ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫକୁ ନେଇ ହିନ୍ଦୁ ସମାଜର ବିରୋଧ , ୫୦ ଆହତ

Published By : Anindita Ratha | November 26, 2024 8:27 AM

ନୂଆଦିଲ୍ଲୀ,୨୬/୧୧: ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁ (ଚିନ୍ମୟ ଦାସ)ଙ୍କୁ ଗିରଫ ପରେ ବାଂଲାଦେଶର ବିଗୁଡୁଛି ସ୍ଥିତି। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ ସମାଜ । ଯାହାକୁ ନେଇ ସେମାନଙ୍କୁ ଆକ୍ରମଣ କରିଛି ବିଏନପି ଓ ଜମାତର କର୍ମଚାରୀ । ତେବେ ଏହି ଆକ୍ରମଣରେ ୫୦ ହିନ୍ଦୁ ଆହତ ହୋଇଛନ୍ତି । ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ଜୟ ଶ୍ରୀରାମ ଓ ହର ହର ମହାଦେବଙ୍କ ନାଁ ନେଇ ମୌଲବୀ ବଜାରରେ ମଶାଲ ରାଲି କରିଛନ୍ତି ହଜାର ହଜାର ହିନ୍ଦୁ । 

ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଗିରଫ ପରେ ବାଂଲାଦେଶରେ ହିନ୍ଦୁ   ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ପ୍ରତ୍ୟେକ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସଭା ଆୟୋଜନ କରିଥିଲେ। ତେବେ ଏହି ଶାନ୍ତିପୂର୍ଣ୍ଣ ସଭାଗୁଡ଼ିକରେ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ଅତି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା। ଇସଲାମିକ ଗୋଷ୍ଠୀ ଚିତ୍ରକୋଣ୍ଡାର ହିନ୍ଦୁ ସମ୍ପ୍ରଦାୟର ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ଢାକାର  ଶାହାବାଗରେ ଏକ ଶାନ୍ତିପୂର୍ଣ୍ଣ ବୈଠକରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ତଥା ଚିତ୍ରକୋଣ୍ଡା ବିଶ୍ୱବିଦ୍ୟାଳୟର ପ୍ରଫେସର କୁଶଲ ବାରନଙ୍କୁ ଆକ୍ରମଣ କରାଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଥିଲେ। ଉଗ୍ରବାଦୀ ଦଳଙ୍କ ଆକ୍ରମଣରେ ଅନେକ ଲୋକ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଥାଉକି, ବାଂଲାଦେଶ ପୋଲିସ ସୋମବାର ଦିନ ଢାକାର ହଜରତ ଶାହାଜଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଥିଲା। ସେ ବାଂଲାଦେଶରେ ହେଉଥିବା ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ କ୍ରମାଗତ ଭାବେ ବିରୋଧ କରି ଆସୁଛନ୍ତି ଏବଂ ନିକଟରେ ସେ ଦେଶରେ ହିନ୍ଦୁଙ୍କ ସମର୍ଥନରେ ଏକ ରାଲି କରିଥିଲ  ଯାହାକୁ ନେଇ ତାଙ୍କୁ ଗିରଫ କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.