ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶାକାହାରୀ ହୋଇଥିଲେ ଅଣ୍ଡା ବଦଳରେ ଖାଆନ୍ତୁ ଏସବୁ...

ଭୁବନେଶ୍ୱର, ୧୦।୫ : ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ସ ଓ ମିନେରାଲ୍ସରେ ଭରା ଖାଦ୍ୟ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଯେପରିକି ପ୍ରୋଟିନ୍‌, ଏହା ଶରୀର ପାଇଁ ଖୁବ୍‌ ଜରୁରି । ପ୍ରୋଟିନ୍‌ର ପ୍ରମୁଖ ସ୍ରୋତ ହେଉଛି ଅଣ୍ଡା । ତେଣୁ ବିଶେଷଜ୍ଞ ନିୟମିତ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅଣ୍ଡା ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । ତା’ ସହ ଓଜନ ନିୟନ୍ତ୍ରିତ ରହିଥାଏ । କିନ୍ତୁ, କିଛି ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରିନଥାନ୍ତି । ତେଣୁ ଏମାନେ ପ୍ରୋଟିନ୍‌ର ଅଭାବକୁ ଦୂର କରିବା ପାଇଁ ଡାଏଟ୍‌ରେ ନିମ୍ନ ଖାଦ୍ୟଗୁଡ଼ିକୁ ସାମିଲ୍‌ କରିବା ଉଚିତ୍‌ ।

ପ୍ରୋଟିନ୍‌ ଅଭାବକୁ ଦୂର କରିବ ଏ ଖାଦ୍ୟ ଟୋଫୁ ବା ସୋୟା ପନିର : ଟୋଫୁରେ ଭରପୂର ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାବ୍ୟତୀତ ଏଥିରେ କ୍ୟାଲସିୟମ୍‌, ଆଇରନ୍‌ ପରି ପୋଷକ ତତ୍ତ୍ୱ ମିଳିଥାଏ । ଏହାକୁ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ଅନେକ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ଦୂର ହୋଇଥାଏ ।

ଚିଆ ସିଡ୍‌ସ୍‌ : ଏହାକୁ ସୁପର୍‌ ଫୁଡ୍‌ ମାନ୍ୟତା ଦିଆଯାଇଛି । ଏଥିରେ ଓମେଗା-୩ ଫ୍ୟାଟି ଏସିଡ୍‌ ବ୍ୟତୀତ ଫାଇବର, କ୍ୟାଲସିୟମ୍‌ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ ।

କିନୁଆ : କିନୁଆରେ ପର୍ଯ୍ୟାପ୍ତ ମାତ୍ରାର ପ୍ରୋଟିନ୍‌ ମିଳିଥାଏ । ସେହିପରି ଏଥିରେ ଆମିନୋ ଏସିଡ୍‌ ମଧ୍ୟ ରହିଥାଏ, ଯାହା ଶରୀରରୁ ପ୍ରୋଟିନ୍‌ର ଅଭାବକୁ ବହୁ ମାତ୍ରାରେ ଦୂର କରିଥାଏ ।

ଆଭୋକାଡୋ : ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍ସ ଓ ପ୍ରୋଟିନ୍‌ ରହିଥାଏ, ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏହାକୁ ଆପଣ ସାଲାଡ୍‌ ଓ ସ୍ୟାଣ୍ଡୱିଚ୍‌ରେ ଖାଇପାରିବେ ।

ଛତୁ : ଛତୁରେ ବହୁ ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଏହାକୁ ଭଜା ବା ତରକାରୀ କରି ଖାଇପାରିବେ ।

ଗ୍ରୀକ୍ ଦହି : ଗ୍ରୀକ୍‌ ଦହି ହେଉଛି ସାଧାରଣ ଦହିଠାରୁ ଅଧିକ ଗାଢ଼ା । ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ୍‌ ରହିଥାଏ । ଟୋଫୁ ଉପରେ ଗ୍ରୀକ୍‌ ଦହି ପକାଇ ସ୍ୱାଦକୁ ବଢ଼ାଇପାରିବେ । ଏହା ପ୍ଲାଣ୍ଟ ପ୍ରୋଟିନ୍‌ର ଶ୍ରେଷ୍ଠ ବିକଳ୍ପ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.