ଭୁବନେଶ୍ବର, ୦୬|୦୫: ଲକ୍ଷ୍ମୀସାଗର ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଭୋରୁ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ଜଣ ପ୍ରାଣ ହରାଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାପଡ଼ିଛି । ନାବାଳିକା ଝିଅ ଅଗ୍ନିକାଣ୍ଡରେ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରି କଟକ SCBରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ।  

ସୂଚନା ଅନୁଯାୟୀ, ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟର ଇଲେକ୍ଟ୍ରିକାଲ୍ ପ୍ୟାନେଲ୍ ବୋର୍ଡ ସର୍ଟ ସର୍କିଟରୁ ଗାର୍ଡ ରୁମ୍ ରେ ନିଆଁ ଲାଗିଥିଲା । ଶ୍ବାସରୁଦ୍ଧ ହଇ ଜଣେ ସୁରକ୍ଷା କର୍ମୀ ଏବଂ ଜଣେ କେୟାର ଟେକର୍ ଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସ୍ବାମୀ-ସ୍ତ୍ରୀ ସୁରକ୍ଷାକର୍ମୀ ଏବଂ କେୟାର ଟେକର । ମୃତ ନାବାଳିକା ହେଲେ ସେମାନଙ୍କ ନାତୁଣୀ। ବସନ୍ତ ଆପାର୍ଟମେଣ୍ଟରେ ୧୫ ବର୍ଷ ଧରି ବିଶ୍ଵନାଥ ବେହେରା ଏବଂ ସୁଲଭା ବେହେରା କେୟାର ଟେକର ଭାବରେ କାର୍ଯ୍ୟ କରୁଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଆପାର୍ଟମେଣ୍ଟ ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ହୋଇଛି ।

​​​​​​​

ଅନ୍ୟପଟେ  ଏଯାଏଁ ଆପାର୍ଟମେଣ୍ଟ ର ମାଲିକ କିମ୍ବା ସେଠାକାର ବାସିନ୍ଦା ମାନଙ୍କର କୌଣସି ଦେଖା ନାହିଁ । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଛି ନା ଆଉ କୌଣସି କାରଣ ରହିଛି ସେନେଇ ଖୋଳତାଡ଼ ଜାରି ରହିଛି । ଭୋର ୪ଟାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଘଟଣା ସ୍ଥଳରେ ପହଞ୍ଚିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ- Census Work : ବେସରକାରୀ ସ୍କୁଲ ଶିକ୍ଷକଙ୍କୁ ଜନଗଣନା କାମରେ ବାଧା ଦେଲେ କାର୍ଯ୍ୟାନୁଷ୍ଠାନ, ସ୍କୁଲ ଓ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ​​​​​​​