ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟ୍ରମ୍ପଙ୍କୁ କ୍ଷମତା ପ୍ରଦାନ ପୂର୍ବରୁ ଶକ୍ତିର ପୂରା ବ୍ୟବହାର କଲେ ବାଇଡେନ୍, ଅନେକ ଅଧିକାରୀଙ୍କୁ ଦେଲେ କ୍ଷମା

Published By : Prameya | January 20, 2025 9:14 PM

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପଙ୍କ ହାତରେ କ୍ଷମତାର ଡୋର ଧରାଇବାର କିଛି ଘଣ୍ଟା ପୂର୍ବରୁ ବାଇଡେନ୍‌ ରାଷ୍ଟ୍ରପତିଙ୍କ ଶକ୍ତିର ଭରପୂର ବ୍ୟବହାର କରିଛନ୍ତି। ଜୋ ବାଇଡେନ କୋଭିଡ୍‌-୧୯ର ପରାମର୍ଶଦାତା ରହି ଥିବା ଏନ୍ଥନୀ ଫାଉଚୀ ଓ ରିଟାୟର୍ଡ ଜେନେରାଲ ମାର୍କ ମିଲେଙ୍କୁ କୌଣସି ପ୍ରକାରର ସମସ୍ୟାରୁ ରକ୍ଷା କରିବା ପାଇଁ ଅଗ୍ରୀମ କ୍ଷମାଦାନ ଦେଇଛନ୍ତି। ଆଶଙ୍କା ଥିଲା କି, ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ସେମାନଙ୍କ ଉପରେ ମୋକଦମା ଚାଲି ପାରେ। 

ଏହିପରି ୬ ଜାନୁଆରୀ ୨୦୨୧ରେ କ୍ୟାପିଟାଲ ହିଲ୍‌ରେ ହୋଇଥିବା ହିଂସାକାଣ୍ଡରେ ସାକ୍ଷୀ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଅଗ୍ରୀମ କ୍ଷମାଦାନ ଦିଆଯାଇଛି। ଜୋ ବାଇଡେନ ଏକ ବୟାନରେ କହିଛନ୍ତି, ଏହି ଅଧିକାରୀମାନେ ପୂରା ନିଷ୍ଠାର ସହ ଦେଶର ସେବା କରିଛନ୍ତି। କହି ରଖୁଛି କି, କୋଭିଡ୍‌-୧୯ ବେଳେ ଫାଉଚୀଙ୍କ ନାଁ ଚର୍ଚ୍ଚାରେ ଥିଲା। ସେ କୋଭିଡ୍‌ର ସାମନା କରିବାରେ ଅଗ୍ରଣୀ ଭୂମିକା ନିଭାଇ ଥିଲେ। ହେଲେ ତାଙ୍କର ନୀତି କେବେ ଟ୍ରମ୍ପଙ୍କୁ ପସନ୍ଦ ଆସି ନଥିଲା। ଏଥିପାଇଁ ସେ ବାରମ୍ୱାର ତାଙ୍କ ଉପରେ ମୋକଦମା ଚଲାଇବାକୁ ଧମକ ଦେଉ ଥିଲେ।

ଅନ୍ୟପଟେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି କି, ସେ ସୋମବାର ରାଷ୍ଟ୍ରପତି ପଦର ଶପଥ ନେବାର କିଛି ଘଣ୍ଟା ଭିତରେ ପୂର୍ବତନ ବାଇଡେନ ପ୍ରଶାସନର ଅନେକ କାର୍ଯ୍ୟକାରୀ ଆଦେଶକୁ ରଦ୍ଦ କରି ଦେବେ। ଟ୍ରମ୍ପ ୱାଶିଂଟନରେ କ୍ୟାପିଟଲ ୱାନ ଏରେନାରେ ରବିବାର ଆୟୋଜିତ ଏକ ବିଜୟ ରାଲିରେ ନିଜର ସମର୍ଥକଙ୍କୁ କହିଛନ୍ତି, ଯେବେ ମୁଁ ପଦର ଶପଥ ନେବି, ଏହାର କିଛି ଘଣ୍ଟା ଭିତରେ ବାଇଡେନ ପ୍ରଶାସନର ସବୁ କଟ୍ଟରପନ୍ଥୀ ଓ ମୁର୍ଖତାପୂର୍ଣ୍ଣ କାର୍ଯ୍ୟକାରୀ ଆଦେଶକୁ ନିରସ୍ତ୍ର କରିଦିଆ ଯିବ। 

ଟ୍ରମ୍ପ କହିଛନ୍ତି, ସେ ଯେଉଁ କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରିବାକୁ ଯାଉଛନ୍ତି, ଏଥିରେ ସୀମା ସୁରକ୍ଷା, ଶକ୍ତି , ସଂଘୀୟ ସରକାରର ଖର୍ଚ୍ଚ , ଲଘୁ ଭିଡ଼ିଓ-ସେୟାରିଂ ପ୍ଲାଟଫର୍ମ ଟିକଟକ୍‌ ଓ ଡିଇଆଇ (ବିବିଧତା, ସମାନତା ଓ ସମାବେଶନ) କାର୍ଯ୍ୟକ୍ରମ ଭଳି କ୍ଷେତ୍ର ସାମିଲ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.