ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ବରମୁଣ୍ଡା ଓଭରବ୍ରିଜ୍‌ ଦୁର୍ଘଟଣାରୁ ବର୍ତ୍ତିଥିବା ଚାଳକଙ୍କୁ ଚାପିଦେଲା ଅଜଣା ଟ୍ରକ; ଦୁଇ ପୁଲିସ ଗାଡ଼ି ଚାଳକ ଆହତ, ଜଣେ ସଙ୍କଟାପନ୍ନ

Published By : Prameya | April 10, 2025 7:35 AM

ଭୁବନେଶ୍ୱର,୧୦/୦୪: ବିଧିର ବିଧାନ ସତରେ ବଡ଼  ବିଚିତ୍ର । ମୃତ୍ୟୁ କେତେବେଳେ ଯେ  କାହାକୁ କିପରି କବଳିତ କରିବ  ତାହା କାହାକୁ ଜଣାନଥାଏ । ଏମିତି ଏକ ଅପ୍ରତ୍ୟାଶିତ ଘଟଣାରେ ଜଣେ  ପିକ୍‌ଅପ୍‌ ଭ୍ୟାନ୍‌ ଚାଳକଙ୍କ ଜୀବନ ଯାଇଛି । ବରମୁଣ୍ଡା ଓଭରବ୍ରିଜ୍‌ରେ ଏକ  ଦ୍ରୁତ ଗତିରେ ଯାଉଥିବା ଟ୍ରକ୍‌ ତାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅପରପକ୍ଷରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ୨  ପୁଲିସ୍‌ ଭ୍ୟାନ୍‌କୁ ଏକ ଟ୍ରେଲର ପିଟଛି । ପୁଲିସର ସ୍କର୍ପିଓ ଭ୍ୟାନ୍‌ଟି ଭାଙ୍ଗି ଚୂରମାର୍‌ ହୋଇଯାଇଛି । ସ୍କର୍ପିଓରେ ବସିଥିବା ଚାଳକଜଣକ  ଗୁରୁତର ଆହତ ହୋଇଛନ୍ତି । ଅନ୍ୟ  ଗାଡ଼ିଟି ଭାଙ୍ଗିରୁଜି ଯାଇଥିବା ବେଳେ  ଚାଳକଜଣକ ସାମାନ୍ୟ ଆହତ  ହୋଇଛନ୍ତି । 

ଘଟଣାଟି ଏହିପରି ବୁଧବାର  ରାତି ୧୨ଟା ୪୫ ହେବ । ଏକ ପିକ୍‌ଅପ୍‌  ଭ୍ୟାନ୍‌ (ଓଡି ୦୫ ଡବ୍ଲ୍ୟୁ-୨୧୯୪)  ରସୁଲଗଡ଼ ପଟୁ କୁକୁଡ଼ା ଚିଆଁ ବୋଝେଇ କରି ଖୋର୍ଦ୍ଧା ଆଡ଼କୁ ଯାଉଥିଲା । ବରମୁଣ୍ଡା ଓଭରବ୍ରିଜ୍‌ ପାଖରେ ଚାଳକ ଜଣକ ଭାରସାମ୍ୟ ହରାଇ ବସିଲେ । ଡିଭାଇଡର୍‌କୁ ପିଟି ଭ୍ୟାନ୍‌ଟି ଅପର ପାଶ୍ୱର୍କୁ ଓଲଟି  ପଡ଼ିଲା । ଦୁଇ ଗଡ଼ା ଦେଇ ଭ୍ୟାନ୍‌ଟି  ଆର ପଟକୁ ଓଲଟିପଡ଼ିବା ସମୟରେ  ସୌଭାଗ୍ୟକୁ ସେହି ପଟ ରାସ୍ତାରେ  କୌଣସି ଗାଡ଼ିମୋଟର ଆସୁନଥିଲା । ଗାଡ଼ିଟିର ତାରଜାଲି କଟିଯିବା  ଫଳରେ କୁକୁଡ଼ା ଚିଆଁ ଗୁଡ଼ିକ  ବିକ୍ଷିପ୍ତ ହୋଇ ରାସ୍ତାସାରା ପଡ଼ିଲା । ଚାଳକଜଣକ ଗାଡି ଭିତରେ ଚାପି  ହୋଇ ରହିଯାଇଥିଲେ । ବହୁ ଚେଷ୍ଟା  କରି ସେ ଗାଡ଼ିରୁ ଗୁରୁଣ୍ଡି ଗୁରୁଣ୍ଡି ବାହାରିଥିଲେ । ଲକ୍ଷ୍ୟ ଥିଲା, ଏନ୍‌ଏଚ୍‌ରେ ଯାଉଥିବା ଅନ୍ୟ କୌଣସି ଗାଡ଼ି ଚାଳକଙ୍କ ସାହାଯ୍ୟ ନେବେ । ହେଲେ ତାଙ୍କ କ୍ଷେତ୍ରରେ ଯାହା ଘଟିଲା, ତାହା ଥିଲା କଳ୍ପନାତୀତ । 

ସେ ଯେତେବେଳେ ତାଙ୍କ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବାହାରକୁ ଆସି ରାସ୍ତା ମଝିକୁ ଚାଲି ଆସିଲେ, ସେତିକି ବେଳେ ରସୁଲଗଡ଼ ଆଡୁ  ଖୋର୍ଦ୍ଧା ଆଡ଼କୁ ଯାଉଥିବା ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ିଗଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ଟ୍ରକଚାଳକ ଦୁର୍ଘଟଣାସ୍ଥଳରୁ ଦ୍ରୁତ ଗତିରେ ଖୋର୍ଦ୍ଧା  ଅଭିମୁଖେ ଟ୍ରକକୁ ନେଇ ଖସି ପଳାଇଲେ ।  ରାସ୍ତାରେ ଯାଉଥିବା କେତେକ ବାଇକ୍‌ ଚାଳକ ପୁଲିସକୁ ଏନେଇ ଖବର ଦେଇଥିଲେ । ଖଣ୍ଡଗିରି  ଥାନାରୁ ଏକ ସ୍କର୍ପିଓ ଗାଡି (ଓଡି୦୫ବିୱାଇ  ୭୨୩୭) ଓ ପିସିଆର ଭ୍ୟାନ୍‌ (ଓଡି୦୫ଏସ୍‌  ୧୭୬୯) କିଛି ସମୟ ଭିତରେ ଦୁର୍ଘଟଣାସ୍ଥଳରେ  ପହଞ୍ଚିଥିଲା । ୨ଟି ପୁଲିସ ଗାଡି ଡିଭାଇଡରକୁ ଲାଗି  ରାସ୍ତାରେ ଛିଡ଼ା ହୋଇଥିଲା । ପୁଲିସ ପିକ୍‌ଅପ  ଭ୍ୟାନ୍‌ ଡ୍ରାଇଭରଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସରେ ଏମ୍ସକୁ ପଠାଇଥିଲା । ବରମୁଣ୍ଡା ଓଭରବ୍ରିଜ୍‌ରେ  ଟ୍ରକ, ବସ୍‌ ଓ ଅନ୍ୟ ଗାଡି ଅଟକି ରହିଥିବାରୁ ପୁଲିସ ଟ୍ରାଫିକ୍‌ ହଟାଇବାରେ ଲାଗିଥିଲା । ପ୍ରାୟ ଅଧ  ଘଣ୍ଟା ପରେ ରାସ୍ତାରେ ଗାଡି ମୋଟର ଚଳାଚଳ  ସ୍ୱାଭାବିକ୍‌ ହୋଇଥିଲା । ରାସ୍ତାମଝିରୁ ପିକ୍‌ଅପ୍‌ ଭ୍ୟାନ୍‌ ହଟାଇବା ପାଇଁ କ୍ରେନ୍‌ ଅପେକ୍ଷାରେ ଥିଲା ପୁଲିସ ।  

ଠିକ୍‌ ଏତିକି ବେଳେ ଏକ ଟ୍ରେଲର ରସୁଲଗଡ଼ ଆଡୁ ଦ୍ରୁତଗତିରେ ମାଡି ଆସିଲା, ଆଉ ସିଧା  ୨ଟି ପୁଲିସ ଗାଡିକୁ ପିଟିଲା । ଦୁର୍ଘଟଣାଟି ଏତେ  ଭୟଙ୍କର ଥିଲା ଯେ ସ୍କର୍ପିଓ ଗାଡିଟି ଡିଭାଇଡର ଓ  ବତି ଖୁଣ୍ଟରେ ପିଟି ହୋଇ ଚେପା ହୋଇଗଲା ।  ଉକ୍ତ ଗାଡିରେ ବସିଥିବା ଚାଳକ ତଥା ହୋମଗାର୍ଡ ଚିତ୍ତରଞ୍ଜନ ପଟ୍ଟନାୟକ ଗୁରୁତର ଆହତ ହେଲେ । ଆଉ ପୁଲିସ ଭ୍ୟାନ୍‌ରେ ଥିବା ଚାଳକଜଣକ ମଧ୍ୟ  ଖଣ୍ଡିଆ ଖାବରା ହେଲେ । ପୁଲିସ ସ୍କର୍ପିଓରୁ ଚିତ୍ତଙ୍କୁ ବହୁ କଷ୍ଟରେ ବାହାର କରି ଏମ୍ସକୁ ପଠାଇଥିଲେ । ଚିତ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ।  

ଉକ୍ତ ଟ୍ରେଲର ସମେତ ଦୁର୍ଘଟଣାଗ୍ରସ୍ତ ପିକ୍‌  ଅପ୍‌ ଭ୍ୟାନକୁ ପୁଲିସ ଜବତ କରିଛି । ଟ୍ରେଲର  ଚାଳକକୁ ପୁଲିସ ଅଟକ ରଖିଛି । ପ୍ରଥମ ଦୁର୍ଘଟଣା  ଘଟାଇଥିବା ଅଜଣା ଟ୍ରକକୁ ଠାବ କରିବାକୁ ପୁଲିସ  ସିସିଟିଭି ଯାଞ୍ଚ କରୁଛି । ମୃତ ଡ୍ରାଇଭରଙ୍କ ପରିଚୟ  ପାଇବା ପାଇଁ ଗାଡ଼ି ମାଲିକଙ୍କ ସହ ଯୋଗାଯୋଗ  କରୁଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ କିଛି  ସମୟ ଭାରୀଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।  ଘଟଣାସ୍ଥଳରେ ଜୋନ୍‌ ଏସିପି ତାପସ ପ୍ରଧାନ ଓ  ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ସମ୍ଭାଳିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.