ନୂଆଦିଳ୍ଲୀ,୪।୬: ବାଂଲାଦେଶର ଅନ୍ତରୀଣ ସରକାର ଆଇନରେ ସଂଶୋଧନ କରି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ରାଷ୍ଟ୍ରପିତା ଉପାଧି ଫେରାଇ ନେଇଛି। ଏବେ ତାଙ୍କୁ ଉଲ୍ଲେଖ କେବଳ ଜଣେ ସ୍ବାଧିନତା ସଂଗ୍ରାହମୀ ଭାବରେ କରାଯାଇଛି। ବୁଧବାର ବାଂଲାଦେଶ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ସରକାର ଏହି ନିଷ୍ପତ୍ତି ନେଇଛି। ବାଂଲାଦେଶର ପ୍ରତିଷ୍ଠାତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବାପା ହେଉଛନ୍ତି ମୁଜିବୁର ରେହମାନ। ତାଙ୍କର ଚିତ୍ରକୁ ନୂତନ ନୋଟ୍ର ହଟାଇବାର କିଛି ଦିନ ପରେ ମଙ୍ଗଳବାର ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
‘ଢାକା ଟ୍ରିବ୍ୟୁନ’ର ଖବର ଅନୁସାରେ, ଅନ୍ତରୀଣ ସରକାର ରାଷ୍ଟ୍ରୀୟ ସ୍ବତନ୍ତ୍ରତା ସେନାନୀ ପରିଷଦ ଅଧିନିୟମରେ ସଂଶୋଧନ କରି ସ୍ବାଧିନତା ସଂଗ୍ରାମୀଙ୍କ ପରିଭାଷାରେ ପରିବର୍ତ୍ତନ କରିଛନ୍ତି। ଆଇନ ,ନ୍ୟାୟ ଓ ସଂସଦୀୟ ମାମଲାର ମନ୍ତ୍ରଣାଳୟ ମଙ୍ଗଳବାର ରାତିରେ ଏନେଇ ଏକ ଅଧ୍ୟାଦେଶ ଜାରି କରିଛି। କୁହାଯାଇଛି ଯେ, ଆଇନରେ ସଂଶୋଧନ ଅନୁସାରେ, ରାଷ୍ଟ୍ରପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ ଶବ୍ଦକୁ ମଧ୍ୟ ସଂଶୋଧିତ କରାଯାଇଛି।
‘ବିଡି ୨୪ ନ୍ୟୁଜ ପୋର୍ଟାଲ ଅନୁସାରେ’ ରାଷ୍ଟ୍ରପିତା ବଙ୍ଗବନ୍ଧୂ ଶେଖ୍ ମୁଜିବୁର ରହମାନ ଶବ୍ଦ ଓ ଆଇନର ସେଇ ଅଂଶ ଯେଉଁଥିରେ ବଙ୍ଗବନ୍ଧୁଙ୍କ ନାଁ ଥିଲା। ତାକୁ ହଟାଇ ଦିଆଯାଇଛି। ‘ଡେଲି ଷ୍ଟାର’ ସମାଚାର ପତ୍ରର ସୂଚନା ଅନୁସାରେ, ଅଧ୍ୟାଦେଶ ଅନୁସାରେ, ମୁକ୍ତି ସଂଗ୍ରାମର ପରିଭାଷାରେ ଅଳ୍ପ ପରିବର୍ତ୍ତନ କରାଯାଇଛି। ମୁକ୍ତି ସଂଗ୍ରାମର ନୂଆ ପରିଭାଷାରେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରହମାନଙ୍କ ନାଁରୁ ହଟାଇ ଦିଆଯାଇଛି।