ନୂଆଦିଲ୍ଲୀ – ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିବସୀୟ ଗସ୍ତରେ ୪ ଡିସେମ୍ୱରରେ ଭାରତ ଆସିବେ। ଏହି ସମୟରେ ସେ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୨୩ ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ। ରୁଷ୍ର ଦ୍ୱିତୀୟ ସବୁଠୁ ବଡ଼ ବ୍ୟାଙ୍କ ଭିଟିବିର କନଫରେନ୍ସରେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ତାଙ୍କର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୁବ୍ ଶୀଘ୍ର ସାକ୍ଷାତ୍ ହେବାକୁ ଯାଉଛି। ଏହି ସମୟରେ ଭାରତ ସହ ବ୍ୟାଣିଜ୍ୟ ଓ ଆମଦାନୀକୁ ନେଇ ବିସ୍ତୃତ ଆଲୋଚନା ହେବ।
ସେ କହିଛନ୍ତି ଯେ, ରୁଷ୍ ନିଜର ’ ସ୍ୱତନ୍ତ୍ର ଆର୍ଥିକ ନୀତି’ ଉପରେ କାମ ଜାରି ରଖିବ, ଯେଉଁଥିରେ କେବଳ ନିଜ ଦେଶର ହିତକୁ ଧ୍ୟାନରେ ରଖାଯିବ। ଏହାସହ ଉଲ୍ଲେଖ କରିଛନ୍ତି ଯେ, ଗତ ତିନି ବର୍ଷରେ ଭାରତ ଓ ଚୀନ ସହ ରୁଷ୍ର ବାଣିଜ୍ୟରେ ଖୁବ୍ ବୃଦ୍ଧି ହୋଇଛି।
ପୁଟିନ ୟୁରୋପକୁ ଟାର୍ଗେଟ୍ କରି କହିଛନ୍ତି , ଯଦି ୟୁରୋପ ଯୁଦ୍ଧ ଲଢିବାକୁ ଚାହେଁ , ତ ଆମେ ଏବେ ପ୍ରସ୍ତୁତ। ସେ କହିଛନ୍ତି , ୟୁରୋପୀୟ ଦେଶ ଗୁଡ଼ିକର ଏବେ ଶାନ୍ତିର କୌଣସି ଯୋଜନା ନାହିଁ, ବରଂ ସେ ଯୁଦ୍ଧକୁ ବୃଦ୍ଧି କରାଉଛନ୍ତି।
ଭିଟିବି ଇନଭେଷ୍ଟମେଣ୍ଟ ଫୋରମ୍ରେ ପୁଟିନ କହିଛନ୍ତି , ଆଜିର ବିଶ୍ୱ ‘ଖୁବ୍ ଉତ୍ତେଜିତ’ର ସମୟ ମଧ୍ୟ ଦେଇ ଗତି କରୁଛି। କାରଣ ଏହା ଯେ, କିଛି ଦେଶ ନିଜର ଏକାଧିକାର ଭଳି ଦବଦବାକୁ ବ୍ୟବହାର କରି ଅନ୍ୟ ମାନଙ୍କ ଉପରେ ଚାପ ପକାଉଛନ୍ତି। ସେ ପାଶ୍ଚାତ୍ୟ ଦେଶ ଗୁଡ଼ିକ ଉପରେ ଅଭିଯୋଗ ଲଗେଇଛନ୍ତି ଯେ, ସେମାନେ ଦୁନିଆରୁ ପ୍ରତିଯୋଗିତାକୁ ବନ୍ଦ କରିବାକୁ ଚାହାନ୍ତି। ପୁଟିନ ଆହୁରି କହିଛନ୍ତି, ସେମାନେ ଏଥିରେ ଅସଫଳ ହେଉଛନ୍ତି ଏବଂ ଆଗକୁ ବି ଅସଫଳ ହୋଇ ରହିବେ।
ଉଲ୍ଲେଖନୀୟ ଯେ, ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାଖାପାଖି ଚାରି ବର୍ଷ ପରେ ପୁଣି ଭାରତ ଆସିବାକୁ ଯାଉଛନ୍ତି। ଏହିଥର ତାଙ୍କର ଯାତ୍ରା ୪ ଓ ୫ ଡିସେମ୍ୱର ୨୦୨୫ରେ ସ୍ଥିର ହୋଇଛି। ତାଙ୍କର ଗତ ଭାରତ ଯାତ୍ରା ୬ ଡିସେମ୍ୱର ୨୦୨୧ରେ ହୋଇଥିଲା, ଯେବେ ସେ ୨୧ ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଆସିଥିଲେ।
ଏହାପରେ ରୁଷ୍-ୟୁକ୍ରେନ ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଅନ୍ତର୍ଜାତୀୟ ସ୍ଥିତି ଖୁବ୍ ବଦଳିଗଲା। ଏହି କାରଣରୁ ପୁଟିନ ଗତ ଚାରି ବର୍ଷରେ ଭାରତ ଆସି ପାରି ନଥିଲେ। କିନ୍ତୁ ଏବେ ପୁଣି ଥରେ ତାଙ୍କର ଏହି ଯାତ୍ରା ଦୁଇ ଦେଶର ସଂପର୍କରେ ଏକ ନୂଆ ଗତି ଆଣିବ ବୋଲି ବିବେଚନା କରାଯାଉଛି।
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗସ୍ତ କେତେ ପ୍ରମୁଖ , ଏହା ଆପଣ ଏହି କଥାକୁ ବୁଝି ପାରୁଥିବେ ଯେ, ଭାରତ-ରୁଷ୍ର ବନ୍ଧୁତ୍ୱରେ ଏବେ ଭାରତକୁ ମିଳି ପାରେ ସୁଦର୍ଶନ ଚକ୍ର ଭଳି ଶକ୍ତି-ସେହି ସୁରକ୍ଷା କବଚ ,ଯାହା ଦେଶକୁ ପ୍ରତି ଆକାଶ ମାର୍ଗ ବିପଦରୁ ରକ୍ଷା କରି ପାରିବ।