ଆନନ୍ଦପୁର,୦୪/୦୭: ଗଛକୁ ପିଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ପେଟ୍ରୋଲ ପମ୍ପ ଛକ ପାଖରେ ଘଟିଛ। ସ୍ଥାନୀୟଲୋକ ସମସ୍ତ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତଖାନାକୁ ପଠାଇଥିବା ଜଣାପଡିଛି।
ସୂଚନାନୁସାରେ, ଶନିବାର ଭୋର ସମୟରେ ଝାରସୁଗୁଡାରୁ ଭଦ୍ରକ ଯାଉଥିବା ଜେକେ ଟ୍ରାଭେଲ୍ସ ନାମକ ଘରୋଇ ବସ୍ ପେଟ୍ରୋଲ ପମ୍ପ ଛକ ନିକଟରେ ଥିବା ଏକ ଗଛକୁ ଧକ୍କା ଦେଇଛି । ଫଳରେ ୭ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଗାଡିର ହେଲପର ଗୁରୁତର ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ସ୍ଥନୀୟ ଲୋକ ଓ ଅନ୍ୟ ଯାତ୍ରୀମାନଙ୍କ ସହାୟତାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କାରାଯାଇଛି । ତେବେ ବସରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିବାବେଳେ ଅନ୍ୟମାନଙ୍କର କୈଣସି କ୍ଷତି ହୋଇନାହିଁ । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେ ସମ୍ପର୍କରେ ସଠିକ୍ ତଥ୍ୟ ଜଣାପଡି ନାହିଁ । ଘଷିପୁରା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ :- ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୬ରେ ପୁରୀ- କୋରାପୁଟ ଟ୍ରେନ ଓ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ