ଭୁବନେଶ୍ଵର, ୯/୯ : ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍। ଯୋଜନାରେ ସାମିଲ୍ ହେବେ ବାଦ୍ ପଡ଼ିଥିବା ହିତାଧିକାରୀ। ବୁଧବାର ବସିବ ସମୀକ୍ଷା ବୈଠକ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ବାବଦରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ୩ ବିଭାଗକୁ ତଥ୍ୟ ମାଗିଥିଲା। ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଯାନ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିଲା। ସେହିପରି ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ ସ୍ଵାସ୍ଥ୍ୟ ବିଭାଗକୁ କୁହାଯାଇଥିଲା। ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ଖାଦ୍ୟ ଯୋଗାଣ ବିଭାଗକୁ ତାର ରିପୋର୍ଟ ମଗାଯାଇଥିଲା। ଏହି ତିନି ବିଭାଗର ରିପୋର୍ଟ ଆଧାରରେ ବୁଧବାର ସୁଭଦ୍ରା ସମୀକ୍ଷା ବୈଠକ ବସିବ। ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବା ନେଇ ନିଷ୍ପତ୍ତି ନିଆଯିବ।