କଟକ, ୮/୧୧ : ବାଙ୍କୀ ଗୋବିନ୍ଦ ବେହେରା ହତ୍ୟା ମାମଲା। ୯ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ । ରାୟ ଶୁଣାଇଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ଓପିଆଇଡି କୋର୍ଟ ଜଜ୍ । ହତ୍ୟା ଘଟଣାର ୯ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ । ମୃତକ ଥିଲେ ନଣ୍ଡା ଓରଫ ଗୋବିନ୍ଦ ବେହେରା । ଅଭିଯୁକ୍ତମାନେ ବୋମା ପକାଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ୨୦୨୦ଅକ୍ଟୋବର ମାସରେ ଘଟିଥିଲା ଏହି ରାଜନୈତିକ ହିଂସା ।