ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବେକ ଯନ୍ତ୍ରଣାରୁ ଆରାମ ଦେଇପାରେ ଏହି ୩ଟି ଏକ୍ସରସାଇଜ୍ , ଜାଣନ୍ତୁ ଏହାକୁ କରିବାର ଉପାୟ

Published By : Prameya | February 13, 2025 6:09 PM

ନୂଆଦିଲ୍ଲୀ : ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ଆମର ଦୈନିକ ଜୀବନକୁ ଖୁବ୍‌ ପ୍ରଭାବିତ କରୁଛି। ଅନେକ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କମ୍ପ୍ୟୁଟରରେ କାମ କରିବାକୁ ପଡ଼ୁଛି। ଅନେକ ସମୟ ଯାଏ ଗୋଟିଏ ପୋଶ୍ଚର ବା ଭଙ୍ଗିରେ ବସିବା, ମୋବାଇଲ ଓ ଲ୍ୟାପଟପ୍‌ର ଅଧିକ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ୱନ୍ଧିତ ଅନେକ ସମସ୍ୟା ଚିନ୍ତାଜନକ ହେଉଛି। 

ଏହାସହ ମଧ୍ୟ ପଢନ୍ତୁ : ବିଳମ୍ୱରେ ଶୋଉଥିବା ଲୋକଙ୍କୁ ନେଇ ବୈଜ୍ଞାନିକଙ୍କ ଅଧ୍ୟୟନ : ୮ବର୍ଷର ରିସର୍ଚ୍ଚରେ ଆସିଲା ଏମିତି ସାଂଘାତିକ ତଥ୍ୟ

ସ୍ୱାସ୍ଥ୍ୟ ସଂପର୍କିତ ଏହି ସମସ୍ୟା ଗୁଡିକରେ ଗୋଟିଏ ସର୍ଭାଇକଲ ସ୍ପଣ୍ତିଲାଇଟିସ୍‌ ଅର୍ଥାତ୍‌ ବେକରେ ଯନ୍ତ୍ରଣା ଓ କଠିନତା ଅନୁଭବ ମଧ୍ୟ ହୋଇଥାଏ। ଏହି ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କୁ ବେକରେ କଠିନତା( ଷ୍ଟିଫନେସ୍‌) , ମୁଣ୍ଡବ୍ୟଥା , ମୁଣ୍ଡ ବୁଲାଇବା , ହାତ ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଭଳି ସମସ୍ୟା ଚିନ୍ତାରେ ପକାଇ ଥାଏ। ଯେଉଁଥିରେ ଦୈନଦିନର କାର୍ଯ୍ୟ ଉପରେ ଏହାର ଖୁବ୍‌ ପ୍ରଭାବ ପଡ଼ିଥାଏ। ଯଦି ଆପଣ ଏଭଳି ସମସ୍ୟାରେ ଚିନ୍ତିତ ତ ଏହି ୩ ଏକ୍ସରସାଇଜ୍‌ ଶରୀରରେ ବ୍ଲଡ୍‌ର ସର୍କୁସେଲନକୁ ଭଲ କରିବା ସହ ଆପଣଙ୍କର ସମସ୍ୟା ଓ ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିପାରେ।

ନେକ୍‌ ଟିଲ୍ଟ :  ନେଟ୍‌ ଟିଲ୍ଟ ଏକ୍ସରସାଇଜ୍‌ ବେକର ଆଖପାଖର ମାଂସପେଶୀକୁ ନମନୀୟ କରିବା ସହ ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ଏକ୍ସରସାଇଜ୍‌କୁ କରିବା ପାଇଁ ସର୍ବ ପ୍ରଥମେ ସିଧା ବସି ଧିରେ ଧିରେ ନିଜର ବେକକୁ ଗୋଟେ ପଟକୁ ନୁଆଁଇ ନିଜର କାନକୁ କାନ୍ଧ ଯାଏ ଆଣିବାରେ ଚେଷ୍ଟା କରନ୍ତୁ। ଏହି ସ୍ଥିତିରେ ୧୫ ସେକେଣ୍ଟ ଯାଏ ରହିବା ପରେ ପୁଣି ପୂର୍ବାବସ୍ଥାକୁ ଫେରି ଆସନ୍ତୁ। ଏବେ ଅନ୍ୟପଟେ ମଧ୍ୟ ଏହାପରି ବେକକୁ ତଳକୁ କରନ୍ତୁ। ଏମିତି କରିବାରେ ବେକର କଠିନ ବା ଷ୍ଟିନେସ୍‌ କମିବା ସହ ଯନ୍ତ୍ରଣାରୁ ଆରାମ ମିଳିଥାଏ।

ନେକ୍‌  ରୋଟେସନ : ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସିଧା ବସି ଧିରେ ଧିରେ ନିଜର ବେକକୁ ଗୋଟିଏ ଦିଗରେ ବୁଲାନ୍ତୁ। ଠିକ୍‌ ଏହି ପରି ଯେମିତି କୌଣସି ବ୍ୟକ୍ତି ବାମକୁ ଓ ଡାହାଣକୁ ଦେଖିଛନ୍ତି। ଏହି ଅବସ୍ଥାରେ ୧୦ସେକେଣ୍ଡ ଯାଏ ରୁହନ୍ତୁ ଏବଂ ପୁଣି ଦ୍ୱିତୀୟ ଦିଗରେ ମଧ୍ୟ ଏହିପରି ବେକକୁ ଘୂରାନ୍ତୁ। ଏହି ଏକ୍ସରସାଇଜ୍‌କୁ କରିବାରେ ବେକ୍‌ର ଫ୍ଲେକ୍ସିବିଲିଟି ବଢି ଥାଏ ଏବଂ ଯନ୍ତ୍ରଣାରୁ ଉପଶମ ମିଳିଥାଏ।

ଚିନ୍‌ ଟକ୍‌ : ଚିନ୍‌ ଟକ୍‌ ସର୍ଭାଇକଲର ଯନ୍ତ୍ରଣା ପାଇଁ ଏକ ଉପଯୋଗୀ ଏକ୍ସରସାଇଜ୍‌ ଭାବେ ଜଣାଯାଏ। ଏହି ଏକ୍ସରସାଇଜ୍‌ ବେକର ଅନ୍ୟ ଭାଗର ମାଂସପେଶୀ ଗୁଡ଼ିକୁ ଦୃଢ କରିଥାଏ। ଏହି ଏକ୍ସରସାଇଜକୁ କରିବା ପାଇଁ ସର୍ବ ପ୍ରଥମେ ସିଧା ବସି ନିଜର ଚିନ୍‌ (ଚିବୁକ)କୁ ହାଲକା ଭାବେ ଭିତର ଆଡ଼କୁ ଟାଣନ୍ତୁ। କିଛି ସେକେଣ୍ଡ ଯାଏ ଏହି ଅବସ୍ଥାରେ ରୁହନ୍ତୁ ଏବଂ ପୁଣି ସାମାନ୍ୟ ସ୍ଥିତିକୁ ଫେରି ଆସନ୍ତୁ। ଏହି ଏକ୍ସରସାଇଜକୁ ସାରାଦିନ ୧୦-୧୨ଥର ଦୋହରାନ୍ତୁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.