ନୂଆଦିଲ୍ଲୀ: ମହିଳାଙ୍କ ସହ ଅଫିସ ରୁମରେ ରାସଲୀଳା କରୁଥିଲେ ପୋଲିସ ଡିଜି। ଆପତ୍ତିଜନକ ଭିଡିଓ ଭାଇରାଲ ପରେ ଏବେ ବିବାଦରେ ପୋଲିସ ମୁଖିଆ। ରାଜ୍ୟରେ ଏବେ ପୋଲିସ ମୁଖିଆଙ୍କ ଅଶ୍ଲୀଳ ଭିଡିଓକୁ ନେଇ ବେସ୍ ଚର୍ଚ୍ଚା। ରାଜ୍ୟ ରାଜନୀତି ବି ସରଗରମ । ଏହି ବିବାଦୀୟ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ବେଙ୍ଗାଲୁରୁରେ କାର୍ଯ୍ୟରତ ଡିଜିପି ରାଙ୍କ୍ ଆଇପିଏସ୍ ଅଧିକାରୀ ଡକ୍ଟର ରାମଚନ୍ଦ୍ର ରାଓ । ବାବୁଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଶ୍ଳୀଳ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ମୁଁ ଆଜି ସକାଳେ ଏହା ବିଷୟରେ ଜାଣିଲି ଏବଂ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିଏ ଯିଏବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେମାନେ ଯେକୌଣସି ପଦବୀରେ ଥାଆନ୍ତୁ ନା କାହିଁକି, କେହି ଆଇନର ଊର୍ଦ୍ଧ୍ୱରେ ନୁହଁନ୍ତି। ମୁଁ ତଦନ୍ତ ନିର୍ଦ୍ଦେଶ ଦେଇଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ମାମଲାରେ ବହୁତ କ୍ରୋଧିତ ହୋଇଥିବା ଜଣାପଡ଼ିଛି। ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ ଅଧିକାରୀଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ସରକାରୀ କାର୍ଯ୍ୟାଳୟରେ ଭିଡିଓ ରେକର୍ଡ ହୋଇଛି…

ଆଇପିଏସ୍ ଅଧିକାରୀ ଡକ୍ଟର ରାମଚନ୍ଦ୍ର ରାଓଙ୍କ ଏହି ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ କର୍ଣ୍ଣାଟକରେ ହଇଚଇ ସୃଷ୍ଟି ହୋଇଛି । ଭିଡିଓରେ ରାଓ ଡ୍ୟୁଟି ସମୟରେ ତାଙ୍କ ସରକାରୀ ପୋଷାକ ପିନ୍ଧି ଏକ ସରକାରୀ କାର୍ଯ୍ୟାଳୟରେ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରୁଥିବା ଦେଖାଯାଇଛି। ଗୁପ୍ତ ଭାବରେ ରେକର୍ଡ ହୋଇଥିବା ଭିଡିଓରେ ଅଧିକାରୀ ମହିଳାଙ୍କୁ ଆଲିଙ୍ଗନ କରୁଥିବା ଏବଂ ଆପତ୍ତିଜନକ ସ୍ଥିତିରେ ଥିବା ଦେଖାଯାଇଛି। ଘଟଣାଟି ସରକାରୀ ଚାମ୍ବର ଭିତରେ ଘଟିଥିବା ଜଣାପଡ଼ିଛି, ଯେଉଁଠାରେ ସରକାରୀ ବୈଠକ ଏବଂ ପ୍ରଶାସନିକ କାର୍ଯ୍ୟ ଅନୁଷ୍ଠିତ ହୁଏ।

ଭିଡିଓକୁ ମାର୍ଫଡ୍ ବୋଲି କହିଛନ୍ତି ଡିଜିପି…

ଏହି ଭିଡିଓ ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ରୋଧିତ ଅଛନ୍ତି । ଡିଜିପି ମଧ୍ୟ ଭିଡିଓକୁ ମାର୍ଫଡ୍ ବୋଲି କହିଛନ୍ତି। ଭାଇରାଲ ଭିଡିଓ ସମ୍ପର୍କରେ ଡିଜିପି ରାମଚନ୍ଦ୍ର ରାଓ କହିଛନ୍ତି, "ମୁଁ ଆଠ ବର୍ଷ ପୂର୍ବେ ବେଲାଗାଭିରେ ନିଯୁକ୍ତି ପାଇଥିଲି। ମୁଁ ଜଣେ ଓକିଲଙ୍କ ସହ କଥା ହୋଇ କାର୍ଯ୍ୟାନୁଷ୍ଠାନ ନେବି। ମୁଁ ମଧ୍ୟ ଆଶ୍ଚର୍ଯ୍ୟ। ଏହା ସବୁ ମିଛ ଏବଂ କପୋଳକଳ୍ପିତ । ଏହାର ତଦନ୍ତ କରାଯିବା ଉଚିତ ଏବଂ ସତ୍ୟ ବାହାରକୁ ଆସିବା ଉଚିତ । ମୁଁ ଗୃହମନ୍ତ୍ରୀଙ୍କୁ ଜଣାଇଛି ଯେ ଏହା ସବୁ ମିଛ।"

ଏହା ସହ ପଢନ୍ତୁ : ବିହାର ବିପର୍ଯ୍ୟୟ ପରେ ଏବେ ତେଲେଙ୍ଗାନା ରାଜନୀତିରେ ପି.କେଙ୍କ ଏଣ୍ଟ୍ରି ! ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ସହ ଗଢିପାରନ୍ତି ନୂଆ ଦଳ…