ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ଜଙ୍ଗଲ ଜମିରେ ବରମୁଣ୍ଡା ହାଉସିଂ କଲୋନୀ, ବନବିଭାଗକୁ ୫ ଗୁଣା ଜାଗା ଦେବ ବିଡିଏ

Published By : Rasmita Pradhan | May 1, 2025 11:22 AM

ଭୁବନେଶ୍ୱର, ୦୧/୦୫ : ସାଧାରଣ ପ୍ରଶାସନ ବିଭାଗଠୁ ଜାଗା ଆଣି ତରବରିଆ ଭାବେ ଘର ତୋଳି ବିକ୍ରି କରିଦେଲେ। ପଛରେ ଜାଣିଲେ ଯେଉଁଠି ଘର ହୋଇଛି, ତାହା ଜଙ୍ଗଲ ଜମି । ବରମୁଣ୍ଡା ହାଉସିଂ ବୋର୍ଡ ପ୍ରଜ୍ଞାବିହାରରେ ବିକ୍ରି ହୋଇଥିବା ଏଚ୍‌ଆଇଜି ଘରକୁ ନେଇ ଫଶିଛି ବିଡିଏ । ଏବେ ବିଡିଏ କୋରାପୁଟରେ ୫ ଗୁଣା ଜାଗା ବନ ବିଭାଗକୁ ଦେବେ । ବରମୁଣ୍ଡା ହାଉସିଂ ବୋର୍ଡ ଜାଗା ବିକ୍ରିକୁ ନେଇ ବିବାଦ ଦେଖାଦେଇଥିଲା । ଜିଏ- ବିଡିଏ-ଜଙ୍ଗଲ ବିଭାଗ ମଧ୍ୟରେ କଳି ଶେଷରେ ସରକାରଙ୍କ ପାଖରେ ପହଞ୍ଚିଥିଲା । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । 

ଭୁବନେଶ୍ୱରରେ ବିଡିଏ ପାଖରେ ୧୨.୯୪୪ ଏକର ଜଙ୍ଗଲ ଜମି ରହିଛି । ଏହି ଜମି ବଦଳରେ କୋରାପୁଟର ଏକ ଜାଗା ଚିହ୍ନଟ କରାଯାଇଛି । ଏହି ଜାଗା ରାଜସ୍ୱ ବିଭାଗରୁ ସାଧାରଣ ପ୍ରଶାସନ ଆଣିବ । ଟଙ୍କା ବିଡିଏ ଖର୍ଚ୍ଚ କରିବ । ସେ ଜାଗାକୁ ବନ ବିଭାଗକୁ ହସ୍ତାନ୍ତର କରିବ । ଏହା ପରେ ଜଙ୍ଗଲ ବିଭାଗ ପ୍ରଜ୍ଞା ବିହାର ଜାଗା ବିଡିଏ ନାଁରେ କରିବ । ଏଭଳି ଭାବେ ସମାଧାନର ବାଟ ଫିଟିବ ବୋଲି ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବିଡିଏ ପକ୍ଷରୁ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ୧୯୯୧-୯୨ରେ ଏଚ୍‌ଆଇଜି ଘର ବିକ୍ରି କରିଥିଲା । ୨୩.୪୮୨ ଏକରରେ ବିଡିଏ ପକ୍ଷକୁ କୋର ହାଉସ ନିର୍ମାଣ କରି ବିକ୍ରି କରାଯାଇଥିଲା । ପ୍ରତି ଘର ବାବଦକୁ ବିଡିଏ ୪.୬୫ ଲକ୍ଷ ଟଙ୍କା ନେଇଥିଲା । କିଛିଦିନ ପରେ କଥା ପଦାରେ ପଡିଥିଲା । ବିଡିଏ ଘର କରି ନିର୍ମାଣ କରିଥିବା ପ୍ରାୟ ୧୨.୯୪୪ ଏକର ଜାଗାରେ ଜଙ୍ଗଲ କିସମ ଜମି ରହିଥିଲା । ଏହାକୁ ନେଇ ବନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯାହାକୁ ନେଇ ଅକଳରେ ପଡିଥିଲା ବିଡିଏ । 

ବିଡିଏ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ ଜାଗା ସାଧାରଣ ପ୍ରଶାସନ ସେମାନଙ୍କୁ ଦେଇଥିଲା । ଏହାପରେ ସେମାନେ ଘର ନିର୍ମାଣ କରି ବିକ୍ରି କରିଥିଲେ । ଅନ୍ୟପକ୍ଷରେ ଏହି ବିବାଦୀୟ ଜମିରେ ବିଡିଏର ଏଚ୍‌ଆଇଜି ଘର କିଣି ଅକଳରେ ପଡିଥିଲେ ୨୫୮ ପରିବାର । ହାଡ଼ଭଙ୍ଗା ପରିଶ୍ରମ କରି ବିଡିଏକୁ ଟଙ୍କା ଦେଇ ଘର କିଣିଥିଲେ । ହେଲେ ୩୪ ବର୍ଷ ହେଲା ସେମାନେ ମାଲିକାନା ପାଇ ପାରୁନାହାନ୍ତି । ଏପରି କି ଲିଜ୍‌ ଡିଡ୍‌ କରି ପାରୁନାହାନ୍ତି । ଏନେଇ ହାଉସିଂ ବୋର୍ଡ କଲୋନୀ ବାସିନ୍ଦା ୨୦୧୫ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୯ରେ ହାଇକୋର୍ଟ ବିଡିଏକୁ ଜବାବ ମାଗିବା ସହ ୨ ମାସ ଭିତରେ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିେଲେ । ହେଲେ ଏଯାଏ ଏହାର ସମାଧାନ ହୋଇ ପାରିନି । ସେପଟେ ନ୍ୟାୟକୁ ଅପେକ୍ଷା କରି କଲୋନୀର ପ୍ରାୟ ୨୦ ଜଣ ଲୋକ ଆଖି ବୁଜିଲେଣି । ପ୍ରଜ୍ଞାବିହାର ବିକାଶ ପରିଷଦର ସମ୍ପାଦକ ମନ୍ମଥ କୁମାର ଦଳାଇ କହିଛନ୍ତି ଯେ, କେବଳ ଆଲାର୍ଟମେଣ୍ଟ ଲେଟରରେ ଘର ବିକ୍ରି କଲେ । ଆମ ପାଖରେ ମାଲିକାନା ନଥିବାରୁ ଏବେ ଘର ବିକ୍ରି କରିପାରୁନୁ । କି ବ୍ୟାଙ୍କ ଲୋନ୍‌ ଆଣି ପାରୁନୁ । ବିଡିଏ ସଚିବ ମାନସ ରଞ୍ଜନ ଦତ୍ତ କହିଛନ୍ତି ଯେ, ଏନେଇ ଆମେ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖୁଛି । ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.