ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୪୩ କୋଟିର ଜାହାଜରେ ବାହାହେବେ ବେଜୋସ୍‌, ଜୁନ୍‌ ମାସରେ ପଡିବ ହାତଗଣ୍ଠି

Published By : Prameya | March 28, 2025 11:26 AM

ନୂଆଦିଲ୍ଲୀ ୨୮/୦୩: ଅରବପତି ଜେଫ୍‌ ବେଜୋସ ଓ ଲରେନ୍‌ ସାଂଚେଜ୍‌ଙ୍କ ବିବାହ ଏବେ ଖବରରେ । ଭେନିସ୍‌ରେ ଉଭୟଙ୍କ ବିଳାସପୂର୍ଣ୍ଣ ବିବାହ ଅନୁଷ୍ଠିତ ହେବ । ଅଦ୍ୟାବଧି ନିର୍ମିତ ସବୁଠୁ ବଡ଼ ମାଷ୍ଟେଡ୍‌ ଜାହାଜ ‘କୋରୁ’ରେ ଉଭୟ ବିବାହ କରିବେ, ଯାହାର ମୂଲ୍ୟ ୫୦୦ ମିଲିଅନ ଡଲାର ଅର୍ଥାତ୍‌ ହାରାହାରି ୪୩ କୋଟି । ଏହି ଜାହାଜରେ ଲରେନ୍‌ ସାଂଚେଜ୍‌ଙ୍କୁ ବେଜୋସ୍‌ ପ୍ରେମ ନିବେଦନ କରିଥିଲେ । ଏବେ ସେହି ଜାହାଜରେ ଉଭୟ ବିବାହ କରିବାକୁ ଯାଉଛନ୍ତି । ଆସନ୍ତା ଜୁନ୍‌ ମାସରେ ବିବାହ ହେବ, ଯେଉଁଥିରେ ଏ-ଲିଷ୍ଟର୍‌ ହଲିଉଡ୍‌, ଉଦ୍ୟୋଗ ଓ ରାଜନୈତିକ ବ୍ୟକ୍ତିତ୍ୱ ଯୋଗ ଦେବେ । 

ଏହି ଯୋଡ଼ି ୨୦୧୯ରେ ସେମାନଙ୍କ ସମ୍ପର୍କକୁ ସାର୍ବଜନୀନ କରିଥିଲେ ଏବଂ ୨୦୨୩ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଡେଲି ମେଲ୍‌ର ରିପୋର୍ଟ ଅନୁସାରେ, ବେଜୋସ ଓ ସାଂଚେଜ୍‌ ଏହି ବିଶାଳକାୟ ଜାହାଜକୁ ଭେନିସ୍‌ରେ କେବଳ ଏକ ୱାଟର୍‌ ଟାକ୍ସି ଭାବେ ବ୍ୟବହାର କରିବେ । କାରଣ ୪୧୫ ଫୁଟ ଲମ୍ବା ଏହି ଜାହାଜ ଗ୍ରାଣ୍ଡ୍‌ କେନାଲରେ ବାଧା ଉତ୍ପନ୍ନ କରିବ । ୪ ଦିନିଆ ବିବାହ ଉତ୍ସବ ପାଇଁ ଉଭୟ ଭେନିସ୍‌ର ସର୍ବଶ୍ରେଷ୍ଠ ହୋଟେଲ- ଦ ଗ୍ରିଟି ପ୍ୟାଲେସ୍‌ ଓ ଅମନ ଭେନିସ୍‌କୁ ଚୟନ କରିଛନ୍ତି ।

ବିଲ୍‌ ଗେଟ୍ସଙ୍କ ଭଳି ଅନେକ ଅରବପତିଙ୍କୁ ଏହି ବିଳାସବହୁଳ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି । ହଲିଉଡ୍‌ ଅଭିନେତା- ପ୍ରଯୋଜକ ଲିଓନାର୍ଡୋ ଡିକାପ୍ରିଓ, ଇଭା ଲଙ୍ଗୋରିଆ, କେଟି ପେରୀ ଓ ଅର୍ଲାଣ୍ଡୋ ବ୍ଲୁମ୍‌ ମଧ୍ୟ ଅତିଥି ତାଲିକାରେ ଅଛନ୍ତି । ଇଭାଙ୍କା ଟ୍ରମ୍ପ୍‌ଙ୍କୁ ବିବାହକୁ ନିମନ୍ତ୍ରଣ କରାଯାଇଛି । ସେହିପରି କିମ୍‌ କାର୍ଦାଶିୟାଁ, କ୍ରିସ୍‌ ଜେନର୍‌ ଏବଂ ଓପ୍ରା ୱିନ୍‌ଫ୍ରେ, ଗେଲ୍‌ କିଙ୍ଗ୍‌ ଓ ଜୁଏଲ ମଧ୍ୟ ସାମିଲ ହୋଇପାରନ୍ତି । ଜେଫ୍‌ ବେଜୋସ ୧୯୯୩ ମସିହାରେ ମ୍ୟାକ୍‌କେନ୍‌ଜି ସ୍କଟ୍‌ଙ୍କୁ ବିବାହ କରିଥିଲେ । ଏହି ବିବାହରୁ ଉଭୟଙ୍କର ୩ ପୁଅ ଅଛନ୍ତି । ଜଣେ ଝିଅକୁ ସେମାନେ ପୋଷ୍ୟ କରିଥିଲେ । ୨୦୧୯ରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.