ନୂଆଦିଲ୍ଲୀ,୨୯।୧୨: କାହା ସହ ଯଦି ସାଇବର ଫ୍ରଡ ହୁଏ ତେବେ ସେ ବ୍ୟାଙ୍କର ସାହାଯ୍ୟ ନିଏ। କିନ୍ତୁ ଏଭଳି ଏକ ମାମଳା ସାମନାକୁ ଆସିଛି, ଯେଉଁଥିରେ ବ୍ୟାଙ୍କ କର୍ମଚାରୀ କମ୍ପାନୀକୁ ଲଗାଇଛନ୍ତି ଚୁନ। କର୍ଣ୍ଣାଟକ ପୋଲିସ ଆର୍ଥିକ ଠକେଇ ଓ ସାଇବର ଫ୍ରଡ ଅଭିଯୋଗରେ ଆକ୍ସିସ୍ ବ୍ୟାଙ୍କର ଜଣେ ରିଲେସନସିପ୍ ମ୍ୟାନେଜର ବେଙ୍ଗାଲୁର କମ୍ପାନୀ ଡ୍ରୀମପ୍ଲଗ ପେଟେକ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ର ୧୨ କୋଟି ଟଙ୍କା ଉଡାଇ ନେଇଛନ୍ତି।
ଅଭିଯୁକ୍ତଙ୍କ ଭିତରେ ରିଲେସନ୍ସିପ ମ୍ୟାନେଜର ବୈଭବ ପିଥାଦିୟା ବ୍ୟାଙ୍କିଙ୍ଗ ଏଜେଣ୍ଟ ଓ ବୈଭବଙ୍କ ସାଥୀ ଶୈଳେଶର ନାଁ ରହିଛି। ଏହାଛଡା ଏଥିରେ ଜଣେ କମିଶନ ଏଜେଣ୍ଟ ଶୁଭମଙ୍କ ନାଁ ରହିଛି। ଡ୍ରୀମପ୍ଲଗର ଏକଜିକ୍ୟୁଟିଭ ନରସିଂହା ବସନ୍ତ ଶାସ୍ତ୍ରୀଙ୍କ ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୧୨ ନଭେମ୍ବରରେ ଡ୍ରୀମପ୍ଲଗର ଅଧିକାରୀମାନେ ଯେତେବେଳେ ଦେଖିଥିଲେ କିଛି ସନ୍ଦିଗ୍ଧ ଟ୍ରାଞ୍ଜାକସନ୍ କମ୍ପାନୀ ଆକାଉଣ୍ଟରୁ କରାଯାଇଛି।ସେତେବେଳେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଯାଞ୍ଚ ପରେ ଜଣାପଡିଛି ଯେ, ଆକ୍ସିସ୍ ବ୍ୟାଙ୍କର ଦୁଇଟି ଖାତାରୁ ୧୨.୨ କୋଟି ଟଙ୍କା ଉଠାଇ ନେଇଥିଲେ। ଏହି ଟ୍ରାଞ୍ଜାକସନ୍ ୨୯ ଅକ୍ଟୋବରରୁ ୧୧ ନଭେମ୍ବର ଭିତରେ ହୋଇଥିଲା। ଅଭିଯୁକ୍ତମାନେ ଡ୍ରୀମପ୍ଲଗ ଖାତାରେ କିଛି ପରିବର୍ତ୍ତନ କରି ଏହାର ଆକ୍ସେନ କରିଥିଲେ। ଅଭିଯୁକ୍ତମାନେ ନକଲି ସାଇନ୍ କରି କମ୍ପାନୀ ବୋର୍ଡର ପ୍ରସ୍ତାବକୁ ମଧ୍ୟ ପ୍ରସ୍ତୁତ କରିନେଇଥିଲେ। ଯାହାଫଳରେ ଇମେଲ ଆଇଡି ଓ ରେଜିଷ୍ଟର୍ଡ ମୋବାଇଲ ନମ୍ବର ବଦଳାଇବାକୁ କୁହାଯାଇଥିଲା। ଏହାପରେ ଏହା ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆପ୍ରୁଭ ହୋଇଯାଇଥିଲା।