ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ, ଦିନ ୧୧ଟା ସୁଦ୍ଧା ୨୩.୨୮% ଭୋଟିଂ

ଭୁବନେଶ୍ଵରେ, ୧୩/୦୫ : ରାଜ୍ୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ ଜାରି ରହିଛି। ସକାଳ ୧୧ଟା ସୁଦ୍ଧା ୨୩.୨୮% ମତଦାନ ହୋଇଛି। ନୂଆପଡ଼ାରେ ସର୍ବାଧିକ ୨୭.୮୮% ଭୋଟିଂ ହୋଇଛି। ସେହିଭଳି ରାୟଗଡ଼ାରେ ସର୍ବନିମ୍ନ ୨୧% ଭୋଟିଂ ହୋଇଛି। ଏତଦ୍ ବ୍ୟତୀତ ମୋହନାରେ ୨୧.୪୭%, ନବରଙ୍ଗପୁରରେ ୨୧.୫୦%, ନର୍ଲାରେ ୨୬.୪୬%, ପାରଳାଖେମୁଣ୍ଡିରେ ୨୨.୬୪%, ପଟ୍ଟାଙ୍ଗିରେ ୨୪.୮୧%, ଓ ଉମରକୋଟରେ ୨୬.୨୦% ମତଦାନ ହୋଇଛି।


ସୂଚନାଯୋଗ୍ୟ ଯେ, ଓଡିଶାରେ ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ଆଜି ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଚାଲିଛି ଭୋଟିଂ। ଆଜି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିରେ ଭୋଟ ଗ୍ରହଣ ହେଉଛି। 

ସେହିପରି କଳାହାଣ୍ଡି ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ମତଦାନ ହେଉଛି। ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି, ଚତ୍ରକୋଣ୍ଡାରେ ମତଦାନ ଚାଲିଛି। କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଗୁଣୁପୁର, ବିଷମ କଟକ,ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ମତଦାନ ହେଉଛି।

  • prameyanews
  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.