ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବାଂଲାଦେଶ ପୁଣି ଅଶାନ୍ତ, ଜୋର ଧରିଲା ରାଷ୍ଟ୍ରପତି ଶାହାବୁଦ୍ଦିନଙ୍କ ଇସ୍ତଫା ଦାବି

Published By : Tapas Panda | October 24, 2024 1:32 PM

Image Courtesy: indiatoday

ନୂଆଦିଲ୍ଲୀ: ବାଂଲାଦେଶ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି । ଶେଖ ହସିନା ସରକାରର ପତ୍ତନ ପରେ ଏବେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନଙ୍କ ଇସ୍ତଫା ଦାବି ଜୋର ଧରିଛି ।   ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ବଙ୍ଗଭବନକୁ ଘେରିବା ସହ ଶାହାବୁଦ୍ଦିନଙ୍କୁ ଇସ୍ତଫା ଦେବା ପାଇଁ ସାତ ଦିନର ଅଲଟିମେଟମ ଦେଇଛନ୍ତି ।  ଗତ ସପ୍ତାହରେ ଏକ ସାକ୍ଷାତକାରରେ ଶାହାବୁଦ୍ଦିନ କହିଥିଲେ ଯେ, ଅଗଷ୍ଟରେ ଶେଖ ହସିନା ଦେଶ ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ଏହି ବୟାନ ପରେ ଛାତ୍ରଛାତ୍ରୀମାନେ ଉତକ୍ଷିପ୍ତ ହୋଇପଡ଼ିଥିଲେ । 

ବାଂଲାଦେଶର ଅନ୍ତରୀଣ ସରକାର ବୁଧବାର କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ନେଇ ସେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି । ସେପଟେ ଅନ୍ତରୀଣ ସରକାର ଶେଖ ହସିନାଙ୍କ ନେତୃତ୍ୱାଧୀନ ଆୱାମୀ ଲିଗ୍ ପାର୍ଟିର ଛାତ୍ର ଶାଖା ବାଂଲାଦେଶ ଷ୍ଟୁଡେଣ୍ଟସ୍ ଲିଗ୍ (ବିସିଏଲ୍)କୁ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ନିଷିଦ୍ଧ କରିଛନ୍ତି । ବିଜ୍ଞପ୍ତିରେ କୁହାଯାଇଛି ଯେ ଆୱାମୀ ଲିଗ୍ ସରକାରର ଗତ ୧୫ ବର୍ଷ ମଧ୍ୟରେ ଛାତ୍ର ସଂଗଠନ ଅନେକ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିଛି । 

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ହୋଇଥିବା ବିକ୍ଷୋଭର ଟିଭି ଫୁଟେଜରେ ବିକ୍ଷୋଭକାରୀମାନେ ବିଭିନ୍ନ ବ୍ୟାନରରେ ପୋଲିସ ସହ ଧସ୍ତାଧସ୍ତି କରୁଥିବା ଦେଖିବାକୁ ମିଳିଛି ।ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀଙ୍କୁ ବ୍ୟାରିକେଡ୍ ଭାଙ୍ଗିବାରୁ ରୋକିବା ପାଇଁ ସୁରକ୍ଷା ବାହିନୀ ଗୁଳି ଚଳାଇବାରୁ ଦୁଇ ଜଣ ଆହତ ହୋଇଛନ୍ତି। ହିଂସାତ୍ମକ ଭିଡ଼କୁ ହଟାଇବା ପାଇଁ ବ୍ୟବହୃତ ଗ୍ରେନେଡ୍‌ରେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ବିକ୍ଷୋଭକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.