ଆଳି,୦୩/୦୬: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ୍ ଅରଗଳ ପଞ୍ଚାୟତରେ ଭତ୍ତା ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ସ୍ଥାନୀୟ ବିଡିଓଙ୍କୁ ଭେଟିଛନ୍ତି । ସେମାନେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ସେଥିରୁ ବଞ୍ଚିତ ଅଛନ୍ତି । ତେଣୁ ମଙ୍ଗଳବାର ବିଡିଓଙ୍କୁ ଭେଟି ପେନସନ ଯୋଜନାରେ ସାମିଲ୍ କରିବାକୁ ନିବେଦନ କରିଛନ୍ତି ।
ତେବେ ଆଳି ବ୍ଳକ୍ ଅରଗଳ ପଞ୍ଚାୟତରେ ଭେଣ୍ଡିଆମାନଙ୍କୁ ଭତ୍ତା ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଚାଲିଥିଲା ତଦନ୍ତ । ୨୯୨ ହିତାଧିକାରୀମାନଙ୍କ ମଧ୍ୟରୁ ୧୩୮ ହିତାଧିକାରୀ ଜାଲ୍ ସ୍କୁଲ ସାର୍ଟିଫିକେଟ ଜରିଆରେ ଭତ୍ତା ହାତେଇ ଥିବା ଜଣାପଡ଼ିଥିଲା । ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ତଦନ୍ତ କରାଯାଇ ୭୯ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବାରୁ ୭ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ମଧୁବାବୁ ପେନସନ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସେମାନେ ବିଡିଓ ଭେଟ କରି ଭତ୍ତା ପାଇଁ ନିବେଦନ କରିଛନ୍ତି । ଏନେଇ ବିଡ଼ିଓ ସେମାନଙ୍କ କଥା ଶୁଣିବା ସହିତ ଜିଲ୍ଲା ପ୍ରଶାସନର ନିର୍ଦେଶ ମିଳିଲେ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।