ବୌଦ୍ଧ,୧୨/୧(ଆପ୍ର): ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଂଜ ଅନ୍ତର୍ଗତ ଘୁଲଘୁଲାପଦର ରାସ୍ତା ତଥା ବଘିଆବାହାଲ ହାଟପଦାରେ ବୁଲୁଛନ୍ତି ୩ ଭାଲୁ । ଫଳରେ ଲୋକମାନେ ଭୟଭୀତ ହୋଇ ପଡିଛନ୍ତି। ଗତ ଦୁଇଦିନ ତଳେ ଭାଲୁ ସମ୍ପର୍କରେ ଖବର ପାଇ ବନ ବିଭାଗ ଭାଲୁକୁ ଘଉଡାଇବାକୁ ଯାଇଥିଲା। ଏହି ସମୟରେ ଜଣେ ବନ କର୍ମଚାରୀ ଭାଲୁ ଆକ୍ରମଣର ଶିକାର ହୋଇ ଏବେ ଚିକିତ୍ସାଧିନ ଅଛନ୍ତି । ଏଣୁ ଭାଲୁଙ୍କୁ ସ୍ଥାନୀୟ ଜଙ୍ଗଲକୁ ଫେରାଇବାକୁ ବନ ବିଭାଗ ଚେଷ୍ଟାକରି ବିଫଳ ହୋଇଛି। ବନବିଭାଗ ଭାଲୁର ପତ୍ତା ପାଉନଥିବାବେଳେ ରବିବାର ୩ ଭାଲୁ ଘୁଲଘୁଲାପଦର ରାସ୍ତା ତଥା ବଘିଆବାହାଲ ଅଂଚଳରେ ବୁଲୁଥିବା ଦେଖିବାକୁ ମିଳିଛି । ଏହି ଘଟଣାପରେ ଅଂଚଳରେ ଏବେ ଲୋକମାନେ ଭୟଭିତ ହୋଇ ପଡିଛନ୍ତି । ତେବେ ବନ ବିଭାଗ ଗାଁରେ ପହଂଚି ଲୋକଙ୍କୁ ସଚେତନ କରିଛି ।