ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୨୪ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ, ୪ ଦିନ ମିଳିବନି ବ୍ୟାଙ୍କ ସେବା

Published By : Prameya | March 18, 2025 9:04 AM

ଭୁବନେଶ୍ୱର, ୧୮/୦୩:  ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ  ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ  ଚଳିତ ମାସ ୨୪ ଓ ୨୫ରେ ୨  ଦିନିଆ ଧର୍ମଘଟ ଡାକରା ଦିଆଯାଇଛି ।  ଶନିବାର ଓ ରବିବାର (୨୨ ଓ ୨୩  ତାରିଖ)କୁ ମିଶାଇଲେ ଲଗାତର ୪  ଦିନ ବ୍ୟାଙ୍କ ବନ୍ଦ ରହିବ । ଦେଶବ୍ୟାପୀ  ହେଉଥିବା ଏହି ଆନ୍ଦୋଳନରେ  ରାଜ୍ୟର ୬ ହଜାର ଶାଖା ଏବଂ  ୩୭ ହଜାର କର୍ମଚାରୀ ସାମିଲ  ହେବେ । ଲଗାତର ୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଶାଖାଗୁଡ଼ିକରେ  ଟଙ୍କା ଜମା, ଉଠାଣ, ଚେକ୍‌ କ୍ଲିଅରିଂ  ଭଳି ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ  ହେବ । ୯ ଦଫା ଦାବିରେ ବ୍ୟାଙ୍କ  ସଂଘଗୁଡ଼ିକ ଧର୍ମଘଟକୁ ଓହ୍ଲାଉଥିବା  ସୂଚନା ମିଳିଛି । 

ଏଭଳି ସ୍ଥିତିରେ ବ୍ୟାଙ୍କରେ  ଜରୁରୀ କାର୍ଯ୍ୟ ଥିଲେ ତାହା ଆଗୁଆ ସାରିଦେବାକୁ ବିଶେଷଜ୍ଞ ପରାମର୍ଶ  ଦେଇଛନ୍ତି । ଏଟିଏମ୍‌ଗୁଡ଼ିକରେ ଟଙ୍କା ଖାଲି ହେବାର ମଧ୍ୟ  ଆଶଙ୍କା କରାଯାଉଛି । ସମସ୍ତ କ୍ୟାଡରରେ ପର୍ଯ୍ୟାପ୍ତ  ନିଯୁକ୍ତି, ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା,  ବ୍ୟାଙ୍କିଙ୍ଗ ଶିଳ୍ପରେ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ  କରିବା, ପ୍ରଦର୍ଶନ ସମୀକ୍ଷା ଏବଂ ପିଏଲ୍‌ଆଇ  ଉପରେ ସାମ୍ପ୍ରତିକ ଡିଏଫ୍‌ଏସ୍‌ ନିର୍ଦ୍ଦେଶାବଳୀର ତ୍ୱରିତ ପ୍ରତ୍ୟାହାର, ବ୍ୟାଙ୍କ ଅଧିକାରୀ ଏବଂ  କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ  ନିର୍ଦ୍ଦେଶକ ପଦବୀ ପୂରଣ ଲାଗି ଦାବି ରଖିଛନ୍ତି  ବ୍ୟାଙ୍କ କର୍ମଚାରୀ । ସେହିଭଳି ଆଇବିଏ ନିକଟରେ  ବିଚାରାଧୀନ ଅବଶିଷ୍ଟ ପ୍ରସଙ୍ଗର ସମାଧାନ,  ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ, ସର୍ବାଧିକ  ସୀମା ୨୫ ଲକ୍ଷ ଟଙ୍କା କରିବା, କର୍ମଚାରୀ କଲ୍ୟାଣ  ସୁବିଧା ଉପରେ ଆୟକର ଛାଡ଼, ଆଇଡିବିଆଇ  ବ୍ୟାଙ୍କରେ ସରକାରଙ୍କ ଅଂଶଧନ ୫୧% ରଖିବାକୁ  ଦାବି ଦୋହରାଇଛନ୍ତି କର୍ମଚାରୀ ।  

ୟୁଏଫ୍‌ବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ  ବିଶୋୟୀ କହିଛନ୍ତି, ବ୍ୟାଙ୍କ ଶିଳ୍ପରେ ଅନୁଚିତ ଶ୍ରମ  ଅଭ୍ୟାସ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରୁଛି ।  ସ୍ଥାୟୀ ବ୍ୟାଙ୍କିଙ୍ଗ ନିଯୁକ୍ତିର ଆଉଟସୋର୍ସିଂ ନିଯୁକ୍ତିକୁ  ବିପନ୍ନ କରୁଛି । ସେବା ସର୍ତ୍ତାବଳୀ ନୀତି ଉପରେ  ଡିଏଫ୍‌ଏସ୍‌ ଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର  ଅତ୍ୟଧିକ ସୁକ୍ଷ୍ମ ପରିଚାଳନା ଦ୍ୱିପାକ୍ଷିକତାକୁ ଦୁର୍ବଳ  କରୁଛି । ସାମ୍ବାଦିକ ସମ୍ମିଳନୀରେ ସଂଘର ସଦସ୍ୟ  ସଞ୍ଜୀବ ପତି, ଅମିତାଭ ଦାସ, ତୁଷାରକାନ୍ତ ଦାସ  ଏବଂ ପ୍ରକାଶ ରାୟ ଉପସ୍ଥିତ ରହି ବ୍ୟାଙ୍କିଙ୍ଗ ଶିଳ୍ପର  ସମସ୍ୟା ଏବଂ ଦାବି ସମ୍ପର୍କରେ ସୂଚନା ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.