ନୂଆଦିଲ୍ଲୀ,୧୦/୦୨; ଆସନ୍ତା ଫେବୃଆରୀ ୧୨ ତାରିଖରେ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ରାଜନୀତି ମାହୋଲ ସରଗରମ ରହିଛି । କିଏ ହେବ ବାଂଲାଦେଶ ପ୍ରଧାନମନ୍ତ୍ରୀ । ନିର୍ବାଚନ ପୂର୍ବରୁ ସର୍ଭେର ପରିଣାମ ବି ସାମ୍ନାକୁ ଆସିଛି । ଭାରତ ବିରୋଧୀ ଜମାତର ସ୍ଥିତି କଣ ତାହା ସାମ୍ନାକୁ ଆସିଛି । ଲୋକ ନୂଆ ନୂଆ କଥା ଶୁଣନ୍ତି । ବିଶେଷ କରି କେଉଁ ଦେଶ ଉପରେ କେଉଁ ଦେଶର ପ୍ରଭାବ ରହିଛି । ଅନେକ ଥର କୁହାଯାଏ କି ବିଏନପି ଏବଂ ଜମାତ-ଏ-ଇସଲାମୀ ବିଦେଶି ଶକ୍ତି ସହ ଜଡ଼ିତ . କିଛି ଲୋକ ଏହାକୁ ସତ ମାନନ୍ତି ତ କିଛି ଏହାକୁ ପ୍ରଚାର ବୋଲି କହୁଛନ୍ତି । ହେଲେ ଅସଲରେ ଏହା କଣ ଆସନ୍ତୁ ଜାଣିବା ।
ସାଧାରଣତଃ ବାଂଲାଦେଶରେ ସାଧାରଣ ମୁଦ୍ଦା ନିର୍ବାଚନର ମୁଖ୍ୟ ବିଷୟ ହେବା କଥା । ଯେପରି ରୋଜଗାର, ଦରଦାମ ବୃଦ୍ଧି ଏବଂ ନାଗରିକଙ୍କ ନିତିଦିନିଆ ସମସ୍ୟା । ହେଲେ ଏଥର କିଛି ଅଲଗା ରହିଛି । ନିର୍ବାଚନ ସାଧାରଣ କିନ୍ତୁ ଅନ୍ୟ ଦେଶର ନାମ ସାମ୍ନାକୁ ଆସୁଛି । ବିଶେଷ କରି ଭାରତ ଏବଂ ଆମେରିକା । କିଏ କାହା ସହିତ ଅଛି ତାର ସନ୍ଧାନ ଚାଲିଛି । ଭାରତ ଏବଂ ଆମେରିକାର ପୂର୍ବରୁ ବାଂଲାଦେଶ ନିର୍ବାଚନରେ ସମ୍ପର୍କ ରହିଛି । ହେଲେ ଏଥର ପାକିସ୍ତାନ ଏବଂ ତୁର୍କୀ ନାମ ବି ଉଠୁଛି ।
ପ୍ରୋ- ଆମେରିକା ଜମାତ- ସର୍ବପ୍ରଥମେ ଜମାତ-ଏ-ଇସାଲାମୀ । ଜମାତ ଉପରେ ଅଭିଯୋଗ ରହିଛି କି, ଯେବେ ୱାସିଂଟନ ପୋଷ୍ଟରେ ବାହାରିଥିଲା କି, କିଛି ଆମେରିକୀୟ କୂଟନୀତିଜ୍ଞ ବିଶ୍ୱାସ କରନ୍ତୁ କି, ଜମାତ ଏହି ନିର୍ବାଚନରେ ଭଲ ପ୍ରଦର୍ଶନ କରିବ । ଆମେରିକା ଜମାତ ସହିତ ତାର ସମ୍ପର୍କକୁ ମଜବୁତ କରିବାକୁ ଚାହିଁପାରେ । ଏହା ମଧ୍ୟ ସୂଚିତ କରାଯାଇଥିଲା କି ଆମେରିକା ଜମାତକୁ ଏକ ବନ୍ଧୁ ଭାବରେ ବିବେଚା କରିପାରିବ । ଆମେରିକା ଜମାତକୁ ସିଧାସଳଖ ସମର୍ଥନ କରୁଛି । ଏ ଖବର ନିଆଁ ଭଳି ବ୍ୟାପି ଗଲା । ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଲା । ଫଳରେ ଲୋକମାନେ ଦାବି କରିଥିଲେ କି ଜମାତ ଏବେ ଏକ ଆମେରିକୀୟ ଦଳ ହୋଇଗଲାଣି । ଜାମତ-ଏ-ଇସଲାମି ମଧ୍ୟ ଏହାର ଜବାବ ଦେଇଛି । ତାର କୌଣସି ବିଦେଶୀ ଦେଶ ସହିତ ସିଧାସଳଖ ବନ୍ଧୁତା କିମ୍ବା ମେଣ୍ଟ ନାହିଁ ଏହି ଖବର ଭୁଲ ସେମାନଙ୍କୁ ଆମେରିକୀୟ ସମର୍ଥନ ନାହିଁ ବୋଲି କହିଛି ।
ଭାରତ ସହିତ ବିଏନପିର ଗୁପ୍ତ ଚୁକ୍ତି- ଅନ୍ୟପକ୍ଷରେ, ବିଏନପି ବିରୋଧରେ ଅଭିଯୋଗ ଆସିଛି କି, ଏହା ଭାରତ ସମର୍ଥକ ଦଳ । ଏହାର ଆଧାର କଣ ? ଏହାର ପଛର କାହାଣୀ ଟିକେ ଅଲଗା । ନିର୍ବାଚନ ଆରମ୍ଭ ହେବା ପୂର୍ବରୁ କିଛି ନେତା ଏବଂ ସୋସିଆଲ ମିଡିଆ ଆକାଉଣ୍ଟରେ ଦାବି ହୋଇଛି କି ବିଏନପି ଭାରତ ସହିତ ସିକ୍ରେଟ୍ ଡିଲ୍ କରି କ୍ଷମତାକୁ ଆସିବାକୁ ଚାହୁଁଛି । ବରିଷ୍ଠ ବିଏନପି ନେତାମାନେ ଭାରତୀୟ ପ୍ରତିନିଧିଙ୍କ ସହିତ ବ୍ୟକ୍ତିଗତ ବୈଠକ କରିଥିଲେ । ବିଏନପି ନେତୃତ୍ୱ ଭାରତ ଚାପରେ କାର୍ଯ୍ୟ କରୁଛନ୍ତି । ବିଏନପି ଭାରତ ସମର୍ଥକ । ହେଲେ ବିଏନପି ଏକ ସରକାରୀ ବିବୃତ୍ତିରେ ଏହି ଦାବିକୁ ଅଶ୍ୱୀକାର କରିଛି । ବିଏନପି ନୀତି ସମ୍ପର୍କରେ ଦଳର ନେତାମାନେ କହିଛନ୍ତି ବାଂଲାଦେଶ ପ୍ରଥମ କୌଣସି ଦେଶର ଏଜେଣ୍ଡା ଗ୍ରହଣ କରିବେ ନାହିଁ । ବିଏନପି ଅଧ୍ୟକ୍ଷ ତାରିକ ରହମାନ ବୈଠକରେ ବାରମ୍ବାର କହିଛନ୍ତି ଯେ ରାଜନୀତି ବିଦେଶୀ ଦେଶ ବିଷୟରେ ନୁହେଁ।
ଏହା ବି ପଢନ୍ତୁ...ଜେଫ୍ରୀ ଏପ୍ଷ୍ଟିନ୍ର ‘ୱାଇଲ୍ଡ ଡିନର’ ପାର୍ଟିରେ ସିଲିକନ୍ ଭ୍ୟାଲିର ବଡ଼ ବଡ଼ ଟେକ୍ ମହାରଥୀ, ଭାଇରାଲ୍ ହେଉଛି ଫଟୋ
ଯେତେବେଳେ ବାଂଲାଦେଶ ନିର୍ବାଚନରେ ଭୋଟ ଦେବ, ସେତେବେଳେ ଜନସାଧାରଣ ଏହି ସ୍ୱରଗୁଡ଼ିକୁ କିପରି ଦେଖନ୍ତି ତାହା ସ୍ପଷ୍ଟ ହୋଇଯିବ। ଲୋକମାନେ ବିଦେଶୀ ଅଭିଯୋଗ ଉପରେ ଆଧାର କରି ନିଷ୍ପତି ନିଅନ୍ତି ନା ନିଜ ଘରୋଇ ପ୍ରସଙ୍ଗକୁ ପ୍ରାଥମିକତା ଦିଅନ୍ତୁ ତାହା ସ୍ପଷ୍ଟ ହୋଇଯିବ । ବାଂଲାଦେଶ ନିର୍ବାଚନ ପୂର୍ବରୁ ହୋଇଥିବା ସର୍ଭେରେ ବିଏନପିକୁ ପୂର୍ଣ୍ଣ ବହୁମତ ମିଳିବ । ଭାରତ ବିରୋଧୀ ଜମାତ-ଏ-ଇସଲାମୀ ୫୦ରୁ ଅଧିକ ଆସନରେ ଜିତିପାରିବ ନାହିଁ । ବିଏନପି ୨୦୦ରୁ ଅଧିକ ଆସନ ପାଇପାରେ । ଶଫିକୁର ରହମାନଙ୍କ ନେତୃତ୍ୱରେ ଜମାତ-ଏ-ଇସଲାମୀ ନିର୍ବାଚନ ଲଢିବ । ତାରିକ ରହମାନ ବାଂଲାଦେଶ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ୨୦୨୪ରେ ଶେଖ୍ ହସିନାଙ୍କ ସରକାରର ପତନ ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଚାଲିଛି । ଆଶା କରାଯାଉଛି କି ଏବେ ବାଂଲାଦେଶକୁ ଜଣେ ପୂର୍ଣ୍ଣକାଳୀନ ପ୍ରଧାନମନ୍ତ୍ରୀ ମିଳିବ ।