ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅନୁପ୍ରବେଶ ଅଭିଯୋଗରେ ବାଂଲାଦେଶୀ ମହିଳା ଗିରଫ: ପାସ୍‌ପୋର୍ଟ ନାହିଁ, ମିଳିଲା ନକଲି ଆଧାର କାର୍ଡ

Published By : Prameya | January 26, 2025 12:15 PM

ଧଉଳି,୨୬/୦୧: ବିନା ପାସ୍‌ପୋର୍ଟରେ  ଅନୁପ୍ରବେଶ କରିଥିବା ଜଣେ ବାଂଲାଦେଶୀ  ମହିଳାଙ୍କୁ ଧଉଳି ଥାନା ପୁଲିସ ଲିଙ୍ଗିପୁର  ଅଞ୍ଚଳରୁ ଗିରଫ କରିଛି । ଗିରଫ  ବାଂଲାଦେଶୀ ମହିଳା ଜଣଙ୍କ ହେଲେ ନୁପୁର  ଶର୍ମା । ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା ।  ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର  ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ପୁଲିସ ସୂଚନା ଅନୁଯାୟୀ, ମହିଳାଙ୍କ  ଆଧାର କାର୍ଡରେ ନାମ ସୁପି ବେଗମ  ଥିବାବେଳେ ଘର ଠିକଣା ପଶ୍ଚିମବଙ୍ଗ  ରହିଛି । ତେବେ ଏହି ଆଧାର କାର୍ଡ  ନକଲି ବୋଲି ଜଣାପଡ଼ିଛି । ୨ ଜଣ  ଦଲାଲଙ୍କ ସହଯୋଗରେ ସେ ବାଂଲାଦେଶରୁ  ବିନା ପାସ୍‌ପୋର୍ଟରେ ଅନୁପ୍ରବେଶ  କରି ପଶ୍ଚିମବଙ୍ଗରେ ପହଞ୍ଚି ଥିଲେ ।  ସେଠାରୁ ଭୁବନେଶ୍ୱରକୁ ଏକ ମସାଜ  ସେଣ୍ଟରରେ କାମ କରିବାକୁ ଆସିଥିଲେ ।  ହେଲେ କୌଣସି ଏକ ମାମଲାରେ  କଟକ ପୁଲିସ ରେଡ୍‌ କରିବା ସମୟରେ  ମହିଳା ଜଣଙ୍କ ପୁଲିସ ହାବୁଡ଼ରେ  ପଡିଯାଇଥିଲେ । ଉଦ୍ଧାର ବେଳେ ସେ ତାଙ୍କ  ବାସସ୍ଥାନ ପ୍ରମାଣପତ୍ର ସ୍ୱରୂପ ଆଧାରକାର୍ଡ  ଦେଖାଇଥିଲେ । ଆଧାରକାର୍ଡରେ ଥିବା  ନାଁ ଓ ଠିକଣାକୁ ନେଇ ପୁଲିସର ସନ୍ଦେହ  ହୋଇଥିଲା । ପୁଲିସ ଅଧିକ ତଥ୍ୟ ପାଇବା  ନିମନ୍ତେ ତାଙ୍କୁ ପଚରାଉଚରା କରିଥିଲା ।  ପରେ ସେ ନକଲି ଆଧାର କାର୍ଡ ଓ  ବିନା ପାସପୋର୍ଟରେ ବାଂଲାଦେଶରୁ  ଭୁବନେଶ୍ୱର ଆସିଥିବା ଜଣାପଡ଼ିଥିଲା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.