ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍‌ ନୂଆ ରେଳ ଲାଇନ୍‌ କାମ ଶୀଘ୍ର ସାରିବାକୁ ଯୋଜନା,ସମ୍ୱଲପୁର-ରାୟପୁର ମଧ୍ୟରେ ୮୭ କିମି ଦୂରତା କମିବ

Published By : Prameya | January 2, 2025 1:17 PM

ଭୁବନେଶ୍ୱର,୦୨/୦୧: ବରଗଡ  ରୋଡ୍‌- ନୂଆପଡା ରୋଡ୍‌ ନୂଆ ରେଳ  ଲାଇନକୁ ଶୀଘ୍ର ସାରିବାକୁ ଯୋଜନା  ପ୍ରସ୍ତୁତ କରିଛି ରେଳ ମନ୍ତ୍ରଣାଳୟ ।  ଯାହାକୁ କାର୍ଯ୍ୟକାରୀ କରିବାକୁ  ପୂର୍ବତଟ ରେଳପଥ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ  କରିଛି । ତେବେ ଏହି ରେଳ ଲାଇନ୍‌  ହେବା ଦ୍ୱାରା ସମ୍ୱଲପୁର ଓ ରାୟପୁର  ମଧ୍ୟରେ ୮୭ କିମି ଦୂରତା କମିବ ।  ଏହି ନୂଆ ରେଳ ଲାଇନରେ ମୋଟ  ୧୩ଟି ଷ୍ଟେସନ୍‌ ରହିବ । ଏବେ ଦୁଇଟି ଷ୍ଟେସନ ଥିବାବେଳେ ଆଗାମୀ ଦିନରେ  ନିର୍ମାଣ ହେବ ୧୧ ନୂଆ ଷ୍ଟେସନ । ଏହି  ନୂଆ ରେଳ ଲାଇନ୍‌ ନିର୍ମାଣ ପାଇଁ ରେଳ  ବୋର୍ଡ ୨୬୨୨ କୋଟି ମଞ୍ଜୁର କରିଛି ।  ଏହା ସହିତ ରାଜ୍ୟ ସରକାର ମାଗଣା  ଜମି ସହ ୩ଶହ କୋଟି ଦେବେ ବୋଲି  ସୂଚନା ମିଳିଛି ।   ଏହି ନୂଆ ରେଳ ଲାଇନ୍‌ ହେବା  ଦ୍ୱାରା ସମ୍ୱଲପୁର-ଝାରସୁଗୁଡା-ରାୟପୁର ମାର୍ଗରେ ୫୩ କିଲୋମିଟର  ଏବଂ ସମ୍ୱଲପୁର-ଟିଟିଲାଗଡ-ରାୟପୁର ମାର୍ଗରେ ବର୍ତ୍ତମାନ ତୁଳନାରେ ୮୭  କିଲାମିଟର ଦୂରତା କମିବ । ଯାହା ଦ୍ୱାରା  ମାଲ ପରିବହନ ସହ ଯାତ୍ରୀ ପରିବହନ  ମଧ୍ୟ ଶୀଘ୍ର ଓ ସୁଗମ ହେବ । 

ଏହି  ପ୍ରକଳ୍ପରେ ଏବେ ବରଗଡ ରୋଡ୍‌ ଓ  ନୁଆପଡା ରୋଡ୍‌  ପୁରୁଣା ଷ୍ଟେସନ  ଭାବେ ଥିବା  ବେଳେ ନୂଆ  ଭାବେ ସରସରା, ଡୁମରପାଲି, ବିଜେପୁର,  ବଡ଼ିପାଲି , ଧଉରାମୁଣ୍ଡା, ପଦ୍ମପୁର ,  ଭଗବତପୁର, ମାଝିପଲି, ପାଇକମାଳ  ରୋଡ୍‌, ବରତୁଣ୍ଡା, ଅଁଳାଜୁବାରେ ଷ୍ଟେସନ ନିର୍ମାଣ କରାଯିବ । ରେଳ  ବୋର୍ଡ ଏହି ପ୍ରକଳ୍ପ ବାବଦରେ ୨୦୨୪  ସେପ୍ଟେମ୍ୱର ୧୦ରେ ୨୬୨୧.୯୨ କୋଟି  ମଞ୍ଜୁର କରିଥିଲା ପ୍ରକଳ୍ପରେ ସିଭିଲ୍‌  ଇଞ୍ଜିନିୟରିଂ ବାବଦରେ ୨୧୦୭.୩୦  କୋଟି, ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବାବଦରେ ୩୦୫.୫୫ କୋଟି ଏବଂ  ସିଗନାଲ ଏବଂ ଟେଲିକମ୍‌ ଇଞ୍ଜିନିୟରିଂ  ବାବଦରେ ୨୦୯.୦୭ କୋଟି ଖର୍ଚ୍ଚ  ହେବ । ପ୍ରକଳ୍ପ ପାଇଁ ୯୨୪.୬୪  ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ । ଅଧିଗ୍ରହଣ ହେବାକୁ ଥିବା ଜମିରୁ  ୭୫୨.୫୨୪ ହେକ୍ଟର ବେସରକାରୀ  ଜମି ହୋଇଥିବା ବେଳେ ୧୨୩.୨୩୩ ହେକ୍ଟର ସରକାରୀ ଜମି । ଅବଶିଷ୍ଟ  ୪୮.୯୧୩ ହେକ୍ଟର ଜଙ୍ଗଲ ଜମି । ତେବେ ଉଭୟ ବରଗଡ ଏବଂ ନୂଆପଡା  ଜିଲ୍ଲାର ଜମି ଅଧିଗ୍ରହଣ ପାଇଁ ଦକ୍ଷ  ଅଧିକାରୀମାନଙ୍କୁ ୨୦୨୪ ଅକ୍ଟୋବର  ୧୫, ଏବଂ ନଭେମ୍ୱର ୨୯ରେ ନିଯୁକ୍ତି  ଦିଆଯାଇଛି । ନୂତନ ରେଳ ଲାଇନ  ବରଗଡ ରୋଡରୁ ନୂଆପଡା ରୋଡ  ପର୍ଯ୍ୟନ୍ତ ବିଦ୍ୟୁତୀକରଣ ସହ ବ୍ରଡ ଗେଜ  (ବିଜି) ମେନ୍‌ ଲାଇନ ହେବ । ଯାହା  ପଦ୍ମପୁର ଦେଇ ଏକ ବିକଳ୍ପ କ୍ଷୁଦ୍ର ମାର୍ଗ  ଯୋଗାଇବ ବୋଲି ସୂଚନା ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.