ନୂଆଦିଲ୍ଲୀ, ୦୨/୦୨ : ପାକିସ୍ତାନ ଉପରେ ବେଲୁଚ ଫିଦାୟିନୀ ଭାରି। ପାକିସ୍ତାନରେ ରଚିଲେ ବିଧ୍ଵଂସଲୀଳା। ମୁନୀରଙ୍କ ୨୦୦ ସୈନିକ ନିପାତ। ଦୁଇ ମହିଳା ଫିଦାୟିନୀଙ୍କ ଫଟୋ ଜାରି କଲା ବିଏଲଏ। ଗୃହ ଯୁଦ୍ଧରେ ନାକେଦମ୍ ହୋଇଗଲାଣି ଆତଙ୍କୀସ୍ତାନ। ଗୃହ ଭେଦି ସାଜି ବାରମ୍ବାର ଆକ୍ରମଣ କରୁଛି ବେଲୁଚିସ୍ତାନ। ନେତୃତ୍ଵ ନେଉଛନ୍ତି ମହିଳା ଫିଦାୟିନୀ। ରକ୍ତ ସଙ୍ଘର୍ଷରେ ମୁନୀରଙ୍କ ସେନା ଚିତପଟାଙ୍ଗ। ଭାରି ପଡୁଛନ୍ତି ଆତ୍ମଘାତୀ ମହିଳା। ଟାର୍ଗେଟ୍ରେ ସୈନ୍ୟ ଠିକଣା। ତେବେ କିଏ ଏହି ୨ ବେଲୁଚ ମହିଳା ଯୋଦ୍ଧା ? ଯାହାଙ୍କ ପାଇଁ ଏବେ ପାକ୍ ଆର୍ମି ଥରହର।
ବେଲୁଚ ଆର୍ମିର ମହିଳା ଫିଦାୟିନୀ ଆସିଫା ମଙ୍ଗଳ, ବୟସ ମାତ୍ର ୨୩ ବର୍ଷ...। ୨୦୨୬ ଜାନୁଆରୀ ୩୧ରେ ସେ ନୋଶକି ଆଇଏସଆଇ ମୁଖ୍ୟାଳୟରେ ଆକ୍ରମଣ କରିଥିଲେ। ବିସ୍ଫୋଟକ ଲଦା ହୋଇଥିବା ଗାଡି ସାହାଯ୍ୟରେ ବିସ୍ଫୋରଣ ଘଟାଇଥିଲେ। ଏହି ଅପରେସନରେ ଆସିଫା ପ୍ରାଣ ହରାଇଛନ୍ତି। ସେହିପରି ବିଏଲଏର ଆଉ ଜଣେ ମହିଳା ଫିଦାୟିନୀ ହେଉଛନ୍ତି ହୱା ବଲୁଚ ଓରଫ ଦ୍ରୋଶମ। ସେ ଗ୍ଵାଦରରେ ପାକ୍ ଆର୍ମି କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଅପରେସନର ୧୨ ଘଣ୍ଟା ପୂର୍ବରୁ ସେ ବ୍ଲଗ୍ କରିଥିଲେ। ନୀର୍ଭିକ ଭାବରେ ସଙ୍ଗଠନ ପାଇଁ କାମ କରିବାକୁ ଅନ୍ୟ ଫିଦାୟିନୀଙ୍କୁ ମେସେଜ୍ ଦେଇଥିଲେ।
କେବଳ ଆସିଫା ମଙ୍ଗଳ ଓ ହୱା ବଲୁଚ ନୁହଁନ୍ତି... ବିଏଲଏର ଏମିତି ବହୁ ଫିଦାୟିନୀ ଅଛନ୍ତି। ଯେଉଁମାନଙ୍କୁ ବିଏଲଏ ସ୍ଵତନ୍ତ୍ର ଟ୍ରେନିଂ ଦେଇ ଆକ୍ରମଣ କରୁଛି। ସେମାନଙ୍କ ପରିଚୟ ଗୁପ୍ତ ରଖାଯାଇଛି। ବିଶେଷ କରି ଏମାନେ ସାଧାରଣ ଲୋକଙ୍କ ବେଶରେ ହାଇ ସିକ୍ୟୁରିଟି ଜୋନ୍ରେ ଯାଇ ବିସ୍ଫୋରଣ କରୁଛନ୍ତି। ବେଲୁଚ ମହିଳାମାନେ ଏବେ ଫ୍ରଣ୍ଟ ଲାଇନ୍କୁ ଆସି ଲଢୁଥିବା ଏହି ଭଡିଓ ମାଧ୍ୟମରେ ବିଏଲଏ ଦାବି କରିଛି।
ପାକିସ୍ତାନରେ ଏବେ ବିଦ୍ରୋହର ନିଆଁ ଜଳୁଛି। ଏହି ଅଶାନ୍ତି ପାଇଁ ପାକିସ୍ତାନ ଭାରତକୁ ଦାୟୀ କରୁଛି। ଆନ୍ତଃ କଳହ ଏବଂ ଘରୋଇ ସମସ୍ୟାରୁ ସମସ୍ତଙ୍କ ଧ୍ୟାନ ହଟାଇବା ପାଇଁ ଭାରତର ନାଁ ନେଉଛି। ତେବେ ପାକିସ୍ତାନ ଅନ୍ୟ ଉପରେ ଦୋଷ ଲଦିବା ପରିବର୍ତ୍ତେ ବେଲୁଚିସ୍ତାନର ଲୋକଙ୍କ ଦାବି ଉପରେ ଧ୍ୟାନ ଦେଇ ଅତ୍ୟାଚାର ଉପରେ ବିରାମ ଲଗାଇବା ଉଚିତ୍ ବୋଲି ଭାରତ କହିଛି। ହେଲେ ଆତଙ୍କୀସ୍ତାନ ଏଭଳି ନକରି ଓଲଟା ଦମନଲୀଳା ଚଳାଇଛି।
ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନ ଓ ବେଲୁଚିସ୍ତାନ ମଧ୍ୟରେ ରକ୍ତ ସଙ୍ଘର୍ଷ : ଦୁଇ ଦିନରେ ଗଲାଣି ୨୦୦ ଜୀବନ, ସ୍ଥିତି ଅଣାୟତ୍ତ, ଇଣ୍ଟରନେଟ୍ ବନ୍ଦ