ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପାକିସ୍ତାନ ଉପରେ ବେଲୁଚି ବିଦ୍ରୋହୀଙ୍କ ହମଲା ; ୨୪ ଘଣ୍ଟାରେ ଦ୍ୱିତୀୟ ଆଟାକ୍, ୧୨ ପାକ୍ ସେନା ମୃତ

Published By : Ankita S | May 8, 2025 9:53 AM

ନୂଆଦିଲ୍ଲୀ,୦୮/୦୫: ପାକିସ୍ତାନର ଶନି ଦଶା ପଡିଛି । ଭାରତ ପହଲଗାମ ପ୍ରତିଶୋଧ ନେବା ପରେ ପାକିସ୍ତାନ ଉପରେ ବେଲୁଚି ବିଦ୍ରୋହୀ ହମଲା କରିଛନ୍ତି । ଗତ ୨୪ ଘଣ୍ଟାରେ ପାକ୍‌ ସେନା ଉପରେ ଦୁଇ ଥର ବଡ଼ ଧରଣର ହମଲା ହୋଇଛି । ପାକ୍‌ ସେନା ଗାଡ଼ିକୁ ଆଇଡି ବ୍ଲାଷ୍ଟରେ ଉଡ଼ାଇ ଦେଇଛି ବେଲୁଚି ବିଦ୍ରୋହୀ । ଏଥିରେ ୧୨ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଥିବା ଦାବି ହୋଇଛି ।

ଏହି ଆଟାକ ମାଛକାଚ୍ଛିରେ ହୋଇଥିବା ଜଣାପଡିଇଛି । ବେଲୁଚି ଲିବରେସନ ଆର୍ମି ସ୍ପେଶାଲ ଟେକ୍ଟିକାଲ ଆପରେସନ ସ୍କ୍ୱାର୍ଡ ପାକିସ୍ତାନ ସେନା ଗାଡ଼ିକୁ ଟାର୍ଗେଟ କରିଛନ୍ତି । ପାକ୍ ସେନା ଗାଡ଼ିକୁ ରିମୋଟରେ ଉଡାଇ ଦେଇଛନ୍ତି । ଏହି ହମଲା ସେହି ସମୟରେ ହୋଇଛି ଯେବେ ପାକିସ୍ତାନ ସେନା ମିଲିଟାରୀ ଅପରେସନର ପ୍ରସ୍ତୁତି କରୁଥିଲା । ଏହି ହମଲାରେ ୧୨ ପାକ୍ ସେନାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଏହା ପୂର୍ବରୁ ବିଏଲଏ ପାକିସ୍ତାନୀ ସେନାକୁ ଟାର୍ଗେଟ କରି ହମଲା କରିଥିଲା । ଯେଉଁଥିରେ ଏକାଧିକ ପାକ୍‌ ସେନାର ମୃତ୍ୟୁ ହୋଇଥିଲା । ଏହା କେଚ ଜିଲ୍ଲାର କିଲାଗ ଅଞ୍ଚଳରେ ହୋଇଥିଲା । ବେଲୁଚିସ୍ତାନକୁ ନେଇ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଶାହିଦ ଖାଗାନ ୱୱେସୀ କହିଛନ୍ତି, ବେଲୁଚିସ୍ତାନ ଏକ ଲଗାମଛଡା ଘୋଢ଼ା ପରି । ଯାହା ଉପରେ ଏବେ ପାକିସ୍ତାନର କୌଣସି କ୍ଷମତା ନାହିଁ ।

ଭାରତର ଅପରେସନ୍ 'ସିନ୍ଦୂର' - ପହଲଗାମ ଆତଙ୍କୀ ହମଲା ପ୍ରତିଶୋଧ ନେଇ ଭାରତ । ଗତ ୬ ତାରିଖ ମଧ୍ୟରାତ୍ରୀରେ ପିଓକେ ଓ ପାକିସ୍ତାନର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏଥିରେ ୯୦ ଆତଙ୍କୀ ନିପାତ ହୋଇଥିଛନ୍ତି । ଥରି ଉଠିଥିଲା ପାକିସ୍ତାନ । ଭାରତ ମିସାଇଲ ମାଡରେ ଧ୍ୱଂସବିଧ୍ୱସ୍ତ ହୋଇଥିଲା ୯ ଆତଙ୍କୀ ଆଡ୍ଡା । ଭାରତର ଷ୍ଟ୍ରାଇକ୍‌ରେ ପାକିସ୍ତାନରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ବେଲୁଚିସ୍ତାନ ଆଟାକ୍‌ ପରେ ଛାତିରେ ଛନକା ପଶିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.