ମାଲକାନଗିରି/କାଲିମେଳା ୨୯/୧୨ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତ ଏବଂ କୋଇମେଟଲା ପଞ୍ଚାୟତ ଅଞ୍ଚଳରେ ଗତ ଦୁଇଦିନ ହେଲା ଏକ ବଣୁଆ ଭାଲୁର ଆତଙ୍କ ଦେଖାଦେଇଛି। ଭାଲୁଟି ଅପରାହ୍ନ ଓ ସଂନ୍ଧ୍ୟାରେ ଗାଁ ଭିତରକୁ ଆସି ବିଭିନ୍ନ ଲୋକଙ୍କ ଘର ଭିତରକୁ ପଶି ଯାଇ ଖାଦ୍ୟ ଖୋଜୁଥିବାର ଦେଖିବାକୁ ମିଳିଛି। ଭାଲୁ ଟିକୁ ଦେଖି ଗ୍ରାମର ଲୋକେ ଭୟଭିତ ହୋଇ ଯାଇଛନ୍ତି। ଏ ସମ୍ପର୍କରେ ବନ ବିଭାଗକୁ ସୂଚନା ଦେବା ପରେ ବନବଭାଗ ପକ୍ଷରୁ ଭାଲୁଟିକୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବାର ଜଣାପଡିଛି ।