁ  ପ୍ରାୟ ୫୦ବର୍ଷ ପର୍ଯ୍ୟନ୍ତର ବିଭିନ୍ନ ହିଟ୍‌  ଚଳଚ୍ଚିତ୍ରର କିଛି ସ୍ମୃତିଚିହ୍ନକୁ ନେଇ ବିଭିନ୍ନ ଜୋନ୍‌ କରାଯାଇଛି । ଯେଉଁଥିରେ ଜାତୀୟ ପୁରସ୍କାରପ୍ରାପ୍ତ  ଚଳଚ୍ଚିତ୍ର ସୀତାବିବାହ, ମାୟାମିରିଗ, ଗପ ହେଲେ ବି ସତ ଚଳଚ୍ଚିତ୍ରର ଏକ କର୍ଣ୍ଣର କରାଯାଇଥିବା ବେଳେ  କଟକର ଦିବଂଗତ ସିନେ ପ୍ରତିଭାମାନଙ୍କୁ  ନେଇ ଏକ ଜୋନ୍‌ ନିର୍ମାଣ କରାଯାଇଥିବା  ଦେଖିବାକୁ ମିଳିଛି । ଏକ ଆମ୍ପି ଥିଏଟର୍‌  କଟକ ଇନ୍‌ କଟକ ଭିତରେ କରାଯିବ ।  ଯେଉଁଥିରେ ଦର୍ଶକ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର  ଦେଖିବାକୁ ସୁଯୋଗ ପାଇବେ । ଏହା  ସମ୍ପୂର୍ଣ୍ଣ ମାଗଣା ରହିବ ବୋଲି ଜଣାପଡିଛି ।  ଏଥିରେ ବହୁ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର  ପ୍ରଦର୍ଶିତ ହେବ । ସେହିପରି କାରାଓକେ  ବ୍ୟବସ୍ଥା ବି ଏଠାରେ ଉପଲବ୍ଧ ରହିବ ।  ଅର୍ଥାତ୍‌ ଓଡ଼ିଆ ଗୀତଗୁଡିକର କେବଳ  ଧୂନ୍‌ଗୁଡିକ ଏଠାରେ ରହିଥିବ । ମାଇକ୍‌  ଯୋଗେ ଧୂନ୍‌କୁ ବ୍ୟବହାର କରି ବାଲିଯାତ୍ରା ବୁଲିବାକୁ  ଆସୁଥିବା ଲୋକେ ନିଜେ ସେହି ଗୀତ ବୋଲିପାରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.