ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୃଦ୍‌ଘାତ ପୂର୍ବରୁ ଦେଖାଯାଏ ଏହିସବୁ ଲକ୍ଷଣ, କ’ଣ ରହିଛି ଏହାର ଉପଚାର ?

ଭୁବନେଶ୍ୱର, ୧୦।୫: ଅନିୟମିତ ଦିନଚର୍ଯ୍ୟା ଓ ଭୁଲ୍ ଖାଦ୍ୟପେୟ ହିଁ ହୃଦ୍‌ରୋଗ ଆଶଙ୍କାକୁ ବଢ଼ାଇ ଦେଇଛି । ପୂର୍ବରୁ ୫୦ ବର୍ଷ ଟପିଲେ ଲୋକଙ୍କୁ ହୃଦ୍‌ ସମସ୍ୟା ଦେଖାଦେଉଥିଲା । କିନ୍ତୁ, ଏବେ ଅଳ୍ପ ବୟସରୁ ଲୋକେ ହାର୍ଟ ଆଟାକ୍‌ର ଶିକାର ହେଉଛନ୍ତି । ହେଲେ ହାର୍ଟ ଆଟାକ୍‌ର ଶିକାର ହେଉଛନ୍ତି । ହେଲେ ହାର୍ଟ ଆଟାକ୍ ଆସିବା ପୂର୍ବରୁ କିଛି ଲକ୍ଷଣ ଦେଖାଦେଇଥାଏ । ଏହି ଲକ୍ଷଣକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଏହିସବୁ ଲକ୍ଷଣ ଦେଖାଦେବା କ୍ଷଣି ତୁରନ୍ତ ଡାକ୍ତରଙ୍କ ପରାମର୍ସ ନିଅନ୍ତୁ ଓ ଉପଚାର କରିବା ଦ୍ୱାରା ଆପଣ ସୁସ୍ଥ ଜୀବନ ବିତାଇ ପାରିବେ । ଆସନ୍ତୁ ଜାଣିବା ହାର୍ଟ ଆଟାକ୍ ପୂର୍ବ ସଙ୍କେତ କ’ଣ ସବୁ ରହିଛି ? 

ଛାତିରେ ଯନ୍ତ୍ରଣା : 

ଯଦି ଆପଣଙ୍କ ଛାତିରେ ଖୁବ୍ ଜୋରରେ ଯନ୍ତ୍ରଣା ହେଉଛି, ଶରୀର ଭାରି ଲାଗୁଛି, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି, ତେବେ ଏହା ହୃଦୟ ସମସ୍ୟା ସମ୍ୱନ୍ଧୀୟ । ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 

ପେଟ ସମ୍ୱନ୍ଧୀୟ ସମସ୍ୟା  :

ହୃଦ୍‌ ସମ୍ୱନ୍ଧୀୟ ରୋଗର ମୁଖ୍ୟ କାରଣ ହେଉଛି ପାଚନ ସମ୍ୱନ୍ଧୀୟ ସମସ୍ୟା । ଯଦି ଖାଇ ସାରିବା ପରେ ବଦହଜମି ଭଳି ସମସ୍ୟା ଦେଖାଦେଉଛି ଏବଂ ଛାତିରେ କିଛି ଅସହଜ ଅନୁଭବ କରୁଛନ୍ତି । ତେବେ ଏହାକୁ ହୃଦ୍‌ରୋଗର ସଙ୍କେତ ଭାବେ ଗ୍ରହଣ କରାଯାଇପାରେ । ଏ ସମସ୍ତ ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ । 

ଗୋଡ଼ ଫୁଲିବା  :

ରିପୋର୍ଟ ଅନୁସାରେ, ହଠାତ୍ ପାଦ ଫୁଲିବା ହାର୍ଟ ସମସ୍ୟାର ସଙ୍କେତ । ଯେତେବେଳେ ହାର୍ଟ ଭଲଭାବେ ଫଙ୍କସନ୍ କରିପାରେନାହିଁ, ସେତେବେଳେ ପାଦ ଫୁଲିଯାଏ । 

ଥକ୍କା ଅନୁଭବ କରିବା  :

ହୃଦୟ ସମସ୍ୟା ଦେଖାଦେଲେ ଶରୀରର କିଛି ଅଂଶକୁ ରକ୍ତ ପ୍ରବାହିତ ଠିକ୍ ଭାବେ ହୋଇପାରେନାହିଁ । ଯେଉଁଥିପାଇଁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଯଦି ଆପଣ କୌଣସି କାମ ନ କରି ଥକ୍କା ଅନୁଭବ କରୁଛନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

ରକ୍ଷାପାଇବେ କିପରି ?

ହାର୍ଟ ସମ୍ୱନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ । ସ୍ମୋକିଂ ଓ ଡ୍ରିକିଂରୁ ଦୂରେଇ ରୁହନ୍ତୁ । କ୍ଷୀର ଚା’ ପିଅନ୍ତୁ ନାହିଁ । ସବୁଜ ପନିପରିବା ଖାଆନ୍ତୁ । ଗଜା, ବୁଟ ଓ ମୁଗ ଖାଆନ୍ତୁ । ନିୟମିତ ବ୍ରିଦିଂ ଏକ୍ସରସାଇଜ୍ କରନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଫଳ ରସ ଓ ପଇଡ଼ ପାଣି ପିଅନ୍ତୁ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.