ଚନ୍ଦନେଶ୍ଵର,୩୧/୫ (ଆ.ପ୍ର) ;ବାଲେଶ୍ଵର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ସାହାବାଜିପୁର ଗାଁରେ ବଙ୍ଗ, ବାଂଲାଦେଶୀ ରୂପଜୀବୀ ବସବାସ କରିବା ପ୍ରସଙ୍ଗକୁ ଏବେ ତାଳସାରି ସମୁଦ୍ରିକ ଥାନା ପୁଲିସ ଗୁରୁତର ସହ ନେଇଛନ୍ତି । ଗାଁଲୋକଙ୍କ ଲିଖିତ ଅଭିଯୋଗ ପାଇବାର ୫ଦିନ ପରେ ଥାନା ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ପ୍ରକ୍ରିୟା । ଏଥିପାଇଁ ଶନିବାର ୨ଟି ସ୍ଵତନ୍ତ୍ର ଟିମ କରି ପ୍ରାୟ ୮ରୁ ୧୦ଟି ଘରକୁ ଯିବା ସହିତ ବସବାସ କରୁଥିବା ଯୁବତୀ ମାନଙ୍କ ଆଧାର କାର୍ଡ ଯାଞ୍ଚ ଓ ଫଟୋ ଉଠା ଯାଇଛି । ଆବଶ୍ୟକୀୟ ପ୍ରମାଣ ମିଳିଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସାମୁଦ୍ରିକ ଥାନ ଅଧିକାରିଣୀ ଚମ୍ପାବତା ସୋରେନ ପ୍ରକାଶ କରିଛନ୍ତି ।
ବିବରଣୀରୁ ପ୍ରକାଶ,ପଶ୍ଚିମବଙ୍ଗର ଦୀଘା ଥାନା ଅଧୀନ ପଦିମା ଗାଁକୁ ଲାଗିଛି ସାହାବାଳିପୁର ଗାଁ । ଏହି ଗାଁରେ ପ୍ରାୟ ୧୦ରୁ ଅଧିକ ଘରେ ବାଂଲାଦେଶୀ ଯୁବତୀ ରହୁଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହି ବାଂଲାଦେଶୀ ଯୁବତୀମାନେ ପଶ୍ଚିମବଙ୍ଗର ନକଲି ଅଧର କାର୍ଡ କରି ଏଠାରେ ବସବାସ କରୁଥିବା ଅଭିଯୋଗ ହୁଏ । ଏହି ଯୁବତୀ ମାନେ ଗାଁରେ ଫେରି କରୁଥିବା ଯୁବକ ମାନଙ୍କୁ ସ୍ୱମୀର ପରିଚୟ ଦେଇ ପାଖରେ ରଖ୍ ଏଭଳି କାରନାମା କରୁଛନ୍ତି ।
ସାମୁଦ୍ରିକ ଥାନାର ପୁଲିସ ସେମାନଙ୍କ ଅଧାରକାର୍ଡ ଜବତ କରିବା ସହିତ ସେମାନଙ୍କ ଫଟୋ ନେଇଛନ୍ତି । ସେସବୁ ବାଲେଶ୍ଵରରୁ ତଦନ୍ତ ହୋଇ ଫେରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଥାନା ଅଧିକାରିଣୀ ଶ୍ରୀମତୀ ସୋରେନ କହନ୍ତି । ଏହାଛଡା ଅଭିଯୋଗ ଆସିଥିବା ଏହି ଯୁବତୀ ମାନଙ୍କୁ ଗାଁରୁ ହଟାଯିବ ବୋଲି ପ୍ରକାଶ କରିଥିଲେ । ସୂଚନ ଆଇକି,ଗାଁରେ ଏହି ଯୁବତୀ ମାନେ ରହିବା ସହିତ ଯୁବକ ମାନେ ନାନା ଅସାମାଜିକ କାର୍ଯ୍ୟ କରୁଥିବା ବେଳେ ଚାଇନସୁଗର, ଗଞ୍ଜାଇ ଓ ମାଦକ ଦ୍ରବ୍ୟର ଆସର ମଧ୍ୟ ଜମୁଛି । ଏନେଇ ଗତ ୨୭ତାରିଖ ଦିନ ଗାଁଲୋକେ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।