ନୂଆଦିଲ୍ଲୀ : ଚାଲିଗଲା ଚାକିରି, ବଢ଼ିଗଲା ଚିନ୍ତା । ଆମେରିକାରେ ପାଉଥିଲେ କୋଟିଏ ଟଙ୍କାର ଦରମା । ଭାରତରେ ମିଳିଲାନି ନିଯୁକ୍ତି । ବିଦେଶକୁ ପୁଣି ଗଲେ ଚାକିରି ଅନୁସନ୍ଧାନରେ ତଥାପି ମିଳିଲାନି । ପରିବାର ଲୋକଙ୍କ ଅଜାଣତରେ କରିଥିଲେ ବିବାହ । ସବୁବେଳେ ମୁଣ୍ଡରେ ରହୁଥିଲା ଚାକିରି ଚିନ୍ତା । ଶେଷରେ ଜୀବନ ହାରିଲେ ଯୁବକ । ଯାହାଙ୍କ ଭରସା ପରିବାର ଲୋକଙ୍କୁ ଲୁଚାଇ ବିବାହ କରିଥିଲେ ସେ ଯେତେବେଳେ ରହିଲେନି ଯୁବତୀ ମଧ୍ୟ ଶେଷରେ ହାରିଲେ ଜୀବନ । ବେଙ୍ଗାଲୁରୁରୁ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।
ପୁଲିସ ସୂତ୍ରରୁ ମିଳିଥିବା ଖବର ମୁତାବକ, ଯୁବକ ଜଣକ ଆମେରିକାରେ ଏକ ଉଚ୍ଚ ପଦରେ କାମ କରୁଥିଲେ । ଟେକ୍ନିକାଲ ଜଣେ ଉପରିସ୍ଥ ଅଧିକାରୀ ଥିଲେ । ମାତ୍ର ଏଆଇ ଆସିବା ପରେ ତାଙ୍କ ଚାକିରି ବିପଦରେ ପଡ଼ିଥିଲା । ଆଉ ସେ ଚାକିରି ହରାଇଥିଲେ । ଶେଷରେ ଆମେରିକା ଛାଡ଼ି ଭାରତ ଚାଲି ଆସିଥିଲେ । ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ଆଇଟି ସହରରେ ଚାକିରି ଖୋଜିଥିଲେ ମାତ୍ର ତାଙ୍କୁ ନିଯୁକ୍ତି ମିଳିନଥିଲା । ବେଶରେ ଚିନ୍ତାରେ ରହୁଥିଲେ ଯୁବକ ଜଣକ ।
ପରିବାର ଲୋକଙ୍କ ଅଜାଣତରେ ନିଜର ପିଲାଦିନର ଜଣେ ସାଙ୍ଗକୁ ବିବାହ କରିଥିଲେ । ଉଭୟ ଗୁପ୍ତରେ ବିବାହ କରିଥିବାବେଳେ ବେଙ୍ଗାଲୁରୁରେ ରହୁଥିଲେ । ଯୁବତୀ ଜଣକ ମଧ୍ୟ ଚାକିରି କରିଥିଲେ । ଉଭୟ ବେଶ ଖୁସିରେ ପରିବାର ଚଳାଉଥିଲେ । ମାତ୍ର ଯୁବକଙ୍କ ମନରେ ସବୁବେଳେ ନିଜର ଚାକିରି ପାଇଁ ଚିନ୍ତା ରହୁଥିଲା । ସେ ସିଙ୍ଗାପୁର ଭଳି ଦେଶକୁ ମଧ୍ୟ ଯାଇଥିଲେ । ମାତ୍ର ନିରଶ ହୋଇ ଫେରିଥିଲେ । ସବୁବେଳେ ଏହି ଗୋଟିଏ ଚିନ୍ତା ତାଙ୍କୁ ଖାଇ ଯାଉଥିଲା । ଡ୍ରିପ୍ରେସନକୁ ଚାଲିଯାଇଥିଲେ ଯୁବକ ଜଣକ । ସେ ମେଡିସିନ ଭରସାରେ ଜୀବନ ଜିଉଁଥିଲେ । ଶେଷରେ ନିଜର ଜୀବନ ହାରିଥିଲେ ।
ଯାହାଙ୍କ ଭରସାରେ ଘର ଲୋକଙ୍କୁ ମିଛ କହି ବିବାହ କରିଥିଲେ ସେ ଝିଅ ବା ବଞ୍ଚିବ କେମିତି ? ସେ ମଧ୍ୟ ସ୍ବାମୀଙ୍କ ଭଳି ଜୀବନ ହାରିଥିଲେ । ମାତ୍ର ଜୀବନ ହାରିବା ପୂର୍ବରୁ ମାଆଙ୍କୁ ତିନିଥର ଫୋନ୍ କରିଥିଲେ । ମାତ୍ର କୌଣସି ଉତ୍ତର ମିଳିନଥିଲା । ଶେଷରେ ଏକ ମେସେଜ ପଠାଇଥିଲେ । ଯେଉଁଥିରେ ସେ ଲେଖିଥିଲେ କି, ମା ମୋତେ କ୍ଷମା କରିବ । ମୁଁ ତୁମକୁ ଲଚାଇଛି । ମୁଁ ଗୁପ୍ତରେ ବିବାହ କରିଛି । ସେ ଯେତେବେଳେ ନିଜର ଜୀବନ ହାରିଛନ୍ତି ମୁଁ କାହିଁକି ବା ବଞ୍ଚିବି ? ମାତ୍ର ଯୁବତୀଙ୍କ ମାଆ ପଢ଼ିପାରିନଥିଲେ । ଶେଷରେ ଯୁବତୀ ଜଣକ ଜୀବନ ହାରିଥିଲେ । ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । ଆଉ ଏ କାହାଣୀ ଯିଏ ଶୁଣୁଛି ତା ଆଖିରେ ଲୁହ ଚାଲି ଆସୁଛି ।
ଏହାସହ ପଢ଼ନ୍ତୁ : ଏଠି ବଡ଼ ପେଟ ପାଇଁ ହୁଏ ପ୍ରତିଯୋଗିତା, ସହଜରେ ମିଳନ୍ତି ସୁନ୍ଦର କନ୍ୟା