ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଣନ୍ତି କି ଅକ୍ଷୟ ତୃତୀୟାରେ ସୁନା କିଣିବା ପାଇଁ କ’ଣ ରହିଛି ଶୁଭ ସମୟ ? ଯଦି ସୁନା କିଣିବାକୁ ସକ୍ଷମ ନୁହଁନ୍ତି ତେବେ କିଣିବେ କ’ଣ ?..

ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ପାଳନ ହେଉଛି ଅକ୍ଷୟ ତୃତୀୟା ଉତ୍ସବ । ଅକ୍ଷୟ ତୃତୀୟା ଦିନ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ସେମାନଙ୍କର ଉଚ୍ଚ ରାଶିରେ ରହିବେ । ତେଣୁ ଏହି ଦିନଟି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ବିବାହ, ଧାର୍ମିକ ଅନୁଷ୍ଠାନ, ଗୃହ ପ୍ରବେଶ, ଜପ-ତପ ଏବଂ ପୂଜାପାଠ ବିଶେଷ ଫଳପ୍ରଦ ହୋଇଥାଏ । ଏହି ଦିନ ସୁନା, ରୂପା, ପୋଷାକ, ଅଳଙ୍କାର, ଘର ଏବଂ ଯାନ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ଶୁଭ ସମୟ କ’ଣ ? 

ଅକ୍ଷୟ ତୃତୀୟାରେ ସୁନା କିଣିବା ପାଇଁ ଶୁଭ ସମୟ…

ସକାଳ: ୫.୩୩ ରୁ ପୂର୍ବାହ୍ନ ୧୦.୩୭

ମଧ୍ୟାହ୍ନ: ୧୨.୧୮ ରୁ ଅପରାହ୍ନ ୦୧.୫୯ 

ସନ୍ଧ୍ୟା ୪.୫୬ ରୁ ରାତ୍ର ୧୦.୫୯ 

ସୂଚନାଥାଉକି ଅକ୍ଷୟ ତ୍ରୁତୀୟା ଦିନ ସ୍ବୟଂ ସିଦ୍ଧ ମୂହୁର୍ତ୍ତ ହୋଇଥାଏ, ଅର୍ଥାତ୍ ଏହି ଦିନଟି ଯେକୌଣସି ପ୍ରକାରର ସପିଂ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଏହି ଶୁଭ ସମୟରେ ଆପଣ ଘର କିମ୍ବା ଅଫିସ୍ ପାଇଁ ଯେ କୌଣସି ଜିନିଷ କିଣି ପାରିବେ । 

ବିଶ୍ୱାସ ଅନୁଯାୟୀ, ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଦେବୀ ଲକ୍ଷ୍ମୀଙ୍କୁ ଘରକୁ ଆସିବାର ସଙ୍କେତ ଦେଇଥାଏ ଏବଂ ତାଙ୍କ ଆଶୀର୍ବାଦ ସବୁବେଳେ ରହିଥାଏ । ଏହି ଦିନ ଘର କିମ୍ବା ଗାଡି କିଣିବା ପାଇଁ ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ ।

ଏଥର ଅକ୍ଷୟ ତୃତୀୟା ଦିନ ସୁକର୍ମା ଯୋଗ ଏବଂ ରବି ଯୋଗ ମଧ୍ୟ ଅଛି, ଯେଉଁଥିପାଇଁ ଏହି ଦିନର ଗୁରୁତ୍ୱ ଆହୁରି ବଢିଛି । ତଥାପି, ଯଦିଓ ଆପଣ ଏହି ଦିନ ସୁନା କିଣିବାକୁ ସକ୍ଷମ ନୁହଁନ୍ତି, ତେବେ ଆପଣ ଏହି ଦିନରେ ଏପରି ଅନେକ ଜିନିଷ କିଣିପାରିବେ ଯାହା ଆପଣଙ୍କ ଧନ ବୃଦ୍ଧି କରିବ । 

ଅକ୍ଷୟ ତୃତୀୟା ଦିନ, ସୁନା, ଘର, ଯାନ ବ୍ୟତୀତ ଆପଣ ତମ୍ବା କିମ୍ବା ପିତ୍ତଳ ବାସନ, ସୈନ୍ଧବ ଲୁଣ, ପାତ୍ର, ଦୀପ, ଗାଇ କିଣି ଘରକୁ ଆଣିପାରିବେ । ଏଗୁଡ଼ିକ ମଧ୍ୟ ସୁନା କିମ୍ବା ରୂପା କିଣିବା ସହିତ ସମାନ ବୋଲି ବିବେଚନା କରାଯାଏ । 

                 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.