ନୂଆଦିଲ୍ଲୀ,୨୧/୦୪: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ ତାର ୨୦୨୪-୨୫ ପାଇଁ ବାର୍ଷିକ ଚୁକ୍ତି ତାଲିକା ଜାରି କରିଛି । ଏଥିରେ ୩୪ ଖେଳାଳି ସାମିଲ ହୋଇଛନ୍ତି । ଏ ପ୍ଲସ ଗ୍ରେଡ଼ରେ ଏଥର ୪ଜଣ ପ୍ଲେୟାର ରହିଛନ୍ତି । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜାଙ୍କୁ A+ ଗ୍ରେଡ଼ ମିଳିଛି । ବାଦ ପଡିଥିବା ଶ୍ରେୟସ ଆୟର ଓ ଇଷାନ କିଷନ ଫେରିଛନ୍ତି ।

ଚାମ୍ପଅନ୍ସ ଟ୍ରଫି ପରେ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ପ୍ରକାଶ କରିଛି । ମୋଟ୍ ୩୪ ଜଣ ଖେଳାଳି ସାମିଲ ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ଗତ ବର୍ଷ ଶୃଙ୍ଖଳାଗତ କାରଣରୁ ବାଦ ପଡ଼ିଥିବା ଶ୍ରେୟାସ ଆୟର ଓ ଇଶାନ କିଷନଙ୍କୁ ଚୁକ୍ତିରେ ପୁଣିଥରେ ସାମିଲ କରାଯାଇଛି । ଆୟର ଗ୍ରେଡ-ବି ଓ କିଷନ ଗ୍ରେଡ୍‌-ସିରେ ସ୍ଥାନ ପାଇଛନ୍ତି ।  A+ ଗ୍ରେଡ଼ରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ସାମିଲ ହୋଇଛନ୍ତି । ଗ୍ରେଡ଼ Aରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁବମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି ଓ ଋଷବ ପନ୍ତଙ୍କୁ ସ୍ଥାନ ମିଳିଛି । 

ଅଧିକ ପଢନ୍ତୁ...BCCI କରୁଛି ବଡ ପ୍ଲାନ; ଶ୍ରେୟସ ଆୟରଙ୍କୁ ମିଳିପାରେ ବଡ ଉପହାର

ସେହିପରି ଗ୍ରେଡ Bରେ ସୂର୍ଯ୍ୟକୁମାର ଯାଦବ, କୂଳଦୀପ ଯାଦବ, ଅକ୍ଷର ପଟେଲ, ଯଶ୍ବସୀ ଜୈସ୍ୱାଲ ଓ ଶ୍ରେୟସ ଆୟର ରହିଛନ୍ତି । ସେହିପରି ଗ୍ରେଡ Cରେ ୧୯ ଜଣ ପ୍ଲେୟାର ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାଏକ୍ୱାଡ଼, ଶିବମ ଦୁବେ, ରବି ବିଷ୍ଣୋଇ, ୱାସିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ରଜତ ପାଟିଦାର, ଧ୍ରୁବ ଜୁଏଲ, ସରର୍ଫରାଜ ଖାନ, ନିତୀଶ କୁମାର ରେଡ୍ଡୀ, ଇଷାନ କିଶନ, ଅଭିଷେକ ଶର୍ମା, ଆକାଶ ଦୀପ, ବରୁଣ ଚକ୍ରବର୍ତ୍ତୀ ଓ ହର୍ଷିତ ରାଣା ରହିଛନ୍ତି । 

ପ୍ଲେୟାରଙ୍କୁ କଣ୍ଟ୍ରାକ୍ଟରେ ଏତିକି ଟଙ୍କା ମିଳେ

ଗ୍ରେଡ଼ A+ ୭ କୋଟି

ଗ୍ରେଡ଼ A ୫କୋଟି

ଗ୍ରେଡ଼ B ୩ କୋଟି

ଗ୍ରେଡ଼ C ୧ କୋଟି