ପାପଡାହାଣ୍ଡି,୭।୭ (ଆପ୍ର) : ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ  ସନ୍ଧ୍ୟା ସମୟରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। 

ଦୁଲପୁରଠାରେ ସନ୍ଧ୍ୟା ସମୟରେ ପ୍ରଥମେ ଭାଲୁ ବୁଲୁଥିବାର  ଲୋକ ଦେଖିଥିଲେ।  ଏହାପରେ  ଦଳେଇଗୁଡ଼ା, ଭିତର ସାହି, ପାତ୍ର ସାହି ହୋଇ ଟୁରି ନଦୀ ଅସ୍ଥାୟୀ ପୋଲ ନିକଟରେ ଦେଖିବାକୁ ମିଳିଥିଲା । ଏହା ପରେ ଟୁରି ନଦୀ ଅସ୍ଥାୟୀ ପୋଲ ହୋଇ ଚାଷ ଜମିରେ ପଶି ସୁନାଡଙ୍ଗରି ହୋଇ ଜଙ୍ଗଲୁକୁ ଚାଲି ଯାଇଥିଲା ।  ନିର୍ଭୟରେ ଭାଲୁ ବୁଲିବା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଲୋକ ଭୟରେ ଏଣେତେଣେ ଦୌଡ଼ି ଥିଲେ। 

ଜଙ୍ଗଲ ପଦା ହେଉଥିବାରୁ ଖାଦ୍ୟ ଅନେୱଷଣ  ଗାଁ ମୁହାଁ ହେଉଛନ୍ତି ଭାଲୁ । ହଠାତ ଭାଲୁ ଚାଲି ଆସୁଥିବା ବେଳେ ଅଘଟଣ ଘଟିବାର ସମ୍ଭାବନା ରହିଛି । ଭାଲୁ ଗାଁ ଭିତରେ ପ୍ରବେଶ କରିବା ପାଇ ରୋକ ଲଗାଇବା ଦିଗରେ ବନବିଭାଗକୁ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।