ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

୯ମ ଟ୍ରଫି ପାଇଁ ଭାଙ୍ଗିଲା ଭାରତର ଆଶା: ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲରେ ବିଜୟୀ ବାଂଲାଦେଶ

Published By : Prameya | December 8, 2024 6:06 PM

Image source: Cricbuzz

ଦୁବାଇ,୦୮/୧୨: ୧୯ ବର୍ଷରୁ କମ୍‌ ଏସିଆ କପ୍ ୨୦୨୪ର ଟାଇଟଲ୍ ଜିତିଛି ବାଂଲାଦେଶ। ଫାଇନାଲରେ ଦଳ ଭାରତକୁ ୫୯ ରନ୍‌ରେ ପରାସ୍ତ କରିଛି। ୧୯ ବର୍ଷରୁ କମ୍ ଟିମ୍ ଇଣ୍ଡିଆର ବ୍ୟାଟିଂ ଏହି ମ୍ୟାଚ୍‌ରେ ଫ୍ଲପ୍‌ ସାବ୍ୟସ୍ଥ ହୋଇଛି। କ୍ୟାପଟେନ ମହମ୍ମଦ ଅମାନ ଭାରତ ପକ୍ଷରୁ ୨୬ ରନ୍‌ର ଇନିଂସ ଖେଳିଥିଲେ। ଅନ୍ୟପକ୍ଷରେ ହାର୍ଦ୍ଦିକ ରାଜ ୨୪ ରନ୍‌ ସଂଗ୍ରହ କରିଥିଲେ। ଏହାପୂର୍ବରୁ ଯୁଦ୍ଧଜିତ ଗୁହା, ଚେତନ ଶର୍ମା ଏବଂ ହାର୍ଦ୍ଦିକ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜିତିବା ପାଇଁ ବାଂଲାଦେଶ ଭାରତକୁ ୧୯୯ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ୧୩୯ ରନ୍‌ରେ ସମସ୍ତ ଓ୍ବିକେଟ ହରାଇଥିଲା।

ବାଂଲାଦେଶ ଦେଇଥିବା ଟାର୍ଗେଟକୁ ଗୋଡାଇ ଭାରତୀୟ ଦଳ ପକ୍ଷରୁ ଆୟୁଷ ମାତ୍ରେ ଏବଂ ବୈଭବ ସୂର୍ଯ୍ୟବଂଶୀ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଏହି ଉଭୟ ବ୍ୟାଟର କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ। ଆୟୁଷ ମାତ୍ରେ ୧ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ସେପଟ ୯ ରନ୍ କରିବା ପରେ ବୈଭବ ମଧ୍ୟ ଆଉଟ୍‌ ହୋଇଥିଲେ। ଦଳ ପକ୍ଷରୁ ଆନ୍ଦ୍ରେ ସିଦ୍ଧାର୍ଥ ଏବଂ କେପି କାର୍ତ୍ତିକେୟ କିଛି ରନ୍ ଯୋଡ଼ିଥିଲେ। ସିଦ୍ଧାର୍ଥ ୩ ଚୌକା ସହାୟତାରେ ୨୦ ରନ୍ ସ୍କୋର କରିଥିଲେ। ସେହିପରି କାର୍ତ୍ତିକେୟ ୨୧ ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।

୨୬ ରନ୍ କରିବା ପରେ କ୍ୟାପଟେନ ମହମ୍ମଦ ଅମାନ ଆଉଟ୍ ହୋଇଥିଲେ। ସେ ୬୫ ବଲ୍‌ର ସମ୍ମୁଖୀନ ହୋଇ ମାତ୍ର ୧ ରନ୍ ସ୍କୋର କରିଥିଲେ। ନିଖିଲ କୁମାର ଖାତା ଖୋଲିପାରିନ‌‌‌ଥିଲେ। ୱିକେଟ୍ କିପର ବ୍ୟାଟର ହରବଂଶ ସିଂ ୬ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। ସେପଟେ ୧ ରନ୍ କରି କିରଣ ଚୋରମାଲେ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ରାଜ ଭଲ ଚେଷ୍ଟା କରିଥିଲେ। କିନ୍ତୁ ସେ ୨୧ ଟି ବଲରେ ୨୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ତିନୋଟି ଚୌକା ମାରି‌‌ଥିଲେ। 

ଟିମ୍ ଇଣ୍ଡିଆର ସମସ୍ତ କଠିନ ପରିଶ୍ରମ ବ୍ୟର୍ଥ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା। ଏହା ପରେ ଟିମ୍‌ ଇଣ୍ଡିଆ ଲଗାତର ତିନୋଟି ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଏଠାରେ ପୁଣି ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ସହିତ ଟିମ୍ ଇଣ୍ଡିଆ ୧୯ ବର୍ଷରୁ କମ୍‌ ଏସିଆ କପ୍ ୨୦୨୪ ଟାଇଟଲ୍ ହରାଇଛି। ଏହିପରି ସମଗ୍ର ଭାରତୀୟ ଦଳ ୩୫.୨ ଓଭରରେ ମାତ୍ର ୧୩୯ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ। 

ବାଂଲାଦେଶ ଇନିଂସ:

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଭାରତ ବିପକ୍ଷରେ ୧୯୮ ରନ୍ ସଂଗ୍ରହ କରିଥିଲା। ଦଳ ପାଇଁ ରିଜାନ୍ ହୁସେନ୍ ୪୭ ରନ୍‌ର ଏକ ଭଲ ଇନିଂସ ଖେଳିଥିଲେ। ସେ ୩ ଚୌକା ମାରିଥିଲେ। ଶିହାବ ୪୦ ରନର ଇନିଂସ ଖେଳିଥିଲେ। ସେ ୩ ଚୌକା ଓ ଗୋଟିଏ ଛକା ମାରିଥିଲେ। କ୍ୟାପଟେନ ଅଜିଜୁଲ ହାକିମ ତମିମ ୧୬ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ଫରିଦ ହାସନ ୩୯ ରନ୍ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.