ପ୍ରମୂଖ ଖବର
  • ଏପ୍ରିଲ ୨୨ରୁ ଜୁନ୍‌ ୧୭ ମଧ୍ୟରେ କଥା ହୋଇନଥିଲେ ମୋଦୀ-ଟ୍ରମ୍ପ, ମଧ୍ୟସ୍ଥତା ଦାବିକୁ ଖଣ୍ଡନ କଲେ ଏସ୍‌. ଜୟଶଙ୍କର
  • ||
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଆମପାଣି ଜନଜାତି ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ବିଡିଓ, ଉପାଧ୍ୟକ୍ଷ : ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

Published By : Suraj Kumar | July 28, 2025 6:26 PM

କୋକସରା,୨୮/୦୭ :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଠାରେ ଥିବା ଆଦିବାସୀ ଜନଜାତି ଆବାସିକ ବିଦ୍ୟାଳୟକୁ କୋକସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ  ସୋମବାର ପରିଦର୍ଶନ  କରିଛନ୍ତି। ଆବାସିକ ବିଦ୍ୟାଳୟ ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ତେବେ ପରିଦର୍ଶନ ବେଳେ ବିଦ୍ୟାଳୟରେ ଅନେକ ଅବ୍ୟବସ୍ଥା ଏବଂ ଆନୁସଙ୍ଗିକ ଭିତ୍ତିଭୂମିରେ ଅନେକ ଅନିୟମିତତା ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଆମପାଣି ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ  ଜନଜାତି ଆବାସିକ ବିଦ୍ୟାଳୟ ରହିଛି।ଏହି ବିଦ୍ୟାଳୟରେ ବ୍ଲକର ଅନେକ ପଞ୍ଚାୟତର ଆଦିବାସୀ ଜନଜାତିର ଛାତ୍ରଛାତ୍ରୀମାନେ  ହଷ୍ଟେଲରେ ରହି ପାଠ ପଢୁଛନ୍ତି। ଆବାସିକ ବିଦ୍ୟାଳୟରେ ଛାତ୍ରୀ ହଷ୍ଟେଲରେ ୧୨୦ ଜଣ ଓ ଛାତ୍ର ହଷ୍ଟେଲରେ ୩୦୦ ଜଣ ଛାତ୍ର ରହୁଛନ୍ତି ।

ତେବେ ଏହି ଆଦିବାସୀ ଆବାସିକ ବିଦ୍ୟାଳୟରେ ନାନା ସମସ୍ୟାରେ  ରହୁଥିବା ନେଇ ଦେଇ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।  କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ବିଦ୍ୟାଳୟ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ହଷ୍ଟେଲର ଶୌଚାଳୟ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହିଥିବା  ଦେଖିବାକୁ ପାଇଥିଲେ।  ଅଧିକାଂଶ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ଛାତ୍ରଛାତ୍ରୀଙ୍କ ରହିବା କୋଠରୀରେ ଅଧିକାଂଶ ଲାଇଟ ଓ ଫ୍ୟାନ ଅଚଳ ହୋଇ ପଡ଼ିଥିଲା।  ଛାତ୍ରଛାତ୍ରୀ ରହୁଥିବା  କୋଠରୀର ଟାଇଲ ଦବି ଯାଇଥିବା, ଖଟରେ ମଶାରୀ ବାନ୍ଧିବା ପାଇଁ କାଠ ଖମ୍ବ ଲାଗିଥିବା ଓ ବର୍ଷାରେ ଛାତରୁ ପାଣି ଝରୁଥିବା,ଖାଦ୍ୟ ପ୍ରସ୍ତୁତ ହେଉଥିବା ରୋଷେଇ ଘର ଓ ଖାଇବା ସ୍ଥାନରେ ସ୍ୱଚ୍ଛତା ନଥିବା ପରିଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଡ଼ିଓ ଏବଂ ଉପାଧ୍ୟକ୍ଷଙ୍କ ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଅନୁପସ୍ଥିତ ଥିବାରୁ ଅନ୍ୟ ସହକାରୀ ଶିକ୍ଷକ ଓ କର୍ମଚାରୀଙ୍କ ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। 

ବିଦ୍ୟାଳୟର ଅବ୍ୟବସ୍ଥା ନେଇ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କୁ ଫୋନ ଯୋଗେ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ ସେମାନଙ୍କ ସହ ସେ  ବିଭିନ୍ନ ଯୁକ୍ତି କରିଥିଲେ। କୋକସରା ବିଡ଼ିଓ ଡ଼. ମାଝୀଙ୍କ ପ୍ରତିକ୍ରିୟା ନେବାରୁ ବିଦ୍ୟାଳୟର ସମସ୍ୟାକୁ ଦେଖିଛି ଓ ବିଦ୍ୟାଳୟରେ ରହିଥିବା ସମସ୍ୟା ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରିଛି। ଆବାସିକ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଅନ୍ତେବାସୀ  ଛାତ୍ରଛାତ୍ରୀଙ୍କ ରହିଥିବା ବିଭିନ୍ନ ସମସ୍ୟାରେ ସୁଧାର ଓ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ନେଇ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.