ଧଉଳି,୨୬/୦୧: ବିନା ପାସ୍‌ପୋର୍ଟରେ  ଅନୁପ୍ରବେଶ କରିଥିବା ଜଣେ ବାଂଲାଦେଶୀ  ମହିଳାଙ୍କୁ ଧଉଳି ଥାନା ପୁଲିସ ଲିଙ୍ଗିପୁର  ଅଞ୍ଚଳରୁ ଗିରଫ କରିଛି । ଗିରଫ  ବାଂଲାଦେଶୀ ମହିଳା ଜଣଙ୍କ ହେଲେ ନୁପୁର  ଶର୍ମା । ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା ।  ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର  ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ପୁଲିସ ସୂଚନା ଅନୁଯାୟୀ, ମହିଳାଙ୍କ  ଆଧାର କାର୍ଡରେ ନାମ ସୁପି ବେଗମ  ଥିବାବେଳେ ଘର ଠିକଣା ପଶ୍ଚିମବଙ୍ଗ  ରହିଛି । ତେବେ ଏହି ଆଧାର କାର୍ଡ  ନକଲି ବୋଲି ଜଣାପଡ଼ିଛି । ୨ ଜଣ  ଦଲାଲଙ୍କ ସହଯୋଗରେ ସେ ବାଂଲାଦେଶରୁ  ବିନା ପାସ୍‌ପୋର୍ଟରେ ଅନୁପ୍ରବେଶ  କରି ପଶ୍ଚିମବଙ୍ଗରେ ପହଞ୍ଚି ଥିଲେ ।  ସେଠାରୁ ଭୁବନେଶ୍ୱରକୁ ଏକ ମସାଜ  ସେଣ୍ଟରରେ କାମ କରିବାକୁ ଆସିଥିଲେ ।  ହେଲେ କୌଣସି ଏକ ମାମଲାରେ  କଟକ ପୁଲିସ ରେଡ୍‌ କରିବା ସମୟରେ  ମହିଳା ଜଣଙ୍କ ପୁଲିସ ହାବୁଡ଼ରେ  ପଡିଯାଇଥିଲେ । ଉଦ୍ଧାର ବେଳେ ସେ ତାଙ୍କ  ବାସସ୍ଥାନ ପ୍ରମାଣପତ୍ର ସ୍ୱରୂପ ଆଧାରକାର୍ଡ  ଦେଖାଇଥିଲେ । ଆଧାରକାର୍ଡରେ ଥିବା  ନାଁ ଓ ଠିକଣାକୁ ନେଇ ପୁଲିସର ସନ୍ଦେହ  ହୋଇଥିଲା । ପୁଲିସ ଅଧିକ ତଥ୍ୟ ପାଇବା  ନିମନ୍ତେ ତାଙ୍କୁ ପଚରାଉଚରା କରିଥିଲା ।  ପରେ ସେ ନକଲି ଆଧାର କାର୍ଡ ଓ  ବିନା ପାସପୋର୍ଟରେ ବାଂଲାଦେଶରୁ  ଭୁବନେଶ୍ୱର ଆସିଥିବା ଜଣାପଡ଼ିଥିଲା