ପ୍ରମୂଖ ଖବର
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଶିଶୁ ଓ ଗର୍ଭବତୀଙ୍କ ଖାଦ୍ୟ ବାଟ ମାରଣା ଅଭିଯୋଗ; ଅଙ୍ଗନବାଡି କେନ୍ଦ୍ରରେ ପ୍ରତିବାଦ କଲେ ହିତାଧିକାରୀ

Published By : Harapriya Sethi | June 13, 2025 2:39 PM

କୋକସରା,୧୩/୦୬: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ମହିମା ପଞ୍ଚାୟତ ଘଣ୍ଟିଗୁଡା ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ମହିଳା ହିତାଧିକାରୀଙ୍କ ପ୍ରତିବାଦ । କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଶିଶୁ, ପ୍ରସୂତି ଓ ଗର୍ଭବତୀ ମାନଙ୍କ ପାଇଁ ଆସୁଥିବା ଖାଦ୍ୟକୁ ବାଟ ମାରଣା କରୁଥିବା ନେଇ ଅଭିଯୋଗ କରି ଶୁକ୍ରବାର ଘଣ୍ଟିଗୁଡା ଗାଁର ମହିଳା ହିତାଧିକାରୀମାନେ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ପ୍ରତିବାଦ କରିଛନ୍ତି ।

ଅଭିଯୋଗ ମତେ, ଅଙ୍ଗନବାଡି କର୍ମୀ ସୁଶିଳା ଧଙ୍ଗଡା ମାଝୀ ଶିଶୁ, ପ୍ରସୂତି ଓ ଗର୍ଭବତୀମାନଙ୍କ ପାଇଁ ଆସୁଥିବା ଛତୁଆ, ଅଣ୍ଡା, ସୁଷମ ଖାଦ୍ୟ ସାମଗ୍ରୀ ଯୋଗାଣରେ ଅନିୟମିତତା କରି ଆସୁଥିବା ଅଭିଯୋଗ କରିଛନ୍ତି ମହିଳା ହିତାଧିକାରୀ । ଅଭିଯୋଗ କଲେ ଓଲଟା କର୍ମୀ ଦୁର୍ବ୍ୟବହାର କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି । ଏନେଇ ଶୁକ୍ରବାର ପୁଷ୍ପାଞ୍ଜଳି ଧ .ମାଝୀ, ଦମୟନ୍ତୀ ଦାସ, ତରୁଣୀ ସହିନି, ଦେବନ୍ତି ଚଳାନ, ମୁକ୍ତା ଚଳାନ, ସଂତୋଷିନି ଦଣ୍ଡସେନା, ଅଞ୍ଜଳି ଦାସ, ସସ୍ମିତା ଚଳାନ, ଦେବାଞ୍ଜଳି ମାଝୀ, ଲଳିତା ପ୍ରଧାନ, ମାଧବୀ ଧ .ମାଝୀ, ଯୋଶୋଦା ଦଣ୍ଡସେନା, ପ୍ରତିମା ଧ .ମାଝୀ, କବିତା ଚାଳନ, ଭାନୁ ମାଝୀ ପ୍ରମୁଖ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଏନେଇ ସମନ୍ୱୟ ଶିଶୁ ବିକାଶ ପ୍ରକଳ୍ପ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.