ନୂଆଦିଲ୍ଲୀ,୧୯/୦୨: ଭାରତରେ ଏକ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ସମୟରେ, ଅଚାନକ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ସମସ୍ତ ଖେଳାଳୀଙ୍କ ସହିତ ଅମ୍ପାୟାର। ଏହି ଅଭାବନୀୟ ଘଟଣାରେ ୬୫ ବର୍ଷୀୟ ଅମ୍ପାୟାର ମାଣିକ ଗୁପ୍ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣାଟି ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଘଟିଛି। ପନ୍ଦରରୁ କୋଡ଼ିଏ ଜଣ ଖେଳାଳି ଆହତ ହୋଇଛନ୍ତି। ଅମ୍ପାୟାର ଏବଂ ଖେଳାଳିମାନେ ମହୁମାଛିଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ପଡ଼ିଆରେ ତଳକୁ ମୁହଁ ପୋତି ପଡ଼ି ରହିଥିଲେ।
ବୁଧବାର ସନ୍ଧ୍ୟାରେ ଶୁକ୍ଳାଗଞ୍ଜ ଅଞ୍ଚଳର ସାପ୍ରୁ ଗ୍ରାଉଣ୍ଡରେ ଏକ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ମହୁମାଛିଗୁଡ଼ିକ ଆକ୍ରମଣ କରିଥିଲେ। କାନପୁର କ୍ରିକେଟ୍ ଆସୋସିଏସନ୍ ଅମ୍ପାୟର ମାଣିକ ଗୁପ୍ତା ଏହି ମ୍ୟାଚକୁ ପରିଚାଳନା କରୁଥିଲେ। ପାନୀୟ ବିରତି ସମୟରେ, ମହୁମାଛି ପଡ଼ିଆରେ ଥିବା ଖେଳାଳି ଏବଂ ଅମ୍ପାୟରଙ୍କୁ ଆକ୍ରମଣ କରିଥିଲେ। ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ତଳେ ପଡ଼ିଯାଇଥିଲେ, କିନ୍ତୁ ମହୁମାଛି ଆକ୍ରମଣରୁ କେହି ବର୍ତ୍ତିନଥିଲେ, ଯାହା ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଏବଂ ମ୍ୟାଚ୍ ବାତିଲ ହୋଇଯାଇଥିଲା।
ଅଧିକ ପଢ଼ନ୍ତୁ: ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଯୁବକ କହିଲେ,ତାଉ ମୋତେ ଟିକେ ହେଲିକପ୍ଟରରେ ବସା...
ଗୁରୁତର ଆହତ ଅମ୍ପାୟାରଙ୍କୁ କାନପୁରର ଏକ ଘରୋଇ ନର୍ସିଂ ହୋମକୁ ନିଆଯାଇଥିଲା। ଡାକ୍ତରମାନେ ମାଣିକ ଗୁପ୍ତାଙ୍କ ଅବସ୍ଥା ଗୁରୁତର ଘୋଷଣା କରିଥିଲେ ଏବଂ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରେଫର କରିଥିଲେ। ଅମ୍ପାୟାର ମାଣିକ ଗୁପ୍ତାଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଦ୍ୱିତୀୟ ଇନିଂସ ସମୟରେ ସମସ୍ତ ଖେଳାଳି ପାଣି ପିଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସମସ୍ତେ ତଳେ ଶୋଇ ପଡ଼ିଥିଲେ, କିନ୍ତୁ ମହୁମାଛି ଖେଳାଳି ଏବଂ ସେଠାରେ ଉପସ୍ଥିତ ଅମ୍ପାୟାରଙ୍କୁ କାମୁଡ଼ିବାକୁ ଲାଗିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକ୍ଷ୍ନୌର ଜଣେ କ୍ରିକେଟର ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି। ୧୫ ରୁ ୨୦ ଜଣ ଖେଳାଳି ଆହତ ହୋଇଥିବା ସୂଚନା ମିଳିଛି।
ସୂଚନାଥାଉକି, ୨୦୧୯ ମସିହାରେ ସମାନ ଘଟଣା ଘଟିଥିଲା। ତିରୁବନନ୍ତପୁରମରେ ଭାରତ ଏ ବନାମ ଇଂଲଣ୍ଡ ଲାୟନ୍ସ ଦିନିକିଆ ମ୍ୟାଚ୍ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲା।ରିପୋର୍ଟ ଅନୁଯାୟୀ ଅନେକ ଲୋକଙ୍କୁ ମହୁମାଛି କାମୁଡ଼ିଥିଲେ, ଯଦିଓ ସୌଭାଗ୍ୟବଶତଃ ଏଥିରେ କେହି ମୃତ୍ୟୁବରଣ କରିନଥିଲେ।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ୫ ମଇରୁ ସୁପ୍ରିମକୋର୍ଟରେ ନାଗରିକତା ଆଇନ ଉପରେ ଶୁଣାଣି, ୨୦୦ରୁ ଅଧିକ ଆବେଦନ