ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପହଲଗାମ ଆତଙ୍କୀ ଆକ୍ରମଣ; BCCIର ବଡ଼ ନିଷ୍ପତ୍ତି, ୨ଟି ଜିନିଷ ବ୍ୟାନ୍

Published By : Ankita S | April 23, 2025 2:59 PM

ନୂଆଦିଲ୍ଲୀ,୨୩ /୦୪: ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ବିସିସିଆଇ ବଡ଼ ନିଷ୍ପତ୍ତ ନେଇଛି । ଆଇପିଏଲରେ ଦୁଇଟି ଜିନିଷରେ ବ୍ୟାନ ଲଗାଇବା ସହିତ ୪ ବଡ଼ ନିଷ୍ପତ୍ତି ନେଇଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନେଇଥିବା ପଦକ୍ଷେପ ଆଜି ହେବାକୁ ଥିବା ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିବ । ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ମୁମ୍ବାଇ ଓ ହାଇଦ୍ରାବାଦ ମ୍ୟାଚରେ କଳାପଟି ପିନ୍ଧି ଖେଳିବେ ଖେଳାଳି ।

ପହଲଗାମ ଭୟଙ୍କର ଆକ୍ରମଣ ପରେ ବିସିସିଆଇ ସୋସିଆଲ ମଡିଆ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି । ଏହା ସହିତ ବଡ଼ ନିଷ୍ପତି ନେଇଛି ବିସିସିଆଇ । ଆଜି ହେବାକୁ ଥିବା ମୁମ୍ବାଇ ଓ ହାଇଦ୍ରାବାଦ ମ୍ୟାଚରେ କଳାପଟି ପିନ୍ଧି ଖେଳିବେ ପ୍ଲେୟାର । ଏହା ସହିତ ଚିୟରଗର୍ଲ ଓ ବାଣ ଫୁଟାଇବା ପରେ ବ୍ୟାନ ହୋଇଛି । ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ ।ଅଧିକ ପଢନ୍ତୁ...ପଚାରିଲେ ଆତଙ୍କୀ, ହିନ୍ଦୁ ନା ମୁସଲିମ ? ଆଉ ତା ପରେ... ୨ ମାସ ତଳେ ବାହା ହୋଇଥିଲେ, ଉଠିଲା କୋକେଇ

କହି ରଖୁଛୁ କି, ଜମ୍ମୁ କାଶ୍ମୀରର ପହଲଗାମରେ ଥିବା ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ଗତକାଲି (ମଙ୍ଗଳବାର) ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ସେନା ପୋଷାକ ପିନ୍ଧି ଧର୍ମ ପଚାରିଥିଲେ ଆଉ ତାହା ପରେ ହିନ୍ଦୁ ପର୍ଯ୍ୟଟକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ ରାକ୍ଷସ । ଏଥିରେ ୨୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ସେପଟେ କେନ୍ଦ୍ରଗୃହମନ୍ତ୍ରୀ ଅମିତ୍ ଶାହ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିଛନ୍ତି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପୀଡ଼ିତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସିିସିଏସ୍ ବୈଠକ ବସିବ । ଆତଙ୍କୀଙ୍କୁ କଡ଼ା ଜବାବ ଦେବାକୁ ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.