ନୂଆଦିଲ୍ଲୀ,୧୪।୫: ବେଲୁଚିସ୍ତାନ ନେତା ମୀର ୟାର ବାଲୁଚ୍ ଆନୁଷ୍ଠାନିକ ଭାବରେ ପାକିସ୍ତାନଠାରୁ ବଲୁଚିସ୍ତାନର ସ୍ୱାଧୀନତା ଘୋଷଣା କରିଛନ୍ତି। ସେ ଦଶନ୍ଧି ଧରି ଚାଲିଥିବା ହିଂସା, ବଳପୂର୍ବକ ନିଖୋଜ ଏବଂ ମାନବାଧିକାର ଉଲ୍ଲଂଘନକୁ ଏହାର କାରଣ ବୋଲି କହିଛନ୍ତି। ବୁଧବାର ସେ ‘X’ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ କହିଛନ୍ତି, ବେଲୁଚିସ୍ତାନର ଲୋକମାନେ ସେମାନଙ୍କର ଜାତୀୟ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ବିଶ୍ୱକୁ ଆଉ ଚୁପ୍ ରହିବା ଉଚିତ୍ ନୁହେଁ। ତେଣୁ, ସେ ଭାରତ ସମେତ ଅନ୍ତର୍ଜାତୀୟ ସମୁଦାୟଠାରୁ ସମର୍ଥନ ପାଇଁ ନିବେଦନ କରିଛନ୍ତି।
ମୀର ୟାର ବଲୋଚ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଇମୋସନାଲ ଅପିଲ କରିଛନ୍ତି। ସେ କହିଛନ୍ତି, ତୁମେ ମାରିବ, କିନ୍ତୁ ଆମେ ବାହାରିବୁ, କାରଣ ଆମେ ଆମର ପ୍ରଜାତିକୁ ବଞ୍ଚାଇବାକୁ ବାହାରିଛୁ, ଆମ ଆମର ସାଥ୍ ଦିଅ। ପାକିସ୍ତାନ ଅଧିକୃତ ବଲୁଚିସ୍ତାନରେ ବଲୁଚ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଏହା ତାଙ୍କର ନିଷ୍ପତ୍ତି। ବଲୁଚ ଏବେ ପାକିସ୍ତାନର ଅଂଶ ନୁହେଁ ଓ ଦୁନିଆ ଏବେ ମୁକଦର୍ଶକ ନରହୁ।
ମୀର ୟାର ବଲୋଚ ଭାରତୀୟ ମିଡିଆ, ୟୁଟ୍ୟୁବର ଓ ବୁଦ୍ଧିଜୀବିଙ୍କୁ କହିଛନ୍ତି ସେମାନେ ବଲୁଚକୁ ପାକିସ୍ତାନର ନିଜ ଲୋକ କହିବା ବନ୍ଦ କରନ୍ତୁ। ଆମେ ବଲୁଚିସ୍ତାନୀ, ପାକିସ୍ତାନୀ ନୁହେଁ। ବଲୁଚ ନେତା କହିଛନ୍ତି, ପାକିସ୍ତାନର ନିଜ ଲୋକ ପଞ୍ଜାବୀ, ସେମାନେ କେବେ ଆକ୍ରମଣ ଓ ନରସଂହାରର ସାମନା କରିନାହାନ୍ତି। ଏହା ସହ ବଲୋଚ ନେତା ମୀର ୟାର ଭାରତର ପିଓକେ ଖାଲି କରିବା ଦାବୀକୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ ଅନ୍ତର୍ଜତୀୟ ସମୁଦାୟକୁ ପାକିସ୍ତାନର ଉପରେ ଏହି ଅଞ୍ଚଳକୁ ଖାଲି କରିବାକୁ ଚାପ ପକାଇବାକୁ ନିବେଦନ କରିଛନ୍ତି।