ନୂଆଦିଲ୍ଲୀ, ୧୩/୩ : ଇଂଲଣ୍ଡରେ ଖେଳାଯାଉଥିବା ଦି ହଣ୍ଡ୍ରେଡ୍ ପାଇଁ ସନରାଇଜର୍ସ ଲିଡ୍ସରେ ପାକିସ୍ତାନୀ କ୍ରିକେଟର ଅବରାର ଅହମ୍ମଦଙ୍କୁ ଦଳରେ ସାମିଲ କରିଥିଲେ କାବ୍ୟା । ସନରାଇଜର୍ସ ହାଇଦ୍ରାବାଦର ମାଳିକାଣୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଦେଶରେ ବିରୋଧ କରାଯାଉଛି । ଏପରିକି ହାଇଦ୍ରାବାଦ ସମର୍ଥନ ନଜାଇବାକୁ ମଧ୍ୟ ଫ୍ୟାନ୍ସମାନେ ଦାବି କରିଛନ୍ତି । ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟର କରି ଟ୍ରୋଲ୍ ମଧ୍ୟ କରାଯାଉଛି । ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛି ବିସିସିଆଇ । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।
ରାଜୀବ ଶୁକ୍ଲା କହିଛନ୍ତି କି, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏହି ମାମଲାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିଛି, ଏହା ବୋର୍ଡର କ୍ଷେତ୍ରାଧିକାର ବାହାରେ । BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏହା ଉପରେ କହିଛନ୍ତି, "ଆମର IPLରେ ଏପରି କିଛି ନାହିଁ; ଏହା ଆମ କ୍ଷେତ୍ରାଧିକାର ବାହାରେ। କେଉଁ ଲିଗରେ କିଏ କ'ଣ କରୁଛି, କେଉଁ ଖେଳାଳିଙ୍କୁ ନିଆଯାଇଛି ତାହା ସହିତ ଆମର କୌଣସି ଚିନ୍ତା ନାହିଁ। ଆମେ ଏଥିରେ କିପରି ହସ୍ତକ୍ଷେପ କରିପାରିବୁ? ଯଦି କୌଣସି ଦଳ ଗୋଟିଏ ଲିଗରେ କିମ୍ବା ବାହାରୁ ଖେଳାଳିଙ୍କୁ କିଣୁଛି, ତେବେ ଏହା ଆମ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। IPLରେ ଏପରି କୌଣସି ଖେଳାଳି ନାହାନ୍ତି।"
#WATCH | Delhi | On Sunrisers Leeds signing Pakistan spinner Abrar Ahmed for the The Hundred 2026 season, BCCI Vice President Rajeev Shukla says, "...Our domain is limited to IPL, we are not concerned by what is happening in other leagues...It is clearly upto the franchise that… pic.twitter.com/ppfmbxN1w3
— ANI (@ANI) March 13, 2026
ସେପଟେ ଏହି ଲିଗରେ ମୁମ୍ବାଇ, ଲକ୍ଷ୍ନୌ, ଏବଂ ଦିଲ୍ଲୀର ମଧ୍ୟ ଟିମ୍ ରହିଛି । କିନ୍ତୁ ଟିମମାନେ କୌଣସି ପାକିସ୍ତାନୀ ଖେଳାଳିଭ୍କୁ ବିଡ୍ କରିନାହାନ୍ତି । କୋଚ ଭିଟୋରୀଙ୍କ କଥାରେ କାବ୍ୟା ଅବରାରଙ୍କୁ ଦଳରେ ସାମିଲ କରିଥିବାବେଳେ ଆଗକୁ ଆଇପିଏଲ ଆସୁଥିବାବେଳେ ଏସଆରଏଚ ପାଇଁ ମଧ୍ୟ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି । ଫ୍ୟାନ୍ସଙ୍କ ସମର୍ଥନ ତାଙ୍କ ଦଳକୁ ମିଳିନପାରେ ବୋଲି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
ଏହାସହ ପଢ଼ନ୍ତୁ : ଦି ହଣ୍ଡ୍ରେଡ୍ରେ କ’ଣ ରହିଛି ନିୟମ, କାହିଁକି ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ ?