ପ୍ରମୁଖ ଖବର
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ହଳଦୀ ଉତ୍ସବରେ ସବୁଠୁ ସୁନ୍ଦର ଦେଖା ଯିବାକୁ ଚାହାନ୍ତି କି ? ଏହି ଟିପ୍ସକୁ ଆପଣାନ୍ତୁ ...

ନୂଆଦିଲ୍ଲୀ- ବାହାଘରର ପ୍ରତ୍ୟେକ ଫଙ୍କସନରେ କନ୍ୟା ସବୁଠୁ ସୁନ୍ଦର ଦେଖା ଯିବାକୁ ଚାହେଁ। ଏଥିରେ ପ୍ରତ୍ୟେକ ଫଙ୍କସନ ପାଇଁ ଗୋଟିଏ ପରେ ଗୋଟିଏ ଆଉଟଫିଟ୍‌ ବାଛିବା ଖୁବ୍‌ ଜରୁରୀ ହୋଇଥାଏ। ଯଦି ଆପଣ ନିଜର ହଳଦୀ ଫଙ୍କସନରେ ସବୁଠୁ ସୁନ୍ଦର ଦେଖା ଯିବାକୁ ଚାହାନ୍ତି , ତ ଏକ ସୁନ୍ଦର ଆଉଟଫିଟ୍‌କୁ ବାଛନ୍ତୁ। କେମିତି ଆଉଟଫିଟ୍‌କୁ ବାଛିବେ ଏଥିପାଇଁ ସର୍ବଦା ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ଏଥିପାଇଁ ଆପଣ ଏହି ଟିପ୍ସକୁ ଆପଣାନ୍ତୁ।

 ଆସନ୍ତୁ ଜାଣିବା ହଳଦୀ ଫଙ୍କସନ ପାଇଁ କେମିତି ବାଛିବେ ଆଉଟଫିଟ୍‌ –

କମଫର୍ଟ( ଆରାମ)କୁ ଧ୍ୟାନରେ ରଖନ୍ତୁ- ଅନେକ ଥର ହଳଦୀ ଫଙ୍କସନ ପାଇଁ ଲୋକେ ଏମିତି ଆଉଟଫିଟ୍‌କୁ ବାଛିଥାନ୍ତି , ଯେଉଁଥିରେ ସେ ଆରାମ ଅନୁଭବ କରନ୍ତି ନାହିଁ। ହଳଦୀ ଏକ ମଜାଦାର ଫଙ୍କସନ , ଯାହାକୁ ଯେକେହି ଖୁବ୍‌ ଉପଭୋଗ କରିବାକୁ ଚାହାନ୍ତି। ଏଥିପାଇଁ ଭଲ ଆଉଟଫିଟ୍‌କୁ ବାଛିବା ଜରୁରୀ ହୋଇଥାଏ । ଗରମ ଅଧିକ ଲାଗିଲେ ଏକ ସଠିକ ପୋଷାକକୁ ବାଛନ୍ତୁ। ଏହି ପାଗରେ ସିଫନ , ରେୟନ ବା କଟନ୍‌ର ପୋଷାକ ସବୁଠୁ ଭଲ ରହିଥାଏ। ଏହିପରି ପୋଷାକରେ ଗରମ କମ୍‌ ଲାଗିଥାଏ ।

ସଠିକ ରଙ୍ଗ ବାଛନ୍ତୁ – ଏମିତି ତ ହଳଦୀ ଫଙ୍କସନ ପାଇଁ ଲୋକେ ହଳଦୀ ରଙ୍ଗର ପୋଷାକ ପିନ୍ଧି ଥାନ୍ତି। କିନ୍ତୁ ଯଦି ଆପଣ ସୁନ୍ଦର ଦେଖାଯିବା ସହ ଫଟୋରେ ଅଲଗା ମଧ୍ୟ ଦେଖାଯିବାକୁ ଚାହାନ୍ତି ତ ଏକ ସୁନ୍ଦର ରଙ୍ଗକୁ ବାଛନ୍ତୁ। ହଳଦୀ ଉତ୍ସବ ପାଇଁ ଆପଣ ଗୋଲାପୀ , ଲାଲ ବା ଅଫ୍‌ହ୍ୱାଇଟ୍‌ ରଙ୍ଗକୁ ବାଛି ପାରିବେ। 

ସ୍ଲିଭଲେସ୍‌ ଏକ ଭଲ ଅପସନ – ହଳଦୀ ଆଉଟଫିଟ୍‌ ସ୍ଲିଭଲେସ୍‌ ହେବ ତ ଅଧିକ ଭଲ ରହିବ। ବାସ୍ତବିକ , ଯଦି ଆପଣ ଫୁଲ୍ ସ୍ଲିଭ୍ସର ହଳଦୀ ଆଉଟ୍‌ଫିଟ୍‌ ବାଛିବେ ତ ହଳଦୀ ଲଗେଇବା ସମୟରେ ଏହାକୁ ଫୋଲ୍ଡ କରିବାକୁ ହେବ , ଯାହା ଲୁକ୍‌କୁ ବିଗାଡି ପାରେ। ଏଥିରେ ସ୍ଲିଭଲେସ୍‌ ବା ମେଗା ସ୍ଲିଭ୍ସର ଆଉଟଫିଟ୍‌ ବାଛିବା ଠିକ୍‌ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.