ଆମେ ଯଦି ଆପଣଙ୍କୁ ପ୍ରଶ୍ନ ପଚାରିବୁ ଏସିରେ ଆପଣ କେତେ ସମୟ ବିତାଉଛନ୍ତି ? ୩ ଘଣ୍ଟା କିମ୍ୱା ୪ ଘଣ୍ଟା ଅଫିସ ଯାଉଥିଲେ ଏହି ସମୟ ଆହୁରି ବଢ଼ିଯିବ ଯାହା ପାଖାପାଖି ୮ରୁ ୧୦ ଘଣ୍ଟା ଅଫିସ ହେଉ କି ଘର, ଘଣ୍ଟା ଘଣ୍ଟା ଧରି ଏସି ତଳେ ବସି ରହୁଥିଲେ ଏହାକୁ ଆପଣ ହାଲୁକା ଭାବେ ନେଉଥିବେ କିନ୍ତୁ, ନିକଟରେ ବିଶେଷଜ୍ଞ ଏସିରେ ବିତାଉଥିବା ଲୋକଙ୍କ ଶାରୀରିକ ସମସ୍ୟା ଉପରେ ଏକ ରିପୋର୍ଟ ଦେଇଛନ୍ତି ଅତ୍ୟଧିକ ଏୟାର କଣ୍ଡିସନର ବ୍ୟବହାର ରକ୍ତ ଶର୍କରା ସ୍ତରକୁ ବିଚଳିତ କରିପାରେ

ଗରମରୁ ଆରାମ ପାଇବା ପାଇଁ ଲୋକମାନେ ଏୟାର କଣ୍ଡିସନର (ଏସି) ବ୍ୟବହାର କରନ୍ତି କିନ୍ତୁ ଏହା ଆପଣଙ୍କ ରକ୍ତ ଶର୍କରା ସ୍ତରକୁ ପ୍ରଭାବିତ କରିପାରେ ଖାସ କରି ମଧୁମେହ ରୋଗୀଙ୍କ ପାଇଁ ଅନେକ ଅଧ୍ୟୟନ ଏବଂ ବିଶେଷଜ୍ଞମାନେ ସହମତ ଯେ, ଏସିର ଅତ୍ୟଧିକ ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ବିପଦ ସଙ୍କେତ ହୋଇପାରେ ପ୍ରାରମ୍ଭରେ, ଏସିର ପ୍ରଭାବ ତୁରନ୍ତ ଅନୁଭୂତ ହୁଏ ନାହିଁ ଥଣ୍ଡା ପବନରେ ବସିବା ଦ୍ୱାରା ଆରାମ ଅନୁଭବ ହୁଏକିନ୍ତୁ, ବାସ୍ତବରେ ଶରୀରର ମେଟାବୋଲିକ କାର୍ଯ୍ୟକଳାପକୁ ଏହା ଧୀର କରିଦିଏ ଯେତେବେଳେ ମେଟାବୋଲିକ୍ସ ମନ୍ଥର ହୋଇଯାଏ ଏବଂ ରକ୍ତରେ ଶର୍କରା ସ୍ତର ଧୀରେ ଧୀରେ ଖରାପ ହେବାକୁ ଆରମ୍ଭ କରେ ଦିଲ୍ଲୀର GTB ହସ୍ପିଟାଲର ମେଡିସିନ ବିଭାଗର ଡାକ୍ତର ଅଜିତ କୁମାରଙ୍କ କହିବାନୁସାରେ, ଏୟାର କଣ୍ଡିସନିଂର ଦୀର୍ଘ ସମୟ ଧରି ରହିବାର ଆଉ ଏକ ପ୍ରମୁଖ ସମସ୍ୟା ହେଉଛି "ଶାରୀରିକ ନିଷ୍କ୍ରିୟତା" ଯେତେବେଳେ ପରିବେଶ ଥଣ୍ଡା ଥାଏ, ଶରୀର କମ ସକ୍ରିୟ ଥାଏ ଏହି କାରଣରୁ ଲୋକମାନେ ଅଧିକ ସମୟ ପାଇଁ ଏୟାର କଣ୍ଡିସନିଂ ରୁମରେ ବସିବାକୁ ଏବଂ କମ ଶାରୀରିକ କାର୍ଯ୍ୟ କରିଥାନ୍ତି ଏହି ହ୍ରାସ ପାଇଥିବା କାର୍ଯ୍ୟକଳାପ ଇନସୁଲିନ ସମ୍ବେଦନଶୀଳତାକୁ ସିଧାସଳଖ ପ୍ରଭାବିତ କରେ ଏବଂ ଶରୀର ରକ୍ତରେ ଗ୍ଲୁକୋଜକୁ ଶକ୍ତିରେ ପରିଣତ କରିବାକୁ ସଂଘର୍ଷ କରେ ସାଧାରଣତଃ ଯେତେବେଳେ ଗରମରେ ଝାଳ ବାହାରେ, ଏହା ଶରୀରର କ୍ୟାଲୋରି ଜାଳିଦିଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ କିନ୍ତୁ, ଏସିରେ ବସିବା ଦ୍ୱାରା ଆପଣଙ୍କ ଶରୀରରୁ ଆଦୌ ଝାଳ ବାହାରିନଥାଏ ଏହାର ଅର୍ଥ ହେଉଛି ଝାଳ ମାଧ୍ୟମରେ ନଷ୍ଟ ହୋଇପାରୁଥିବା କ୍ୟାଲୋରି ଆପଣଙ୍କ ରକ୍ତରେ ସଂରକ୍ଷିତ ରହିଥାଏ

ତେବେ କଳ୍ପନା କରନ୍ତୁ ଯେ ଜଣେ ମଧୁମେହ ରୋଗୀ ଯଦି ପ୍ରତିଦିନ ୮ରୁ ୧୦ ଘଣ୍ଟା ଏୟାର କଣ୍ଡିସନରରେ ବିତାଇବେ, ତେବେ ତାଙ୍କର ଶର୍କରା ସ୍ତର ନିୟନ୍ତ୍ରଣ ପ୍ରକ୍ରିୟା କେତେ ଧୀର ହୋଇଯିବ ହି କାରଣରୁ ଅତ୍ୟଧିକ ଏୟାର କଣ୍ଡିସନର ବ୍ୟବହାରକୁ ମଧୁମେହ ରୋଗୀଙ୍କ ପାଇଁ ଏକ ବିପଦର କାରଣ ଭାବରେ ବିବେଚନା କରାଯାଏ ତେବେ ଏହାର ଅର୍ଥ କ’ଣ ଆମେ ଏସି ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ ? ଯଦି ଆପଣ ଅଧିକ ସମୟ ପାଇଁ ଏସିରେ ରହୁଛନ୍ତି, ମଝିରେ ମଝିରେ ହାଲୁକା ଚଲାବୁଲା କରନ୍ତୁ ଘରେ ଥିବା ସମୟରେ ଷ୍ଟ୍ରେଚିଂ କରନ୍ତୁ ଏବଂ ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଘରେ ଥିବା ସମୟରେ ଏସିର ବ୍ୟବହାର କମ କରିବା ସହ ଘରର ତାପମାତ୍ରାକୁ ଅତ୍ୟଧିକ ଥଣ୍ଡା ରଖନ୍ତୁ ନାହିଁ